Severe Cyclone Alert: ୨୮ରେ ବାତ୍ୟାର ସବୁଠୁ ଭୟଙ୍କର ରୂପ, ଆଜିଠୁ ବଢ଼ିବ ପବନର ବେଗ

Oct 25, 2026 - 08:57
Severe Cyclone Alert: ୨୮ରେ ବାତ୍ୟାର ସବୁଠୁ ଭୟଙ୍କର ରୂପ, ଆଜିଠୁ ବଢ଼ିବ ପବନର ବେଗ

ଆସନ୍ତୁ ଜାଣିବା କେଉଁ ତାରିଖରେ ବାତ୍ୟାର ତୀବ୍ରତା ଓ ପବନର ବେଗ କଣ ରହିବ ।

ଆଜି ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିବା ସହ ଝଟକା ପବନ ୬୫ କିଲୋମିଟର ରହିପାରେ।

ସନ୍ଧ୍ୟା ସୁଦ୍ଧା ଏହା ଗଭୀର ଅବପାତର ରୂପ ନେଇ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟରରେ ପହଞ୍ଚିପାରେ।

ଆସନ୍ତାକାଲି ସକାଳେ ବାତ୍ୟାର ରୂପ ନେବା ସହ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିପାରେ।

ସନ୍ଧ୍ୟା ସୁଦ୍ଧା ପବନର ବେଗ ୮୦ରୁ ୯୦ କିଲୋମିଟର ଛୁଇଁପାରେ ।

Advertisment ଅକ୍ଟୋବର ୨୭ ତାରିଖରେ ବାତ୍ୟାର ତୀବ୍ରତା ଆହୁରି ବଢ଼ିବ।

ସକାଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ଏବଂ ସନ୍ଧ୍ୟା ସୁଦ୍ଧା ୧୦୦ରୁ ୧୧୦ କିଲୋମିଟର ରହିବା ସହ ଏହା ଅତି ଭୀଷଣ ବାତ୍ୟାର ରୂପ ନେଇପାରେ।

ସବୁଠାରୁ ଅଧିକ ତୀବ୍ରତାର ଆକଳନ କରାଯାଇଛି ୨୮ ତାରିଖ ସକାଳ ପାଇଁ।

ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନ ୧୪୦ କିଲୋମିଟର ଛୁଇଁପାରେ।

ତେବେ ୨୮ ତାରିଖ ସନ୍ଧ୍ୟା ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୮୫ରୁ ୯୫ କିଲୋମିଟରକୁ ହ୍ରାସ ପାଇବାର ଆକଳନ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।