ଜର୍ସି ପାଇଁ ୪୫ ନମ୍ବର ନଥିଲା ରୋହିତଙ୍କ ପ୍ରଥମ ପସନ୍ଦ

Oct 31, 2026 - 13:53
ଜର୍ସି ପାଇଁ ୪୫ ନମ୍ବର ନଥିଲା ରୋହିତଙ୍କ ପ୍ରଥମ ପସନ୍ଦ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟରେ ଜର୍ସି ନମ୍ବରକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ଧୋନୀଙ୍କ ୭ ଓ ବିରାଟ କୋହିଲଙ୍କ ୧୮ ନମ୍ବର ଜର୍ସି ବେଶ ଲୋକପ୍ରିୟ । ସେହିପରି ଯେତେବେଳେ ୪୫ ନମ୍ବର ଜର୍ସି କଥା ଆସେ, ସେତେବେଳେ ଷ୍ଟାଡ଼ିୟମ୍ ରେ ହିଟ୍ ମ୍ୟାନ୍ ଙ୍କ ଏଣ୍ଟ୍ରି ହେଉଛି ବୋଲି ଜାଣିଥାଆନ୍ତି କ୍ରିକେଟ୍ ପ୍ରେମୀ । ରୋହିତ କିନ୍ତୁ ତାଙ୍କ ଜର୍ସି ପାଇଁ ନମ୍ବର ଚାହୁଁଥିଲେ । କିନ୍ତୁ କିପରି ତାଙ୍କ ଜର୍ସି ନମ୍ବର ୪୫ ରହିଲା ତା’ ପଛର କାହାଣୀ କହିଛନ୍ତି ହିଟ୍ ମ୍ୟାନ । ରୋହିତ ।

ସୂଚନା ଅନୁଯାୟୀ, “ଫ୍ୟାମିଲି ଫୁଲ୍ ହାଉସ୍ ୱିଥ୍ ରୋହିତ ଶର୍ମା” ଶୋ’ରେ ରୋହିତଙ୍କୁ ୪୫ ନମ୍ବର ଜର୍ସି ନେଇ ପ୍ରଶ୍ନ ପଚାରାଯାଇଥିଲା । ଏନେଇ ଜବାବରେ ରୋହିତ କହିଥିଲେ, “କ୍ରିକେଟ୍ ଖେଳିବା ପୂର୍ବରୁ ଜର୍ସି ପାଇଁ ନମ୍ବର ବାଛିବାକୁ ପଡ଼େ । ମୁଁ ସିଙ୍ଗିଲ ଡ଼ିଜିଟ୍ ନମ୍ବର ଚାହିୁଁଥିଲି ସେତେବେଳେ ସମସ୍ତେ ୫,୮,୯କୁ ବାଛି ସାରିଥିଲେ । ଶେଷରେ କେବଳ ୧୯ ନମ୍ବର ବାକି ରହିଥିଲା । ମୁଁ ୧୯ ନମ୍ବରକୁ ପସନ୍ଦ କରୁଥିଲି । ମିୁଁ ୧୯ ନମ୍ବର ଜର୍ସି ପିନ୍ଧି ଅଣ୍ତର ୧୯ ଖେଳିଥିଲି ।

କିନ୍ତୁ ପରେ ମୋ ସହ ଖେଳୁଥିବା ଜଣେ ଖେଳାଳି କହିଥିଲେ, ଅଣ୍ତର ୧୯ ପାଇଁ ଏହି ନମ୍ବର ଠିକ୍ ଅଛି । କିନ୍ତୁ ଇଣ୍ତିଆ ଟିମ୍ ପାଇଁ ଖେଳିବାକୁ ହେଲେ ଏହି ନମ୍ବର ବଦଳାଇବାକୁ ପଡ଼ିବ କାରଣ ଏହି ନମ୍ବର ରାହୁଲ ଦ୍ରାବିଡ଼ ଜର୍ସି ନମ୍ବର ଅଟେ । ସେ ସମୟରେ ରାହୁଲ ଇଣ୍ତିଆ ଟିମ୍ ର କ୍ୟାପଟେନ୍ ଥିବା ବେଳେ ତାଙ୍କ ଜର୍ସି ନମ୍ବର ୧୯ ଥିଲା । ଏ କଥା ଜାଣିବା ପରେ, ମୁଁ ମାଆଙ୍କୁ ଫୋନ୍ କରିଥିଲି । ୯ ନମ୍ବର ମୋ ପାଇଁ ଭଲ ହେବ ବୋଲି ମାଆ କହିଥିଲେ। କିନ୍ତୁ ୯ ନମ୍ବର ନଥିଲା । ମୁଁ ୨୭ ନମ୍ବର ସହିତ ଖେଳିବାକୁ ଚାହୁଁ ନଥିଲି। ୪ ଓ ୫ ପାଖାପାଖି ନମ୍ବର ହୋଇଥିବା ବେଳେ ଏହାକୁ ମିଶାଇଲେ ୯ ହେବା ସହ ଏହା ଜର୍ସିରେ ଭଲ ଦେଖାଯିବ ବୋଲି ଆମେ ଦୁଁହେ ଏହାକୁ ସିଲେକ୍ଟ କରିଥିଲୁ” ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।