Kotia Row: କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି! ଫାଟୁସିନେରିରେ ଲଗାଇଲା ତେଲୁଗୁ ନାମଫଳକ
କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଥମିବାର ନାଁ ନେଉନି।
କୋଟିଆ ଗ୍ରାମପୁଞ୍ଜର ଫାଟୁସିନେରି ଗାଁରେ ପୁଣି ଥରେ ଆନ୍ଧ୍ର ପ୍ରଶାସନର ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଆଗାମୀ ଏମପିଟିସି ଓ ଜେଡପିଟିସି ନିର୍ବାଚନ ପୂର୍ବରୁ ସାଲୁର ତହସିଲଦାରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍ ଫାଟୁସିନେରି ଗସ୍ତ କରିବା ସହ ଗାଁ ପ୍ରବେଶ ପଥରେ ତେଲୁଗୁ ନାମ 'ପାଟୁଚେନ୍ନୁରୁ' ଲେଖାଥିବା ନାମଫଳକ ଲଗାଇଛି।
ଏଥିସହ ଆନ୍ଧ୍ର ନିର୍ବାଚନରେ ଭାଗ ନେବାକୁ ଗ୍ରାମବାସୀଙ୍କୁ ବୁଝାଇଥିବା ଅଭିଯୋଗ ହୋଇଛି।
ଏହାକୁ ନେଇ ସୀମାନ୍ତ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
Advertisment ଅନ୍ୟପଟେ, କୋଟିଆ ପ୍ରସଙ୍ଗରେ ସବୁ ରାଜନୈତିକ ଦଳ ଏକାଠି ହେବା ଉପରେ ଗୁରୁତ୍ୱ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
କୋଟିଆର ସ୍ଥିତି ଅନୁଧ୍ୟାନ କରିବା ପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜର ଟିମ୍ ପଠାଇବାର ନୈତିକ ଅଧିକାର ରହିଛି ବୋଲି ସେ କହିଛନ୍ତି।
ଏଥିସହ କୋଟିଆ ପ୍ରସଙ୍ଗରେ ସବୁ ରାଜନୈତିକ ଦଳକୁ ଏକତ୍ରିତ କରିବା ପାଇଁ ବିଚାରବିମର୍ଶ ଚାଲିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।
କୋଟିଆକୁ ନେଇ ଥମିବାର ନାଁ ଧରୁନି ବିବାଦ ଫାଟୁସିନେରି ଗାଁକୁ ପୁଣି ଥରେ ଆନ୍ଧ୍ର ପ୍ରଶାସନର ଗସ୍ତ ଏମପିଟିସି ଓ ଜେଡପିଟିସି ନିର୍ବାଚନ ପୂର୍ବରୁ ସାଲୁର ତହସିଲଦାର ଗସ୍ତ ଗାଁରେ ତେଲୁଗୁ ନାମ 'ପାଟୁଚେନ୍ନୁରୁ' ଲେଖାଥିବା ନାମଫଳକ ଲଗାଯାଇଛି ଆନ୍ଧ୍ର ନିର୍ବାଚନରେ ଭାଗ ନେବାକୁ ଗ୍ରାମବାସୀଙ୍କୁ ବୁଝାଇଥିବା ଅଭିଯୋଗ ବିଭିନ୍ନ ରାଜନୈତିକ ଦଳଙ୍କ ଗସ୍ତକୁ ନେଇ ବିଜେପି ରାଜ୍ୟସଭାପତିଙ୍କ ପ୍ରତିକ୍ରିୟା କୋଟିଆ ପ୍ରସଙ୍ଗରେ ସବୁ ରାଜନୈତିକ ଦଳ ଏକାଠି ହେବା ଉପରେ ଗୁରୁତ୍ୱ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।