Kotia Dispute 2026: ଆନ୍ଧ୍ର-ଓଡ଼ିଶାର `କୋଟିଆ' କସରତ; ଗାଁ ଗାଁରେ ନିର୍ବାଚନୀ କ୍ୟାଂପେନ, ପ୍ରଚାରରେ ମାତିଛନ୍ତି ନେତା

Oct 24, 2026 - 20:58
Kotia Dispute 2026: ଆନ୍ଧ୍ର-ଓଡ଼ିଶାର `କୋଟିଆ' କସରତ; ଗାଁ ଗାଁରେ ନିର୍ବାଚନୀ କ୍ୟାଂପେନ, ପ୍ରଚାରରେ ମାତିଛନ୍ତି ନେତା

ଓଡ଼ିଶାର କୋଟିଆରେ ପଶି ଆନ୍ଧ୍ର କରୁଛି ନିର୍ବାଚନ।

ଆଉ ଏହାର ପ୍ରତିବାଦରେ ଓଡ଼ିଶା ସରକାର ଗଲେ ସୁପ୍ରିମକୋର୍ଟ।

ତଥାପି ଥମୁନି ଆନ୍ଧ୍ର ମନମାନି।

ନିର୍ବାଚନ ପାଇଁ ଗ୍ରାଉଣ୍ଡ ଜିରୋରେ ଚଳାଇଛି ଜୋରଦାର ପ୍ରଚାର।

ଏଭଳି ସ୍ଥିତିରେ ଓଡ଼ିଶାରେ ସରକାରଙ୍କୁ ନିଶାନା କରିବା ସହ ବର୍ଷିଛନ୍ତି ବିରୋଧୀ।

Advertisment ତେଜିଛି ରାଜନୈତିକ ବୟାନବାଜି।

ଏଭଳି ସ୍ଥିତିରେ କୋଟିଆରେ ଓଡ଼ିଶାର ସ୍ଥିତି କେତେ ମଜଭୁତ ?

ସୁପ୍ରିମକୋର୍ଟରେ ପୁଣି ଥରେ ଆଇନଗତ ଲଢ଼େଇର କ'ଣ ହେବ ଭବିଷ୍ୟତ ?

ତାକୁ ନେଇ ବଢ଼ିଛି ଚର୍ଚ୍ଚା।

କୋଟିଆ କାହାର ?

ସେପଟେ ଆନ୍ଧ୍ରର ରାଜୁତି, ଏପଟେ ଓଡ଼ିଶାରେ ରାଜନୀତି।

ତାହାରି ଭିତରେ ପୁଣି ଥରେ ଆଇନଗତ ଲଢ଼େଇ ପାଇଁ ମାମଲା ପହଞ୍ଚିଛି ସୁପ୍ରିମକୋର୍ଟରେ।

ଗ୍ରାଉଣ୍ଡରେ କିନ୍ତୁ ଆନ୍ଧ୍ରର ପ୍ରଭାବ।

ନିର୍ବାଚନ କରି କୋଟିଆ ଦଖଲ ଲାଗି ଚଳାଇଛି ଜୋରଦାର ପ୍ରଚାର।

ନାମଫଳକ ଲଗାଇ ଭୋଟ୍ ମାଗିଲେ ଆନ୍ଧ୍ର ନେତା।

Advertisment ଫାଟୁସିନେରୀର ପାଟୁଚେନ୍ନରୁ ନାଁରେ ଫଳକ ମାରି ନିର୍ବାଚନ ପ୍ରଚାର ଚାଲିଛି।

ସାଲୁର୍ ପ୍ରଶାସନ ଓ ପୋଲିସ୍ ଏକ ଟିମ୍ ଡେରା ପକାଇଛନ୍ତି।

ଅପରପକ୍ଷେ କୋରାପୁଟ ଜିଲ୍ଲା ପ୍ରଶାସନ ସୁପ୍ରିମକୋର୍ଟ ଯିବାପରେ ଏବେ ଆଇନଗତ ଲଢେଇ ଆରମ୍ଭ ହୋଇଛି।

ଭୁବନେଶ୍ୱରରୁ ଦିଲ୍ଲୀ।

କୋଟିଆର ସ୍ୱାର୍ଥ ରକ୍ଷା ପାଇଁ ପୁଣି ଥରେ ଦିଲ୍ଲୀ ଦରବାରରେ ଓଡ଼ିଶା।

କୋରାପୁଟ ଉପଜିଲ୍ଲାପାଳ ବି ଗ୍ରାଉଣ୍ଡ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି।

ଏଭଳି ସ୍ଥିତିରେ ଆଇନଗତ ଲଢ଼େଇରେ କେତେ ମିଳିବ ବାସ୍ତବ ସଫଳତା, ତାକୁ ନେଇ ପ୍ରଶ୍ନ ସହ ତେଜିଛି ରାଜନୀତି।

ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ସରକାର କହିଛନ୍ତି କୋଟିଆ ବିବାଦର ସମାଧାନ ପାଇଁ ଆମେ ସମସ୍ତ ଙ୍କ ସହଯୋଗ ନେବୁ।

କୋଟିଆର ଭୌଗୋଳିକ ଓ ପ୍ରଶାସନିକ ସ୍ଥିତିକୁ ନେଇ ବିବାଦ ଦୀର୍ଘଦିନର।

ଏଠାକାର ଲୋକଙ୍କ ଆସ୍ଥା ଜିତିବା ସହ ଅଞ୍ଚଳରେ ନିଜର ପ୍ରଶାସନିକ ଉପସ୍ଥିତି ମଜଭୁତ ଓଡ଼ିଶା ପାଇଁ ଆହ୍ୱାନ।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ୱାଇ.ଏସ୍.

ଜଗନ ମୋହନ ରେଡ୍ଡୀଙ୍କ ମଧ୍ୟରେ ଆଲୋଚନା ପରେ ବି କୋଟିଆ ବିବାଦର ସ୍ଥାୟୀ ସମାଧାନ ହୋଇପାରିନାହିଁ।

ଆନ୍ଧ୍ରର ହସ୍ତକ୍ଷେପ ଓ କୋଟିଆରେ ନିଜର ପ୍ରଭାବ ବଢ଼ାଇବାକୁ ଉଦ୍ୟମକୁ ନେଇ ପୁଣି ଉଠିଛି ପ୍ରଶ୍ନ।

କୋର୍ଟରେ ଆଇନଗତ ଲଢ଼େଇ, ଅନ୍ୟପଟେ ଗ୍ରାଉଣ୍ଡରେ ଆନ୍ଧ୍ରର କାର୍ଯ୍ୟକଳାପ।

ଆଇନଗତ ଲଢ଼େଇ ସହ ଗ୍ରାଉଣ୍ଡରେ ବିକାଶ ଓ ଲୋକଙ୍କ ସମର୍ଥନ ହିଁ କୋଟିଆ ବିବାଦରେ ଗୁରୁତ୍ୱପୂର୍ଣ୍ଣ ହେବ।

ଆଉ ସବୁଠୁ ବିଡ଼ମ୍ବନା ର ବିଷୟ ହେଲା ଏଠାକାର ନିରୀହ ଭୋଟର କହୁଛନ୍ତି ଆମେ ଉଭୟ ଆନ୍ଧ୍ର ଏବଂ ଓଡିଶାରୁ ଭୋଟ ଦେଉଛୁ।

ପୂର୍ବତନ କୋରାପୁଟ ଜିଲ୍ଲାପାଳ ପ୍ରାଶାସନିକ ଉଦାସୀନତାକୁ ଦାୟୀ କରିଥିବାବେଳେ ଆଇନଜୀବୀଙ୍କ ମତ, ଆନ୍ଧ୍ରକୁ କେବଳ କୋର୍ଟ ହିଁ ସାବାଡ୍ କରିପାରିବେ।

ଆସନ୍ତା ୨୮ ତାରିଖରେ ହେବ ନିର୍ବାଚନ।

ପ୍ରଚାର ପ୍ରସାର ସହ କୋଟିଆରେ ଜମିଛି ଆନ୍ଧ୍ରର ଭୋଜିଭାତ।

ଏହାରି ଭିତରେ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।