Language: ଭାରତରେ ଦ୍ବିତୀୟ ସର୍ବାଧିକ କଥିତ ଭାଷା ଉର୍ଦ୍ଦୁ ନୁହେଁ: ଜାଣନ୍ତୁ କେଉଁ ଭାଷା ରହିଛି ଦ୍ବିତୀୟ ସ୍ଥାନରେ?
"ନୂଆଦିଲ୍ଲୀ: ଭାରତରେ ସବୁଠାରୁ ଅଧିକ କୁହାଯାଉଥିବା ଭାଷା ବିଷୟରେ ଆଲୋଚନା ହେଲେ ସାଧାରଣତଃ ହିନ୍ଦୀ ପ୍ରଥମ ସ୍ଥାନରେ ଆସିଥାଏ।
ତେବେ ଅନେକ ଲୋକଙ୍କର ଧାରଣା ଥାଏ ଯେ ହିନ୍ଦୀ ପରେ ଉର୍ଦ୍ଦୁ ଭାରତର ଦ୍ବିତୀୟ ସର୍ବାଧିକ କଥିତ ଭାଷା।
ମାତ୍ର ସରକାରୀ ଜନଗଣନା ତଥ୍ୟ ଅନୁଯାୟୀ ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ୍।Advertisment ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ, ବଙ୍ଗଳା ହେଉଛି ଭାରତର ଦ୍ବିତୀୟ ସର୍ବାଧିକ କୁହାଯାଉଥିବା ଭାଷା।
ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୮.୦୩ ପ୍ରତିଶତ (ପ୍ରାୟ ୯.୭୨ କୋଟି) ଲୋକ ବଙ୍ଗଳା ଭାଷାରେ କଥାବାର୍ତ୍ତା କରନ୍ତି।
ପଶ୍ଚିମବଙ୍ଗ ବ୍ୟତୀତ ତ୍ରିପୁରା, ଆସାମର ବରାକ ଉପତ୍ୟକା ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ବହୁସଂଖ୍ୟାରେ ବଙ୍ଗଳାଭାଷୀ ଲୋକ ବସବାସ କରନ୍ତି।
ଦେଶର ପ୍ରମୁଖ ଭାଷାଗୁଡ଼ିକର ସ୍ଥିତି:ହିନ୍ଦୀ (ପ୍ରଥମ ସ୍ଥାନ): ଦେଶର ପ୍ରାୟ ୪୩.୬୩% (୫୨.୮୩ କୋଟି) ଲୋକଙ୍କର ମାତୃଭାଷା ହେଉଛି ହିନ୍ଦୀ।
ଏହି ବର୍ଗରେ ଭୋଜପୁରୀ, ରାଜସ୍ଥାନୀ, ଛତିଶଗଡ଼ୀ ଭଳି ୫୦ରୁ ଉର୍ଦ୍ଧ୍ବ ଉପଭାଷା ଅନ୍ତର୍ଭୁକ୍ତ।
ଆହୁରି ପଢନ୍ତୁ: Railway Station: ଭାରତର ସବୁଠାରୁ ଲମ୍ବା ନାମ ଥିବା ରେଳ ଷ୍ଟେସନ୍: ୨୮ଟି ଅକ୍ଷର ବିଶିଷ୍ଟ ଏହି ନାମକୁ ପଢ଼ିବା ସହଜ ନୁହେଁ!
ମରାଠୀ (ତୃତୀୟ ସ୍ଥାନ): ପ୍ରାୟ ୮.୩ କୋଟି (୬.୮୬%) ଲୋକ ମରାଠୀ ଭାଷା କହନ୍ତି।
ଏହା ମୁଖ୍ୟତଃ ମହାରାଷ୍ଟ୍ର ଏବଂ ଗୋଆରେ ବ୍ୟବହୃତ ହୋଇଥାଏ।
ତେଲୁଗୁ ଓ ତାମିଲ: ତେଲୁଗୁ ୮.୧୧ କୋଟି (୬.୭୦%) ଭାଷୀଙ୍କ ସହ ଚତୁର୍ଥ ସ୍ଥାନରେ ଥିବା ବେଳେ ତାମିଲ ୬.୯ କୋଟି (୫.୭୦%) ଭାଷୀଙ୍କ ସହ ପଞ୍ଚମ ସ୍ଥାନରେ ରହିଛି।
ଗୁଜରାଟୀ, ଉର୍ଦ୍ଦୁ ଓ ଅନ୍ୟାନ୍ୟ: ଗୁଜରାଟୀ ଭାଷା ଷଷ୍ଠ ସ୍ଥାନରେ (୫.୫୪ କୋଟି) ଥିବା ବେଳେ ଉର୍ଦ୍ଦୁ ୫.୦୭ କୋଟି (୪.୧୯%) ଲୋକଙ୍କ ସହ ସପ୍ତମ ସ୍ଥାନରେ ରହିଛି।
କନ୍ନଡ଼ ଅଷ୍ଟମ ସ୍ଥାନରେ ରହିଛି।
ଆହୁରି ପଢନ୍ତୁ: Honey Trap: ପାକିସ୍ତାନୀ ଏଜେଣ୍ଟଙ୍କୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଭାରତୀୟ ଯବାନ ଗିରଫ ଓଡ଼ିଆ ଭାଷାର ସ୍ଥାନ: ଦେଶରେ ଓଡ଼ିଆ ଭାଷା ନବମ ସ୍ଥାନରେ ରହିଛି।
ପ୍ରାୟ ୩.୭୫ କୋଟି (୩.୧୦%) ଲୋକ ଓଡ଼ିଆ ଭାଷାରେ କଥାବାର୍ତ୍ତା କରନ୍ତି।
ଦଶମ ସ୍ଥାନରେ ମଲୟାଲମ (୩.୪୮ କୋଟି) ରହିଛି।
ଜନଗଣନା ଅନୁଯାୟୀ, ଦେଶର ପ୍ରାୟ ୯୬.୭୧% ଜନସଂଖ୍ୟା ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସ୍ଥାନ ପାଇଥିବା ୨୨ଟି ଅନୁସୂଚିତ ଭାଷା ମଧ୍ୟରୁ କୌଣସି ନା କୌଣସି ଭାଷା ବ୍ୟବହାର କରନ୍ତି।
ଏହି ତଥ୍ୟ ଭାରତର ବହୁଭାଷୀ ସଂସ୍କୃତି ଓ ଭାଷାଗତ ବିବିଧତାକୁ ସ୍ପଷ୍ଟ ଭାବେ ଦର୍ଶାଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।