Lara Dutta: କୈକେୟୀ ଭୂମିକାରେ ନଜର ଆସିବେ ଲାରା ଦତ୍ତା, ସାମ୍ନାକୁ ଆସିଲା ନୂଆ ପୋଷ୍ଟର
"ନୂଆଦିଲ୍ଲୀ: ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ବହୁପ୍ରତୀକ୍ଷିତ ଫିଲ୍ମ 'ରାମାୟଣ'ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପୋଷ୍ଟର ସାମ୍ନାକୁ ଆସିଛି।
ଫିଲ୍ମରେ ଅଭିନେତ୍ରୀ ଲାରା ଦତ୍ତା 'ରାଣୀ କୈକୟୀ' ଏବଂ ଶୀବା ଚଢ଼ା 'ମନ୍ଥରା' ଭୂମିକାରେ ନଜର ଆସିବେ।
ନିର୍ମାତାମାନେ ଏହି ଦୁଇ ପ୍ରମୁଖ ପାତ୍ରଙ୍କର ନୂତନ ପୋଷ୍ଟର ଜାରି କରିଛନ୍ତି, ଯାହା ଦର୍ଶକଙ୍କ ମଧ୍ୟରେ ଉତ୍ସାହକୁ ଆହୁରି ବଢ଼ାଇ ଦେଇଛି।Advertisment ଆହୁରି ପଢନ୍ତୁ :CJP Protest: ଚର୍ଚ୍ଚାରେ ଅଜିଙ୍କ୍ୟ ସିନ୍ଦେ: ଅଭିଜିତ୍ ଦୀପ୍କେଙ୍କ ଅନୁପସ୍ଥିତିରେ ଯନ୍ତରମନ୍ତର ଆନ୍ଦୋଳନରେ ସିଜେପିର ନୂଆ ଚେହେରା ପୋଷ୍ଟରରେ ଲାରା ଦତ୍ତା ଏକ ରାଜକୀୟ ଅନ୍ଦାଜରେ ନଜର ଆସିଛନ୍ତି।
ପାରମ୍ପରିକ ପୋଷାକ ଏବଂ ଅଳଙ୍କାର ସହିତ ତାଙ୍କ ଚେହେରାର ଗାମ୍ଭୀର୍ଯ୍ୟ ଓ ତେଜ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରୁଛି।
ସେହିପରି ଶୀବା ଚଢ଼ାଙ୍କ ଲୁକ୍ ମଧ୍ୟ ବେଶ୍ ଚର୍ଚ୍ଚାରେ ଅଛି।
ହାତରେ ବାଡ଼ି ଏବଂ ରହସ୍ୟମୟ ଭାବଭଙ୍ଗୀ ସହିତ ତାଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ଅଭିନୟ ଦର୍ଶକଙ୍କୁ ପ୍ରଭାବିତ କରିଛି।
ଆହୁରି ପଢନ୍ତୁ :CEC Resignation: ରାଷ୍ଟ୍ରପତିଙ୍କୁ ରାଜନୈତିକ ଲଢ଼େଇ ଭିତରକୁ ଟାଣିବାକୁ ଚେଷ୍ଟା କରୁଛନ୍ତି ରାହୁଲ ଗାନ୍ଧୀ: ସମ୍ବିତ ପାତ୍ର କୈକୟୀଙ୍କ ପୋଷ୍ଟରରେ ଲେଖାଯାଇଛି— "ଜଣେ ରାଣୀ, ଜଣେ ମାଆ ଏବଂ ଏପରି ଦୁଇଟି ଇଚ୍ଛା, ଯାହା ଜଣେ ବାପାର ପ୍ରେମକୁ ଧୋକା ଦେବ ଏବଂ ଶ୍ରୀରାମଙ୍କ ଭାଗ୍ୟକୁ ସବୁଦିନ ପାଇଁ ବଦଳାଇ ଦେବ।" ଏହି ଫିଲ୍ମରେ ରଣବୀର କପୁର (ରାମ), ସାଇ ପଲ୍ଲବୀ (ସୀତା), ୟଶ (ରାବଣ), ସନୀ ଦେଓଲ (ହନୁମାନ), ଅରୁଣ ଗୋଭିଲ (ରାଜା ଦଶରଥ) ଏବଂ ଅନ୍ୟାନ୍ୟ ପ୍ରମୁଖ କଳାକାର ଅଛନ୍ତି।
ନିତେଶ ତିୱାରୀଙ୍କ ଏହି ଫିଲ୍ମର ପ୍ରଥମ ଭାଗ ୨୦୨୬ ଦିୱାଲୀରେ ଏବଂ ଦ୍ୱିତୀୟ ଭାଗ ୨୦୨୭ ଦିୱାଲୀରେ ମୁକ୍ତିଲାଭ କରିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।