Kuakhai River: କୁଆଖାଇକୁ ଡେଇଁଲେ ଆଉ ଜଣେ ଯୁବକ: ଡେଥ୍‌ ଜୋନ୍‌ ପାଲଟିଛି ଟଙ୍କପାଣି ବ୍ରିଜ୍‌

Sep 25, 2026 - 06:53
Kuakhai River: କୁଆଖାଇକୁ ଡେଇଁଲେ ଆଉ ଜଣେ ଯୁବକ: ଡେଥ୍‌ ଜୋନ୍‌ ପାଲଟିଛି ଟଙ୍କପାଣି ବ୍ରିଜ୍‌

"ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ଟଙ୍କପାଣି କୁଆଖାଇ ନଦୀ ପୋଲ ଉପରେ ଆଜି ସନ୍ଧ୍ୟା ସମୟରେ ପୁଣି ଆଉ ଏକ ଅଘଟଣ ଘଟିଛି।

ଆଜି ସନ୍ଧ୍ୟାରେ ମେଘ ପବନ ବେଳେ ପୁଣି ଜଣେ ଯୁବକ ଡେଇଁ ପଡ଼ିଥିବା ଆଶଙ୍କା କରାଯାଉଛି।

ନିଖୋଜ ଯୁବକ ବଡ଼ଗଡ଼ ବ୍ରିଟ କଲୋନି ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି।

ପୋଲ ଉପରେ ଯୁବକଙ୍କ ପ୍ଲେଜର୍‌ ସ୍କୁଟି ଓ ଚପଲ ପଡ଼ିଛି।

ଘଟଣାସ୍ଥଳରେ ଯୁବକଙ୍କ ବାପା ଓ ସମ୍ପର୍କୀୟ ପହଞ୍ଚିଛନ୍ତି।

ବଡ଼ଗଡ଼ ଥାନା ପୁଲିସ ଏବଂ ବାଳକାଟି ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।

ଏପଟେ ବାଲିଅନ୍ତା ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଛି।

ହେଲେ ରିପୋର୍ଟ ଲେଖା ହେବା ବେଳକୁ ଯୁବକଙ୍କ ପତ୍ତା ମିଳିପାରିନଥିବା ସୂଚନା ମିଳିଛି।

Advertisment Editorial: ଆଶାର ଗବାକ୍ଷ; ଜଳ: ଜୀବନରୁ ଯନ୍ତ୍ରଣା ଯାଏ କୁଆଖାଇ ପୋଲ ଉପରେ ଆଜିର ଘଟଣାକୁ ମିଶାଇ ମାସକ ମଧ୍ୟରେ ୪ ଜଣ ଯୁବକ ସମାନ ଭାବେ ନିଖୋଜ ହୋଇଛନ୍ତି।

ପ୍ରଥମ ଘଟଣାଟି ଘଟିଥିଲା ଚଳିତ ମାସ ୫ ତାରିଖ ରାତି ୧୦ଟା ସମୟରେ।

ପୁରୁଣା ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ଥାନା ହରଚଣ୍ଡୀ ସାହିର ଭବାନୀ ଶଙ୍କର ଖଟେଇ ନାମକ ୨୩  ବର୍ଷୀୟ ଯୁବକ ଡେଇଁ ପଡ଼ିଥିଲେ।

ବାଲିଅନ୍ତା ଅଗ୍ନିଶମ ବାହିନୀ ଖୋଜାଖୋଜି କରି ୧୨ ଘଣ୍ଟା ପରେ ତାଙ୍କର ମୃତଦେହ ଉଦ୍ଧାର କରିଥିଲା।

ଭବାନୀ ଶଙ୍କରଙ୍କ ଆତ୍ମହତ୍ୟାର ଠିକ୍‌ ୨ ଦିନ ପରେ ଅର୍ଥାତ ୭ ତାରିଖରେ ସେହି ହରଚଣ୍ଡୀ ସାହିର ଭବାନୀଙ୍କ ପଡ଼ୋଶୀ ସଞ୍ଜୟ ସ୍ୱାଇଁ (୪୩) ନାମକ ଜଣେ ଯାତ୍ରୀବାହୀ ଅଟୋ ଚାଳକ ରାତିରେ ପୋଲ ଉପରେ ଅଟୋ ରଖି ନଦୀକୁ ଡେଇଁ ପଡ଼ିଥିଲେ।

ପୁଲିସ ଅଟୋ ଜବତ କରିବା ସହ ସେଠାରୁ ସଞ୍ଜୟଙ୍କ ମୋବାଇଲ, ଗାମୁଛା, ଗାଡ଼ି ଚାବି ଏବଂ ଚପଲ ଜବତ କରି ତାଙ୍କର ପରିବାର ଲୋକଙ୍କ ଜିମା ଦେଇଥିଲା।

ଘଟଣାର ୩୬ ଘଣ୍ଟା ପରେ ପୁଲିସ ସଞ୍ଜୟଙ୍କ ମୃତଦେହ ଜବତ କରିଥିଲା।

ସଞ୍ଜୟଙ୍କ ପରେ ୨୦ ତାରିଖ ମଧ୍ୟରାତ୍ରିରେ ବଡ଼ଗଡ଼ ଥାନା ଅଞ୍ଚଳର ସୂର୍ଯ୍ୟନାରାୟଣ ଜେନା ନାମକ ଜଣେ ୨୧ ବର୍ଷୀୟ ଯୁବକ ଡେଇଁ ପଡ଼ିଥିଲେ।

ହେଲେ ଗଣେଶ ଭସାଣି ଯୋଗୁ ବ୍ରିଜ ଉପରେ ଲୋକଙ୍କ ଭିଡ଼ ଥିବାରୁ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

Electricity consumers: ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଲୁଟ ପାଇଁ ଚକ୍ରାନ୍ତ: ଟାଟାକୁ ହସ୍ତାନ୍ତର ଆର୍ଥିକ ବିବରଣୀରେ ଗୋଳମାଳ ଖବର ପାଇ ବାଲିଅନ୍ତା ଅଗ୍ନିଶମବାହିନୀ ତତ୍‌କ୍ଷଣାତ ପହଞ୍ଚି ଖୋଜାଖୋଜି ଆରମ୍ଭ କରି ସୂର୍ଯ୍ୟନାରାୟଣଙ୍କୁ ପାଇଯିବାରୁ ତାଙ୍କର ଜୀବନ ବଞ୍ଚିଯାଇଥିଲା।

ସୂର୍ଯ୍ୟନାରାୟଣ ପାଣି ପିଇ ଗୁରୁତର ହୋଇପଡ଼ିଥିଲେ।

ଅଗ୍ନିଶମ ବାହିନୀ ସୂର୍ଯ୍ୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଇ ସୁସ୍ଥ ହବା ପରେ ଛାଡ଼ିଥିଲେ।

ସୂର୍ଯ୍ୟଙ୍କ ପରେ ଆଜି ସନ୍ଧ୍ୟା ୭ଟା ସମୟରେ ଅନୁରୂପ ଭାବେ ବଡ଼ଗଡ଼ ଥାନା ବ୍ରିଟ୍‌ କଲୋନି ଅଞ୍ଚଳର ଜଣେ ଯୁବକ ନଦୀକୁ ଡେଇଁଥିବା ସନ୍ଦେହ କରାଯାଉଛି।

ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ହେଁ ରିପୋର୍ଟ ଲେଖା ହେବା ବେଳକୁ ତାଙ୍କର ପତ୍ତା ମିଳିପାରିନି।

ତେବେ କୁଆଖାଇ ବ୍ରିଜ ଉପରେ ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନିଆଯାଉ ନାହିଁ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପୁଲିସ ପାଟ୍ରୋଲିଂ ହେଉନି।

ଅଚଳ ହୋଇପଡ଼ିଥିବା ୩୦ ସୌର ଲାଇଟ୍‌ର ମରାମତି କରାଯାଉନାହିଁ।

ପୋଲ ଉପର ଆଲୋକିତ ହେ‌େଲ ଓ  ଲୋକଙ୍କ ଗହଳିଚହଳି ଲାଗି ରହିଲେ ଏଭଳି ଅଘଟଣର ପୁନରାବୃତ୍ତି ଘଟନ୍ତା ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।