Korea Open Badminton: କୋରିଆ ମାଷ୍ଟର୍ସ: ଅଟକିଲେ ତନ୍ବୀ; ସେମିରେ ରକ୍ଷିତା, ଅସ୍ମିତା

Aug 07, 2026 - 12:18
Korea Open Badminton: କୋରିଆ ମାଷ୍ଟର୍ସ: ଅଟକିଲେ ତନ୍ବୀ; ସେମିରେ ରକ୍ଷିତା, ଅସ୍ମିତା

"ଆସାନ୍‌(କୋରିଆ): ଚଳିତ କୋରିଆ ଓପନ୍‌ର ମହିଳା ଏକକ କ୍ବାର୍ଟରଫାଇନାଲ୍‌ରେ ଅଟକି ଯାଇଛନ୍ତି ନିକଟରେ ତାଇପେଇ ଓପନ୍‌ ବିଜୟିନୀ ହୋଇଥିବା ତନ୍ବୀ ଶର୍ମା।

ଏହି ୧୭ ବର୍ଷୀୟା ବାଳିକା ଗୁରୁବାର କଡ଼ା ସଂଘର୍ଷ କରି ତାଙ୍କ ସାଥୀ ଭାରତୀୟ ଖେଳାଳି ରକ୍ଷିତା ରାମରାଜ ୨୧-୧୮, ୧୯-୨୧, ୧୯-୨୧ରେ ହାରି ଯାଇଥିଲେ।

ଏହି ବିଜୟ ସହ ରକ୍ଷିତା ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି।Advertisment ମହିଳା ଓ ମିଶ୍ରିତ ଯୁଗଳରେ ଭାରତୀୟଙ୍କ ଅଭିଯାନ ଶେଷ ସେହିପରି ଅନ୍ୟ ଏକ ମହିଳା ଏକକ କ୍ବାର୍ଟରଫାଇନାଲ୍‌ରେ ଭାରତର ଅସ୍ମିତା ଚାଲିହା ୨୦-୨୨, ୨୧-୧୫, ୨୧-୧୯ରେ ଶୀର୍ଷ ମାନ୍ୟତାପ୍ରାପ୍ତ ହିନା ଆକେଚିଙ୍କୁ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି।

ତେବେ ମହିଳା ଓ ମିଶ୍ରିତ ଯୁଗଳରେ ଭାରତୀୟଙ୍କ ଅଭିଯାନ ଶେଷ ହୋଇଛି।

ମହିଳା ଯୁଗଳରେ ସୋନାଲି ସିଂହ ଓ ରିତିକା ଠକର ୧୫-୨୧, ୯-୨୧ରେ ସପ୍ତମ ମାନ୍ୟତାପ୍ରାପ୍ତ ଜାପାନ ଯୋଡ଼ଇ ସୁମିରେ ନକାଡେ ଓ ମିୟୁ ତାକାହାସିଙ୍କଠୁ ହାରି ବିଦାୟ ନେଇଛନ୍ତି।

ସେହିଭଳି ମିଶ୍ରିତ ଯୁଗଳରେ ଷଷ୍ଠ ମାନ୍ୟତାପ୍ରାପ୍ତ ଈଶାନ ଭଟନଗର ଓ ଶ୍ରୁତି ମିଶ୍ରା ୧୬-୨୧, ୨୧-୧୬, ୧୩-୨୧ରେ ଦକ୍ଷିଣ କୋରିଆର ସିନ୍‌ ତାଏ-ୟାଙ୍ଗ ଓ କିମ୍‌ ୟୁ ଜୁଙ୍ଗ୍‌ଙ୍କଠୁ ପରାସ୍ତ ହୋଇଛନ୍ତି।

Odisha women: ଐତିହାସିକ "ମାଉଣ୍ଟ ୟୁନମ୍‌" ଅଭିଯାନରେ ଓଡ଼ିଶା ମହିଳା: ଉଡ଼ାଇବେ ୮୦ ଫୁଟର ତ୍ରିରଙ୍ଗା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।