Police Arrest Doctor and Dalit Activist: ଆଦିବାସୀଙ୍କୁ ସେବା ଆଳରେ ଖଣି ବିରୋଧୀ ଆନ୍ଦୋଳନ; ଡାକ୍ତରଙ୍କ ଗିରଫଦାରୀକୁ ନେଇ ବିବାଦ
ଆଦିବାସୀଙ୍କ ସେବା କରୁଥିଲେ, ଏବେ ଜେଲରେ ଡାକ୍ତର ।
ରାୟଗଡ଼ା କାଶୀପୁରରୁ ଡାକ୍ତର ରାଣ୍ଡାଲ୍ ସେକ୍ୱେରାଙ୍କ ଗିରଫକୁ ନେଇ ଚାଞ୍ଚଲ୍ୟ।
ଡାକ୍ତରୀ ମୁଖା ତଳେ ଖଣି ବିରୋଧୀ ଆନ୍ଦୋଳନର ପୁରୋଧା ସାଜିଥିଲେ ବୋଲି ସାଂଘାତିକ ଅଭିଯୋଗ ଆଣିଛି ଖୋଦ୍ ପୋଲିସ।
ଗତ ଏପ୍ରିଲରେ ସିଜିମାଳି ସଂଘର୍ଷରେ ସଂପୃକ୍ତ ଡାକ୍ତରଙ୍କ ସଂପୃକ୍ତି ନେଇ ପୋଲିସ ସୂଚନା ଦେଇଥିବାବେଳେ ସଂଗୀନ ଦଫାରେ ମାମଲା ରୁଜୁ ହୋଇଛି ।
ଅନ୍ୟପଟେ ଦଳିତ ଅଧିକାର କର୍ମୀ ଲକ୍ଷ୍ମଣ ନାୟକ ବି ବନ୍ଧା ହୋଇଛନ୍ତି ।
Advertisment ରୋଗୀଙ୍କ ପାଖରେ ବସିଛନ୍ତି, ସ୍ବାସ୍ଥ୍ୟାବସ୍ଥା ପରଖୁଛନ୍ତି।
ଔଷଧ ଦେଇ ଯନ୍ତ୍ରଣା ଦୂର କରିବାକୁ ଉଦ୍ୟମ କରୁଛନ୍ତି।
ଦୁର୍ଗମ ଆଦିବାସୀ ଗାଁରେ ସାଜିଛନ୍ତି ଦ୍ବିତୀୟ ଭଗବାନ।
ହେଲେ ଏଇ ଯୁବ ଡାକ୍ତରଙ୍କ କାରନାମା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ପେଶାରେ ରୋଗୀ ସେବା କରୁଥିବା ବାବୁଜଣଙ୍କ ପାଲଟିଥିଲେ ଖଣି ବିରୋଧୀ ଆନ୍ଦୋଳନର ପୁରୋଧା।
ଯାହାଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇଛି କାଶୀପୁର ପୋଲିସ।
ନାଁ- ଡାକ୍ତର ରାଣ୍ଡାଲ୍ ସେକ୍ୱେରା।
ଘର କର୍ଣ୍ଣାଟକର ମାଙ୍ଗାଲୁରୁ।
୨୦୧୭ରୁ ଓଡ଼ିଶା ଆସିଥିବା ରାଣ୍ଡାଲଙ୍କ ବିରୋଧରେ ଉଠିଛି ସଂଗୀନ ଅଭିଯୋଗ।
ପୋଲିସର ସୂଚନା ଅନୁଯାୟୀ- ୩୯ ବର୍ଷୀୟ ଡାକ୍ତର ସେକ୍ୱେରା ଚିକିତ୍ସାସେବା ପରିବର୍ତ୍ତେ ସରକାରଙ୍କ ବିରୋଧରେ ଆଦିବାସୀଙ୍କୁ ଉସୁକାଉଥିଲେ।
ଗତ ଏପ୍ରିଲରେ ରାୟଗଡ଼ା କାଣ୍ଟାମାଳ ଗାଁରେ ପବ୍ଲିକ୍-ପୋଲିସ ସଂଘର୍ଷରେ ରାଣ୍ଡାଲଙ୍କର ରହିଥିଲା ସଂପୃକ୍ତି।
Advertisment ବିକ୍ଷୋଭ ସମୟରେ ପୋଲିସ ଉପରକୁ ଠେଙ୍ଗା ଓ ପଥର ମାଡ଼ କରିବା ଘଟଣାରେ ତାଙ୍କରି ପ୍ରଚ୍ଛନ୍ନ ହାତ ରହିଥିଲା।
ରାଣ୍ଡାଲଙ୍କ ସହିତ ଦଳିତ ଅଧିକାର କର୍ମୀ ଲକ୍ଷ୍ମଣ ନାୟକଙ୍କୁ ମଧ୍ୟ ଗତ ୧୬ ତାରିଖରେ ଗିରଫ କରିଛି ପୋଲିସ ।
ଉଭୟଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଦଙ୍ଗା ଭଳି ଗୁରୁତର ଅଭିଯୋଗ ସହ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି।
ଜାମିନ ନାମଞ୍ଜୁର ହେବାରୁ ରାୟଗଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି।
ତେବେ କିଏ ଏହି ରାଣ୍ଡାଲ୍ ସେକ୍ୱେରା ?
କର୍ଣ୍ଣାଟକରୁ କାହିଁକି ଆସିଲେ ଓଡ଼ିଶା ?
ରୋଗୀ ସେବା ମୁଖା ତଳେ ଚଳାଇଥିଲେ କି ଖଣି ରାଜନୀତି ?
ସୂଚନା ଅନୁସାରେ, ଆଦିବାସୀ ଅଞ୍ଚଳରେ କାମ କରୁଥିବା ଏକ ସ୍ୱେଚ୍ଛାସେବୀ ସଂଗଠନ ଜରିଆରେ କଳାହାଣ୍ଡି ଜିଲ୍ଲାକୁ ଆସିଥିଲେ ରାଣ୍ଡାଲ୍।
ପରବର୍ତ୍ତୀ ସମୟରେ ଏକାକୀ ଦୁର୍ଗମ ଗାଁଗୁଡ଼ିକୁ ଯାଇ ଆଦିବାସୀଙ୍କ ଚିକିତ୍ସା ସହ ବକ୍ସାଇଟ୍ ଖଣି ଖନନ ବିରୋଧୀ ଆନ୍ଦୋଳନକୁ ସମର୍ଥନ କରୁଥିଲେ।
୨୦୨୩ ସେପ୍ଟେମ୍ବରରେ କାଶୀପୁର ପୋଲିସ ସିଜିମାଳି ନିକଟବର୍ତ୍ତୀ ଗାଁଗୁଡ଼ିକରେ ଖଣି ବିରୋଧୀ ପ୍ରଚାରପତ୍ର ପ୍ରସାରଣ ନେଇ ତାଙ୍କ ବିରୋଧରେ ଏକ ଜେନେରାଲ୍ ଡାଏରୀ ଏଣ୍ଟ୍ରି କରିଥିଲା।
ପରେ ଗତ ଏପ୍ରିଲ ମାସର ଖଣ୍ଡଯୁଦ୍ଧ ପରେ ପୋଲିସର ନଜରରେ ଥିଲେ ସେକ୍ବେରା।
ତେବେ ଡାକ୍ତରଙ୍କ ଗିରଫ ପରେ ସ୍ଥାନୀୟ ଅଞ୍ଚଳରେ ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା।
ପ୍ରଶ୍ନ ଉଠୁଛି- ଡାକ୍ତର ସିକ୍ବେରାଙ୍କ ଅସଲ ଉଦ୍ଦେଶ୍ୟ କଣ ଥିଲା ?
ରୋଗୀ ସେବା ବାହାନାରେ ଶିଳ୍ପାୟନକୁ କରୁଥିଲେ କି ବିରୋଧ ?
ଜଣେ ଡାକ୍ତର ହୋଇ କାହିଁକି ଉସୁକାଉଥିଲେ ଆନ୍ଦୋଳନକାରୀଙ୍କୁ ?
କେଉଁ ତୃତୀୟ ପକ୍ଷ ସହିତ ସଂପୃକ୍ତ ଥିଲେ କି ?
ଘଟଣାକୁ ନେଇ ପୋଲିସ ତଦନ୍ତ ଚାଲିଥିବା ବେଳେ ଅଭିଯୋଗ ସମ୍ପର୍କରେ ଡାକ୍ତର ରାଣ୍ଡାଲଙ୍କ ପରିବାର କିମ୍ବା ଓକିଲଙ୍କ ପ୍ରତିକ୍ରିୟା ମିଳିପାରିନି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।