ବିଜେପି ନେତା ଫକୀର ରାଣା ଙ୍କ ହତ୍ୟା ଘଟଣାରେ ୩ ଗିରଫ
କଳାହାଣ୍ଡି : ବିଜେପି ନେତାଙ୍କ ହତ୍ୟା ଘଟଣାରେ ୩ଜଣଙ୍କୁ ଗିରଫ କରିଛି କଳାହାଣ୍ଡି ପୋଲିସ । ଗତ ବୁଧୁବାର ସନ୍ଧ୍ୟାରେ ମଦନପୁର ରାମପୁର ଥାନା ଡମ୍ କର୍ଲାଖୁଣ୍ଟା ପଂଚାୟତ ଅଫିସ ସାମ୍ନାରେ ବିଜେପି ନେତା ଫକୀର ରାଣାଙ୍କୁ କିଛି ଦୁର୍ବୁତ୍ତ ଛୁରୀ ଭୁସି ହତ୍ୟା କରିଥିଲେ । ଏନେଇ ମଦନପୁର ରାମପୁର ଥାନାରେ ଅଭିଯୋଗ କରିଥିଲେ ବିଜେପି ନେତାଙ୍କ ପତ୍ନୀ ତଥା କର୍ଲାଖୁଣ୍ଟା ସରପଞ୍ଚ ସ୍ନିଗ୍ଧା ରଣା । ଅଭିଯୋଗ ଅନୁସାରେ ଘଟଣାର ତଦନ୍ତ କରି ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଗିରଫ କରାଯାଇଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଶୀଘ୍ର ଧରିବା ପାଇଁ ପୋଲିସ ତଦନ୍ତ ଜାରି ରହିଛି । ଫକୀର ରାଣାଙ୍କୁ ପୂର୍ବ ଶତ୍ରୁତା ପାଇଁ ହତ୍ୟା କରାଯାଇଥିବା ନେଇ ସୂଚନା ଡ଼େଇଁଛଟି କଳାହାଣ୍ଡି ଏସପି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।