Land: ଆୟ ସୀମା ପାଇଁ ୫୬,୬୨୬ ଜଣ ବାସହୀନଙ୍କୁ ଜମି ମିଳୁନି: ୨ବର୍ଷରେ ୩୪,୨୫୧ ଜଣଙ୍କୁ ଜମି ମିଳିଛି
ଭୁବନେଶ୍ୱର: ବହୁ ଲୋକଙ୍କର ଜମି ନଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଘର ପାଉନାହାନ୍ତି। ଏହାକୁ ନଜରରେ ରଖି ରାଜ୍ୟ ସରକାର ‘ବସୁନ୍ଧରା’ ଯୋଜନାରେ ଘରବାରିହୀନ ପରିବାରରଗୁଡ଼ିକୁ ଚିହ୍ନଟ କରି ୪ଡେସିମିଲ ଲେଖାଏଁ ଜମି ଯୋଗାଉଛନ୍ତି। କିନ୍ତୁ ଭୂମିହୀନ ପରିବାରଙ୍କୁ ରାଜ୍ୟ ସରକାର ଯେଉଁଠି ଜମି ଦେଉଛନ୍ତି ସେଠାକୁ ଏବେ ବହୁ ଲୋକ ଯିବାକୁ ରାଜି ହେଉନାହାନ୍ତି। ରାଜସ୍ବ ବିଭାଗ ପକ୍ଷରୁ ଘରବାରିହୀନ ପରିବାରକୁ ସରକାରୀ ଜମି ମାଗଣାରେ ଯୋଗାଯାଉଥିବାବେଳେ ତାହା କେଉଁଠି ନଦୀ କୂଳ, ପାହାଡ଼ ତଳ, ଗାଁଠାରୁ ବହୁ ଦୂରରେ ଦିଆଯାଉଥିବାରୁ ଲୋକ ସେଠାରେ ଘର କରିବାକୁ ପସନ୍ଦ କରୁନଥିବା ଜାଣିବାକୁ ମିଳୁଛି। ଜମି ନେଲେ ବି ବହୁ ବର୍ଷ ଧରି ଘର କରୁନାହାନ୍ତି। ତେଣୁ ଲୋକଙ୍କୁ କିପରି ସେମାନଙ୍କର ପସନ୍ଦଯୋଗ୍ୟ ଜମି ମିଳିବ ସେନେଇ ରାଜସ୍ବ ବିଭାଗ ଚିନ୍ତାରେ ପଡ଼ିଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ‘ବସୁନ୍ଧରା’ ଯୋଜନାର ସମୀକ୍ଷା କରିଥିବାବେଳେ ଏଥିରୁ ଜଣାପଡ଼ିଛି ଯେ ୨୦୨୪ ମସିହାରେ ହୋଇଥିବା ପ୍ରାରମ୍ଭିକ ସର୍ଭେ ଅନୁଯାୟୀ, ରାଜ୍ୟରେ ମୋଟ ୪୨,୯୧୫ ଜଣ ଘରବାରିହୀନ ବ୍ୟକ୍ତି ଗଣନା ହୋଇଥିବାବେଳେ କ୍ଷେତ୍ରସ୍ତରୀୟ ତଦନ୍ତ ପରେ ୩୩,୦୮୨ ଜଣ ଯୋଗ୍ୟ ଘରବାରିହୀନ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ସେଥିରୁ ୩୦,୬୫୩ଜଣଙ୍କ ସପକ୍ଷରେ ଜମି ଆବଣ୍ଟନ କରାଯାଇଛି।
Horoscope 2026 September 09: ଜାଣନ୍ତୁ ଆଜିର ରାଶିଫଳ...
୨ବର୍ଷରେ ୩୪,୨୫୧ ଜଣଙ୍କୁ ଜମି ମିଳିଛି
ଜମି ପାଇଲେ ବି ଲୋକ ଘର କରିବାକୁ ଅମଙ୍ଗ
ମହାରାଷ୍ଟ୍ରରେ ୧ଲକ୍ଷ, ବିହାରରେ ୬୦ହଜାର ଜମି କିଣିବାକୁ ଦିଆଯାଉଛି
ସେହିପରି ୨୦୨୫ରେ ପ୍ରାରମ୍ଭିକ ସର୍ଭେରେ ୫୮,୬୨୦ ଘରବାରିହୀନ ବ୍ୟକ୍ତି ଚିହ୍ନଟ ହୋଇଥିବାବେଳେ ତଦନ୍ତ ପରେ ୧୧,୮୨୭ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩,୫୯୮ ଜଣଙ୍କୁ ଜମି ପ୍ରଦାନ କରାଯାଇଛି ଏବଂ ବକେୟା ୮,୨୨୯ ଜଣଙ୍କୁ ଜମି ପ୍ରଦାନ ପାଇଁ ପ୍ରକ୍ରିୟା ଚାଲୁରହିଛି। ଏହିପରି ଗତ ଦୁଇ ବର୍ଷରେ ପ୍ରାରମ୍ଭିକ ସର୍ଭେ ଅନୁଯାୟୀ ରାଜ୍ୟରେ ମୋଟ ୧,୦୧,୫୩୫ ଘରବାରିହୀନ ବ୍ୟକ୍ତି ଗଣନା ହୋଇଥିବାବେଳେ ତଦନ୍ତ ପରେ ୪୪,୯୦୯ ଜଣ ଯୋଗ୍ୟ ବାସହୀନ ବ୍ୟକ୍ତି ଭାବେ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ଅଦ୍ୟାବଧି ୩୪,୨୫୧ ଜଣଙ୍କ ସପକ୍ଷରେ ଜମି ଆବଣ୍ଟନ ହୋଇଥିବାବେଳେ ଅବଶିଷ୍ଟ ୧୦,୬୫୮ ଜଣଙ୍କୁ ପର୍ଯ୍ୟାୟକ୍ରମେ ଜମି ଆବଣ୍ଟନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏପରିକି ବୈଠକରୁ ଜଣାପଡ଼ିଛି ଯେ ରାଜ୍ୟରେ ‘ବସୁନ୍ଧରା’ ଯୋଜନାରେ ଜମି ପାଇବା ପାଇଁ ଯେଉଁ ମାନଦଣ୍ଡ ରହିଛି ସେଥିରେ ବହୁ ଯୋଗ୍ୟ ଲୋକ ଉପକୃତ ହେଉନାହାନ୍ତି। ଏଥିରେ ଏବେ ପରିବାରର ବାର୍ଷିକ ଆୟ ସୀମା ୧ଲକ୍ଷ ଟଙ୍କା ରହିଥିବାବେଳେ ଏହାକୁ ଏବେ କୋହଳ କରିବାକୁ ସରକାର ବିଚାର କରୁଛନ୍ତି।
ସେହିପରି ଲୋକଙ୍କୁ ଜମି ମିଳିଲେ ବି ଘର କରୁନଥିବାରୁ ସେନେଇ ସରକାର କ’ଣ କରିବେ ସେନେଇ ବିଚାର ବିମର୍ଶ କରୁଛନ୍ତି।
Education: ଗାଁ ସମସ୍ୟାର ନିଛକ ଛବି ଆଦର୍ଶ ଗ୍ରାମସଭାରେ ଉପସ୍ଥାପିତ କଲେ ଏକଲବ୍ୟ ଅନ୍ତେବାସୀ
ସାରା ଦେଶରେ ଏହି ସମସ୍ୟା ଲାଗି ରହିଥିବାବେଳେ ବିଭିନ୍ନ ରାଜ୍ୟର ସରକାର ସେଠାରେ ବାସହୀନ ପରିବାରଙ୍କୁ ସେମାନଙ୍କ ଗ୍ରାମରେ ପସନ୍ଦର ଘରୋଇ ଜମି କିଣିବାକୁ ଟଙ୍କା ଦେଉଛନ୍ତି। ଏହାବାଦ୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବାକୁ ଆର୍ଥିକ ସହାୟତା ମିଳୁଛି। କେରଳରେ ତ ରାଜ୍ୟ ସରକାର ଜମିରେ ଘର ନିର୍ମାଣ କରିକି ଦେଉଛନ୍ତି। ଓଡ଼ିଶାରେ ମାଗଣାରେ ୪ଡେସିମିଲ ଜମି ଯୋଗାଇବା ବ୍ୟବସ୍ଥାକୁ ଅନେକ ପ୍ରଶଂସା କରୁଛନ୍ତି, କିନ୍ତୁ ଏହାଦ୍ବାରା କିପରି ପ୍ରକୃତ ଏବଂ ଅଧିକ ହିତାଧିକାରୀ ଉପକୃତ ହେବେ ସେନେଇ ବିକଳ୍ପ ଚିନ୍ତା କରିବାକୁ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।