Kotia Border Dispute: କୋଟିଆରେ ଓଡ଼ିଶାର ବଡ଼ ବିଜୟ! ଚାପରେ ପଛକୁ ହଟିଲା ଆନ୍ଧ୍ର
ଆଜି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଲାଗି ଭୋଟ୍ ।
ହେଲେ ନଜରରେ ବିବାଦୀୟ କୋଟିଆ ଅଞ୍ଚଳ ।
ଓଡ଼ିଶାର ତୀବ୍ର ବିରୋଧ ପରେ ନଇଁଛି ଆନ୍ଧ୍ର।
କୋଟିଆ ପଞ୍ଚାୟତର ନେରେଡିୱାଲସାରେ ହେବାକୁ ଥିବା ବୁଥକୁ ଆନ୍ଧ୍ର ନିଜ ସୀମା ଭିତରେ ଥିବା ସାରିକାକୁ ଉଠାଇ ନେଇଛି।
Advertisment ଯାହା ଓଡ଼ିଶାର ମିସନ୍ କୋଟିଆକୁ ବଡ଼ ସଫଳତା ଦେଇଛି।
ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ବିବାଦୀୟ କୋଟିଆର ୨୧ ଖଣ୍ଡ ଗ୍ରାମରେ ଅନୁପ୍ରବେଶ ଜାରି ରଖିଥିବା ଆନ୍ଧ୍ର ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦ ପଦ ଲାଗି କୋଟିଆରୁ ଭୋଟ ହାତେଇବାକୁ ନେରେଡ଼ିୱାଲସାରେ ବୁଥ୍ କରିଥିଲା।
କୋଟିଆର ଉପରସେମ୍ବିରେ ଆନ୍ଧ୍ର କରିଥିବା ପୋଲିସ ଚେକ୍ ପୋଷ୍ଟକୁ ଭାଙ୍ଗି କବଜାକୁ ନେଇଥିଲା ଓଡ଼ିଶା।
କୋଟିଆର ସମସ୍ତ ୨୧ ଗ୍ରାମରେ ଲାଗିଛି BNSS-163।
୩ଟି ଚେକ୍ ଗେଟରେ ରଖାଯାଇଛି ୨୪ ଘଣ୍ଟିଆ ନଜର।
ଆନ୍ଧ୍ରର ଜବରଦସ୍ତି ନିର୍ବାଚନକୁ ପ୍ରତିହତ ପାଇଁ ନେରେଡିବାଲସାରେ ୧୬ ମାଜିଷ୍ଟ୍ରେଟ୍, ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।