Kumar Purnima Celebrated Across Odisha: ଆଜି ପବିତ୍ର କୁମାର ପୂର୍ଣ୍ଣିମା, ଖଇ ଆଞ୍ଜୁଳି ଓ ଚାନ୍ଦ ପୂଜାରେ ମାତିବେ କୁମାରୀ
ଆଜି ପବିତ୍ର କୁମାର ପୂର୍ଣ୍ଣିମା।
କୁମାରୀ ଝିଅମାନଙ୍କର ଏକ ପ୍ରମୁଖ ପର୍ବ ଭାବେ ପରିଚିତ ଏହି ଉତ୍ସବକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର।
ପାରମ୍ପରିକ ରୀତିନୀତି, ପୂଜାପାଠ ଓ ଖେଳକୁଦ ମଧ୍ୟରେ ଆନନ୍ଦ ଉଲ୍ଲାସର ସହ ଏହି ପର୍ବ ପାଳନ କରୁଛନ୍ତି କୁମାରୀ ଝିଅମାନେ।
ଆଜି ପ୍ରାତଃ ସମୟରୁ କୁମାରୀ ଝିଅମାନେ ସ୍ନାନ କର୍ମ ସାରି ନୂଆ ବସ୍ତ୍ର ପରିଧାନ କରି ଆଞ୍ଜୁଳି ଟେକିଥାନ୍ତି।
ଏହାପରେ ଗାଁ ଦାଣ୍ଡରେ ବିଭିନ୍ନ ଖେଳକୁଦ ଓ ମନୋରଞ୍ଜନରେ ମାତିଥାନ୍ତି।
Advertisment ସନ୍ଧ୍ୟା ସମୟରେ ଚଉରା ମୂଳେ ଚାନ୍ଦ ପୂଜା କରି ପାରମ୍ପରିକ ରୀତିନୀତିରେ ଏହି ପର୍ବକୁ ସମାପନ କରିବେ।
ବିଶେଷକରି କୁମାର କାର୍ତ୍ତିକେୟଙ୍କ ପରି ସୁନ୍ଦର ଓ ଯୋଗ୍ୟ ଜୀବନସାଥୀ ପାଇବାର ମନୋକାମନା ନେଇ କୁମାରୀ ଝିଅମାନେ ଏହି ପର୍ବକୁ ଅତି ନିଷ୍ଠା ଓ ଶ୍ରଦ୍ଧାର ସହ ପାଳନ କରିଥାନ୍ତି।
ଏହି ପର୍ବ କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ଓଡ଼ିଆ ପରମ୍ପରା, ସଂସ୍କୃତି ଓ ସାମାଜିକ ମିଳନର ଏକ ଅନନ୍ୟ ଉତ୍ସବ।
କୁମାର ପୂର୍ଣ୍ଣିମାକୁ ନେଇ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଗାଁ ଗଣ୍ଡାରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ।
ପାରମ୍ପରିକ ରୀତିନୀତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ପର୍ବ ପାଳନ କରି ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିଛନ୍ତି ଗ୍ରାମାଞ୍ଚଳର ଯୁବତୀମାନେ।
ଏପଟେ କେନ୍ଦ୍ରାପଡ଼ାରେ ମଧ୍ୟ ଖଇ ଆଞ୍ଜୁଳି ଟେକି ଘର ପରିବାର ମଙ୍ଗଳ ମାନସି ଥିବା କୁମାରୀମାନେ ଆଜିର ଦିନଟିକୁ ବେଶେ ଉପଭୋଗ କରିଛନ୍ତି ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।