Free LPG Cylinders: ବର୍ଷକୁ ୨ଟି ମାଗଣା ଗ୍ୟାସ୍ ସିଲିଣ୍ଡର ଦେବେ ସରକାର, ଜାଣନ୍ତୁ କିଏ ପାଇବେ ଲାଭ
ମାଗଣାରେ ମିଳିବ LPG ସିଲିଣ୍ଡର ।
ଏଇ ଦୀପାବଳିରେ ଘରେ ପହଞ୍ଚିବ ଗ୍ୟାସ ।
ହୋଲିରେ ବି ମିଳିବ ମାଗଣା LPG ।
ସରକାର କଲେ ବଡ଼ ଘୋଷଣା ।
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି ମାଗଣା LPG ସିଲିଣ୍ଡର ରିଫିଲ୍ ଯୋଗାଇଦେବାକୁ ଘୋଷଣା କରାଯାଇଛି ।
ଲୋକଙ୍କ ଆବଶ୍ୟକତାକୁ ଦେଖି ଏଭଳି ପଦକ୍ଷେପ ନିଆଯାଇଛି ।
ସରକାରଙ୍କ ଏହି ଘୋଷଣା ଦ୍ୱାରା ରାଜ୍ୟର ପ୍ରାୟ ୧ କୋଟି ୮୯ ଲକ୍ଷ ପରିବାର ଉପକୃତ ହେବେ ।
Advertisment ଉତ୍ତରପ୍ରଦେଶରେ ନିର୍ବାଚନୀ ମାହୋଲ ଭିତରେ ଯୋଗୀ ସରକାର ଏହି ବଡ଼ ଘୋଷଣା କରିଛନ୍ତି ।
ପର୍ବପର୍ବାଣୀରେ ଗରିବ ପରିବାରଙ୍କ ରୋଷେଇ ଘରକୁ ଆଶ୍ୱସ୍ତି ମିଳିବ ।
ଦୀପାବଳି ଓ ହୋଲିରେ ଏଣିକି ମାଗଣାରେ ଗ୍ୟାସ୍ ସିଲିଣ୍ଡର ଗରିବ ପରିବାରକୁ ମିଳିବ ।
ଯୋଗୀ ସରକାରଙ୍କ ଏହି ଯୋଜନା ଗରିବ ଓ ଆର୍ଥିକ ଦୁର୍ବଳ ପରିବାରଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିବ ବୋଲି କୁହାଯାଉଛି ।
ବିଶେଷକରି ଦୀପାବଳି ଓ ହୋଲି ଭଳି ପର୍ବ ସମୟରେ ରୋଷେଇ ଗ୍ୟାସ୍ ଖର୍ଚ୍ଚରୁ ମିଳିବ ମୁକ୍ତି ।
ଏହି ଯୋଜନା ପାଇଁ ରାଜ୍ୟ ସରକାର ପ୍ରାୟ ୧୫୦୦ କୋଟି ଟଙ୍କାର ସବସିଡି ବ୍ୟବସ୍ଥା କରିଛନ୍ତି ।
ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗୀ କହିଛନ୍ତି, ଗୋଟିଏ ଘରୋଇ LPG ସିଲିଣ୍ଡରର ମୂଲ୍ୟ ୯୮୩ ଟଙ୍କା ୪୫ ପଇସା ।
ଏଥିରେ କେନ୍ଦ୍ର ସରକାର ୩୩୫ ଟଙ୍କା ସବସିଡି ଦେଉଛନ୍ତି ।
ହିତାଧିକାରୀଙ୍କୁ ୬୪୮ ଟଙ୍କା ୫୫ ପଇସା ଦେବାକୁ ପଡ଼ୁଛି ।
ତେଣୁ ଏବେ ରାଜ୍ୟ ସରକାର ଲୋକଙ୍କୁ ସହାୟତା କରିବେ ।
ତେଣୁ ଗ୍ୟାସ ଖର୍ଚ୍ଚରୁ ମୁକ୍ତି ପାଇପାରିବେ ଯୋଗ୍ୟ ହିତାଧିକାରୀ ।
ଯୋଗୀଙ୍କ କହିବା ଅନୁସାରେ, ଗ୍ୟାସ୍ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ବଞ୍ଚିଲେ ଲୋକେ ଦୀପାବଳିରେ ମିଠା କିଣିବା ସହ ଦୀପ ଜାଳି ପରିବାର ସହ ଖୁସିରେ ପର୍ବ ପାଳନ କରିପାରିବେ।
Advertisment ଅନ୍ୟପଟେ ଆଗକୁ ଉତ୍ତରପ୍ରଦେଶରେ ନିର୍ବାଚନ ଥିବାରୁ ଏହି ଘୋଷଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
ଏହାକୁ ଜନକଲ୍ୟାଣକାରୀ ପଦକ୍ଷେପ ବୋଲି ସରକାର ଦର୍ଶାଉଥିବା ବେଳେ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବାର ରଣନୀତି ବୋଲି ମଧ୍ୟ ଆଲୋଚନା ହେଉଛି।
ତେବେ ଯୋଗୀ ସରକାରଙ୍କ ଏହି ଘୋଷଣା ଲକ୍ଷ ଲକ୍ଷ ପରିବାରଙ୍କ ପାଇଁ କେତେ ଆଶ୍ବସ୍ତି ଆଣିବ ?
ନିର୍ବାଚନୀ ରାଜନୀତିରେ କେତେ ପ୍ରଭାବ ପକାଇବ ?
ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।