Saheed Nagar Durga Puja Committee: ସହିଦନଗର ଦୁର୍ଗାପୂଜା କମିଟି: ସୁନାମୁକୁଟ, ଚାନ୍ଦିମେଢ଼ ଆକର୍ଷଣ

Sep 25, 2026 - 07:14
Saheed Nagar Durga Puja Committee: ସହିଦନଗର ଦୁର୍ଗାପୂଜା କମିଟି: ସୁନାମୁକୁଟ, ଚାନ୍ଦିମେଢ଼ ଆକର୍ଷଣ

"ଭୁବନେଶ୍ୱର: ଚଳିତ ବର୍ଷ ୪୯ ବର୍ଷରେ ପଦାର୍ପଣ କରୁଛି "ସହିଦନଗର ଦୁର୍ଗାପୂଜା"।

ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥର ବାଉଁଶ ଓ ବେତରେ ତିଆରି କାଳ୍ପନିକ ତୋରଣରେ ମା" ମହାମାୟା ବିଜେ କରିବେ।

ତୋରଣ ଆବର୍ଜନାମୁକ୍ତ ତଥା ପରିବେଶ ଅନୁକୂଳ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।

୮୦ଫୁଟ୍‌ ଉଚ୍ଚ, ୧୩୦ ଫୁଟ୍‌ ଚଉଡ଼ା ବିଶିଷ୍ଟ ଏହି ତୋରଣର ନିର୍ମାଣରେ ୫୦ ଜଣ ବଙ୍ଗୀୟ କାରିଗର ଜନ୍ମାଷ୍ଟମୀଠାରୁ ଲାଗିଛନ୍ତି।

ସହିଦନଗର ଦୁର୍ଗାପୂଜାର ସବୁଠାରୁ ବଡ଼ ସ୍ବତନ୍ତ୍ରତା ହେଉଛି ଏହାର "ଚାନ୍ଦିମେଢ଼"।

ଦେଢ଼ କେଜି ସୁନାରେ ତିଆରି ହୋଇଛି ମା"ଙ୍କ ମୁକୁଟ ଓ ଅନ୍ୟାନ୍ୟ ଅଳଙ୍କାର।

ଦୁଇ କୁଇଣ୍ଟାଲ୍‌ ଚାନ୍ଦିରେ ତିଆରି ହେଉଛି ମେଢ଼, ମା"ଙ୍କ ଅଳଙ୍କାର ଓ ଅସ୍ତ୍ରଶସ୍ତ୍ର।

ତାରକସି କାମର ରୁପା ମେଢ଼ରେ ସ୍ବର୍ଣ୍ଣ ଅଳଙ୍କାର ପରିହିତା ମା" ଦୁର୍ଗା ମଣ୍ଡପରେ ଝଟକିବେ।

ମେଢ଼ର ଉଚ୍ଚତା ପାଖାପାଖି ୨୦ ଫୁଟ ରହିବ ଓ କଟକ କାରିଗର ମା"ଙ୍କ ମୂର୍ତ୍ତି ନିର୍ମାଣ କରିବେ।

୫୦ ଫୁଟର ଉଚ୍ଚତାର ଲାଇଟ୍‌ ଗେଟ୍‌ ସହିତ ଆକର୍ଷଣୀୟ ଲିଚୁ ଲାଇଟ୍‌ ଲାଗିବ।

ସେହିପରି ସିନ୍ଦୁର ଖେଳ ଓ କୁମାରୀ ପୂଜା ପ୍ରମୁଖ ଆକର୍ଷଣ ସାଜିବ।

Advertisment Tata sons boardroom battle: ଟାଟା ବୋର୍ଡରୁମରେ ବଡ଼ ଝଡ଼!

ଚେୟାରମ୍ୟାନ୍ ପଦକୁ ନେଇ ମୁହାଁମୁହିଁ ନୋଏଲ ଟାଟା ଓ ଚନ୍ଦ୍ରଶେଖରନ ଶିବିର ରାସ୍ତାରେ ଠିଆ ହେଲେ ବି ମା"ଙ୍କ ଦର୍ଶନ ହୋଇପାରିବଆମେ ତୋରଣ ଅପେକ୍ଷା ମା"ଙ୍କ ଦର୍ଶନକୁ ଅଧିକ ଗୁରୁତ୍ବ ଦେଉଛୁ।

ଗହଳି ଯୋଗୁ ତୋରଣ ଭିତରକୁ ଆସିପାରୁ ନଥିବା ଭକ୍ତ ଯେମିତି ରାସ୍ତାରୁ  ମା"ଙ୍କୁ ଦର୍ଶନ କରିପାରିବେ ସେଭଳି ଡିଜାଇନ୍‌ର ତୋରଣ ପ୍ରସ୍ତୁତ ହେଉଛି।

ଏଥିସହ ଭକ୍ତଙ୍କ ପାଇଁ ପୂଜା ୪ ଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।

ମଣ୍ଡାପିଠା, ଚୁଡ଼ାଘଷା, ଖିରି ଆଦି ସହ ଦଶମୀ ଦିନ ଦହିପଖାଳ ଭୋଗ ଲାଗି ହେବ।

ଷଷ୍ଠୀଠାରୁ ପୂଜା ଆରମ୍ଭ ହେଉଥିବା ବେଳେ ପ୍ରତ୍ୟେକ ଦିନ ୨୦୦୦ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। -ବିଶ୍ୱପ୍ରସାଦ ମହାନ୍ତି, ସଭାପତି  Kuakhai River: କୁଆଖାଇକୁ ଡେଇଁଲେ ଆଉ ଜଣେ ଯୁବକ: ଡେଥ୍‌ ଜୋନ୍‌ ପାଲଟିଛି ଟଙ୍କପାଣି ବ୍ରିଜ୍‌ ୧୦୦ଟି ସିସି କ୍ୟାମେରା ଲାଗିବଭକ୍ତମାନେ ରାତି ୩ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଆସୁଥିବାରୁ ପାଖାପାଖି ୧୦୦ଟି ସିସି କ୍ୟାମେରା ଲାଗିବ।

ସେହିପରି ମହିଳା ଓ ପୁରୁଷଙ୍କୁ ମିଶାଇ ୧୦୦ଜଣ ସ୍ୱେଚ୍ଛାସେବୀ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ଦାୟିତ୍ବରେ ରହିବେ।

ଅଗ୍ନି ନିର୍ବାପକ ଓ ଆମ୍ବୁଲାନ୍‌ସ ବ୍ୟବସ୍ଥା ମଧ୍ୟ କରାଯାଇଛି।

ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ମହିଳା ଆଦିଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି। -ହରିଶ ପ୍ରସାଦ ରଥ, ସମ୍ପାଦକ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।