The toilet: ଶୌଚାଳୟ ପାଲଟିଛି ଠିକାଦାରଙ୍କ ଷ୍ଟକ୍‌ୟାର୍ଡ: ରଖୁଛନ୍ତି ସିମେଣ୍ଟ ବସ୍ତା, ସରଞ୍ଜାମ

Nov 05, 2026 - 05:30
The toilet: ଶୌଚାଳୟ ପାଲଟିଛି ଠିକାଦାରଙ୍କ ଷ୍ଟକ୍‌ୟାର୍ଡ: ରଖୁଛନ୍ତି ସିମେଣ୍ଟ ବସ୍ତା, ସରଞ୍ଜାମ

ଭୁବନେଶ୍ବର: ଶୌଚାଳୟ ପାଲଟିଛି ଠିକାଦାରଙ୍କ ଷ୍ଟକ୍‌ୟାର୍ଡ ।

ରାସ୍ତାର ଟେଣ୍ଡର ନେଇଥିବା ଠିକାଦାରମାନେ ଏଠାରେ ପେଭର୍‌ବ୍ଲକ, ସିମେଣ୍ଟ ବସ୍ତା, ବଲ୍‌ହା ଆଦି ରଖୁଛନ୍ତି।

ଭୁବନେଶ୍ବର ମହାନଗର ନିଗମ ୩୫ ନମ୍ବର ୱାର୍ଡ ହ୍ୟୁମାନ ଲାଇଫ୍‌ ସେଣ୍ଟର ନିକଟ‌ରେ ମହାନଗର ନିଗମ ପକ୍ଷରୁ ନିର୍ମିତ ଶୌଚଳୟରେ ଏଭଳି ଚିତ୍ର ଦେଖିବାକୁ ମିଳିଛି।

ଏଣୁ ଏହା ଉପରେ ନିର୍ଭରଶୀଳ ଅଞ୍ଚଳବାସୀ ଓ ଲୋକେ ଖୋଲାମେଲାରେ ପରିସ୍ରା କରୁଛନ୍ତି।

Advertisment Health: ଭୁଶୁଡ଼ିଗଲାଣି ଗ୍ରାମୀଣ ସ୍ବାସ୍ଥ୍ୟସେବା; ବିଶେଷଜ୍ଞ ଡାକ୍ତର ନାହାନ୍ତି, ସିଏଚ୍‌ସିରେ ୪୯% ପଦବି ଖାଲି ନିକଟରେ ଏହି ଶୌଚାଳୟର ଶୁଭାରମ୍ଭ କରାଯାଇଥିଲା।

ଏଠାରେ ଗୋଟିଏ କକ୍ଷ ଶୌଚ ପାଇଁ ଓ ଅନ୍ୟଟି ପରିସ୍ରା ପାଇଁ ରହିଛି।

କିନ୍ତୁ ଠିକାଦାର ଦୁଇ କକ୍ଷକୁ ମାଡ଼ି ବସିଛନ୍ତି।

ଏହି ଶୌଚାଳୟ ସମ୍ମୁଖ ଦେଇ ଯାଉଥିବା ରାସ୍ତାରେ ପେଭର୍‌ବ୍ଲକ ପଡ଼ୁଛି।

ଏଣୁ ଠିକାଦାର ଏହି ରାସ୍ତା କାମ ପାଇଁ ଆଣିଥିବା ସିମେଣ୍ଟ ବସ୍ତା ଏହି ଶୌଚାଳୟ ଭିତରେ ରଖୁଛନ୍ତି।

ଠିକା କାମରେ ଲାଗୁଥିବା ସରଞ୍ଜାମ ବି ଏଠାରେ ରଖୁଛନ୍ତି।

ସେପଟେ ଶୌଚାଳୟ ରାସ୍ତାକୁ ବାଲି, ପେଭର୍‌ବ୍ଲକ ପକାଇ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି।

ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଏ ସଂପର୍କରେ ଅଞ୍ଚଳବାସୀ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ICICI Life Insurance: ଆଇସିଆଇସିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂଆ ପେନ୍‌ସନ୍‌ ପ୍ଲାନ୍‌

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।