kumbhara family in crisis: ସଙ୍କଟରେ କୁମ୍ଭକାର ପରିବାର: ଟ୍ରିପକୁ ୩ ହଜାର, ତଥାପି ମିଳୁନି ମାଟି

Nov 05, 2026 - 06:13
kumbhara family in crisis: ସଙ୍କଟରେ କୁମ୍ଭକାର ପରିବାର: ଟ୍ରିପକୁ ୩ ହଜାର, ତଥାପି ମିଳୁନି ମାଟି

ବାଲିଅନ୍ତା: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି।

ଦୀପାବଳି କୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ।

ଏପଟେ ଏହି ପର୍ବକୁ ନେଇ ଦୀପ ତିଆରିରେ ଲାଗି ପଡ଼ିଥିବା କୁମ୍ଭକାର ପରିବାର ଚିନ୍ତାରେ।

ମାଟିର ଅଭାବ ସାଙ୍ଗକୁ ବିଭିନ୍ନ ସମସ୍ୟା ଯୋଗୁ ଏହି କଳା ବା ପରାମ୍ପରିକ ବୃତ୍ତିକୁ ଆପଣାଇ ଦୁର୍ଦ୍ଦିନରେ କାଳ କାଟୁଛନ୍ତି କାରିଗର।

Advertisment Health: ଭୁଶୁଡ଼ିଗଲାଣି ଗ୍ରାମୀଣ ସ୍ବାସ୍ଥ୍ୟସେବା; ବିଶେଷଜ୍ଞ ଡାକ୍ତର ନାହାନ୍ତି, ସିଏଚ୍‌ସିରେ ୪୯% ପଦବି ଖାଲି ଦୀପାବଳି ଆସିଲେ ମାଟି ଦୀପର ଚାହିଦା ବଢ଼ିଯାଏ।

ଏହି ସମୟରେ ଦୀପ ତିଆରି କରି ଦୁଇ ପଇସା ରୋଜଗାର ଆଶାରେ ଦିନରାତି ପରିଶ୍ରମ କରୁଛନ୍ତି କୁମ୍ଭକାର ପରିବାର।

ଦିନ ଥିଲା ମାଟି ତିଆରି ବିଭିନ୍ନ ଜିନିଷ ତିଆରି କରି କାରିଗରଙ୍କ ପରିବାର ଚଳି ଯାଉଥିଲେ।

ସମୟ ବଦଳିବା ସହ ଲୋକଙ୍କ ରୁଚି ବଦଳିଛି।

ମାଟି ପରିବର୍ତ୍ତେ ପ୍ଲାଷ୍ଟିକ, ଚିନାମାଟି, ଆଲୁମିନିୟମ୍‌, ଷ୍ଟିଲ ଏବଂ ବିଦ୍ୟୁତ ଲିଚୁ ଲାଇଟ୍‌ ଭଳି ସାମଗ୍ରୀ ପ୍ରତି ଲୋକମାନେ ଆକୃଷ୍ଟ ହେଉଛନ୍ତି।

ଫଳରେ ମାଟି ତିଆରି ସାମଗ୍ରୀ ତିଆରି କରି ପରିବାର ପ୍ରତିପୋଷଣ କରୁଥିବା କାରିଗର ଚିନ୍ତାରେ ପଡ଼ିଛନ୍ତି।

ଅପରପକ୍ଷେ, ମାଟି, ରଙ୍ଗ, ନଡ଼ା ଭଳି କଞ୍ଚାମାଲ କିଣାରେ ଯେତିକି ଖର୍ଚ୍ଚ ହେଉଛି, ଜିନିଷ ତିଆରି କରି ବିକ୍ରି ହେଉଥିବା ସାମଗ୍ରୀରୁ ସେତିକି ଲାଭ ମିଳୁନାହିଁ ବୋଲି କହିଛନ୍ତି କାରିଗର।

ସେମାନଙ୍କ କହିବା ଅନୁସାରେ ଟ୍ରାକ୍ଟରରେ ମାଟି ଟ୍ରିପକୁ ୩ ହଜାର ଦେବାକୁ ପଡୁଛି।

ଟଙ୍କା ଦେଲେ ସୁଦ୍ଧା ଚିକିଟା ମାଟି ମିଳୁନି।

Indravati Bridge: ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଇନ୍ଦ୍ରାବତୀ ବ୍ରିଜକୁ ଜାତୀୟ ସ୍ମାରକୀ ଘୋଷଣା ଦାବି ବାଲିଅନ୍ତା ବ୍ଲକ୍‌ ଅଧୀନ ବାଳକାଟି ମୁଦୁଲି ସାହି, ବ୍ରାହ୍ମଣ ସୁଆଁଲୋ, ଦଣ୍ଡିଲୋ, ଝିଁଣ୍ଟି ଶାସନ, ଉତ୍ତରା, ବିଶରପୁର, କାକରୁଦ୍ରପୁର ଓ ବସନ୍ତପୁର ଆଦି ଗ୍ରାମରେ ଏବେ ସୁଦ୍ଧା ବହୁ କୁମ୍ଭକାର ପରିବାର ପିଢ଼ି ପରେ ପିଢ଼ି ଏହି କୌଳିକ ବୃତ୍ତିକୁ ଆଦରି ଗୁଜୁରାଣ ମେଣ୍ଟାଉଛନ୍ତି।

ହେଲେ ଉପଯୁକ୍ତ ସରକାରୀ ପ୍ରୋତ୍ସାହନ ଅଭାବରୁ ଯୁବପିଢ଼ି ଏହି ବୃତ୍ତିରୁ ମୁହଁ ଫେରାଉଛନ୍ତି।

ଏମିତିକି ରୋଜଗାର ଆଶାରେ ସେମାନେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଥିବା ଉଦାହରଣ ରହିଛି।

ହେଲେ ଏବେ ମାଟିର ଅଭାବ, କଞ୍ଚାମାଲ ଏବଂ ଅନ୍ୟାନ୍ୟ ସୁବିଧା ଅସୁବିଧା ଯୋଗୁ ଏହି କଳା ଏବଂ ପାରମ୍ପରିକ ବୃତ୍ତିକୁ ବଞ୍ଚାଇ ରଖିବା ଏବଂ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ସଂଘର୍ଷ କରୁଛନ୍ତି ଏହି ପରିବାର।

ଏଭଳି ସ୍ଥିତିରେ ସରକାରୀ ସହାୟତା ଓ ମାଟି ଯୋଗାଣର ସୁବିଧା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ କୁମ୍ଭକାର ପରିବାର ସମୂହ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।