MBBS: ଏମ୍ବିବିଏସ୍ ପ୍ରଥମ ବର୍ଷ ପରୀକ୍ଷାରେ ଆଉ ଥରେ ସୁଯୋଗ: ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଏନ୍ଏମ୍ସିର ଆଶ୍ୱସ୍ତି
"ନୂଆଦିଲ୍ଲୀ: ଏମ୍ବିବିଏସ୍ ପ୍ରଥମ ବର୍ଷର ପରୀକ୍ଷା ଉତ୍ତୀର୍ଣ୍ଣ ହେବାକୁ ସଂଘର୍ଷ କରୁଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଆଉ ଥରେ ସୁଯୋଗ ଦେଇଛି ରାଷ୍ଟ୍ରୀୟ ଆୟୁର୍ବିଜ୍ଞାନ ଆୟୋଗ (ଏନ୍ଏମ୍ସି)।
୨୦୧୯-୨୦ ଶିକ୍ଷାବର୍ଷଠାରୁ ଏମ୍ବିବିଏସ୍ରେ ନାମ ଲେଖାଇଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଏମ୍ବିବିଏସ୍ ପ୍ରଥମ ବର୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଗୋଟିଏ ଅତିରିକ୍ତ ସୁଯୋଗ ମିଳିବ।
ଏହା ଫଳରେ ପରୀକ୍ଷା ଦେବାର ସର୍ବାଧିକ ସୁଯୋଗ ସଂଖ୍ୟା ୪ରୁ ବଢ଼ି ୫ ହେବ।Advertisment କୋଭିଡ୍-୧୯ ମହାମାରୀ ଯୋଗୁଁ ପାଠପଢ଼ାରେ ବାଧା, ସ୍ୱାସ୍ଥ୍ୟ ସମସ୍ୟା ଓ ଅନ୍ୟ ବ୍ୟକ୍ତିଗତ କାରଣରୁ ଅସୁବିଧାରେ ପଡ଼ିଥିବା ଛାତ୍ରଛାତ୍ରୀଙ୍କ ପକ୍ଷରୁ ଅତିରିକ୍ତ ସୁଯୋଗ ପାଇଁ ଆବେଦନ ଆସିଥିଲା।
ଛାତ୍ରଛାତ୍ରୀ, ବିଶ୍ୱବିଦ୍ୟାଳୟ ଓ ଅନ୍ୟ ସମ୍ପୃକ୍ତ ପକ୍ଷଙ୍କ ଅନୁରୋଧକୁ ବିଚାର କରି ଏନ୍ଏମ୍ସି ଏହି ନିଷ୍ପତ୍ତି ନେଇଛି।
ସେପ୍ଟେମ୍ବର ୨୩ରେ ଅନୁଷ୍ଠିତ ଆୟୋଗର ୧୮ଶ ବୈଠକରେ ଏହାକୁ ଅନୁମୋଦନ ମିଳିଥିଲା।
ଆୟୋଗର ସଚିବ ଡାକ୍ତର ରାଘବ ଲାଙ୍ଗରଙ୍କ ସୂଚନା ଅନୁସାରେ, ଏହି ରିହାତି କେବଳ ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ।
ଆହୁରି ପଢନ୍ତୁ: Protests safety: ଆନ୍ଦୋଳନରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି କଲା ପିସିଆଇ ଏମ୍ବିବିଏସ୍ ପାଠ୍ୟକ୍ରମ ସମାପ୍ତ କରିବାର ନିର୍ଦ୍ଧାରିତ ଚାରି ବର୍ଷର ସମୟସୀମା ଅତିକ୍ରମ କରିଥିଲେ ମଧ୍ୟ ଅତିରିକ୍ତ ସୁଯୋଗ ମିଳିପାରିବ।
ପୂର୍ବରୁ ଆୟୋଗର ନିଷ୍ପତ୍ତି କିମ୍ବା ଅଦାଲତଙ୍କ ନିର୍ଦ୍ଦେଶ ଆଧାରରେ ଅତିରିକ୍ତ ସୁଯୋଗ ନେଇ ମୋଟ ପାଞ୍ଚ ଥର ପରୀକ୍ଷା ଦେଇସାରିଥିବା ଛାତ୍ରଛାତ୍ରୀ ଆଉ ଏକ ସୁଯୋଗ ପାଇବେ ନାହିଁ।
ସେମାନଙ୍କୁ ଷଷ୍ଠ ଥର ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ।
ଏଥିସହ ଏମ୍ବିବିଏସ୍ ପାଠ୍ୟକ୍ରମ ଓ ବାଧ୍ୟତାମୂଳକ ରୋଟେଟିଂ ମେଡିକାଲ୍ ଇଣ୍ଟର୍ନସିପ୍ ସମେତ ସମ୍ପୂର୍ଣ୍ଣ ଶିକ୍ଷାକ୍ରମ ନାମଲେଖା ତାରିଖଠାରୁ ୧୦ ବର୍ଷ ମଧ୍ୟରେ ଶେଷ କରିବାକୁ ପଡ଼ିବ।
ଅତିରିକ୍ତ ସୁଯୋଗ ଯୋଗୁଁ ଏହି ସମୟସୀମା ବଢ଼ିବ ନାହିଁ।
ଏନ୍ଏମ୍ସି ସ୍ପଷ୍ଟ କରିଛି ଯେ ଏହା ଏକକାଳୀନ ରିହାତି; ଭବିଷ୍ୟତର ଶିକ୍ଷାବର୍ଷଗୁଡ଼ିକ ପାଇଁ ଏହା ନଜିର ହେବ ନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।