Landslide Rescue Operation: ବର୍ଷା ପରେ ପୁଣି ଜୋରଦାର ହେଲା ରେସ୍କ୍ୟୁ ଅପରେସନ୍, ନିଖୋଜଙ୍କୁ ଖୋଜୁଛି ଟିମ୍
ଭଞ୍ଜନଗର ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ପୁଣି ଆରମ୍ଭ ହେଲା ଉଦ୍ଧାର କାର୍ଯ୍ୟ।
ଗତକାଲି ପ୍ରବଳ ବର୍ଷା ହେବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।
ଫଳରେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା।
ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍, NDRF ଓ ଅଗ୍ନିଶମର ୯ଟି ଟିମ୍ ନିୟୋଜିତ ହୋଇଛନ୍ତି।
ନିଖୋଜଙ୍କ ମଧ୍ୟରୁ ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
Advertisment ଆଜି ଭୂସ୍ଖଳନ ସ୍ଥଳକୁ ନୌସେନାର ହେଲିକପ୍ଟର ମଧ୍ୟ ଯିବ।
ଏଥିସହ ଲାଇଫ୍ ଡିଟେକ୍ସନ୍ ୟୁନିଟ୍, ଭାଇବ୍ରେସନ୍ ଡିଟେକ୍ସନ୍ ୟୁନିଟ୍ ଏବଂ ଭିକ୍ଟିମ୍ ଲୋକେସନ୍ କ୍ୟାମେରା ନିଖୋଜଙ୍କୁ ଖୋଜିବା କର୍ଯ୍ୟରେ ନିୟୋଜିତ କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।