Deepak Parents : ବିମାନ ଭିତରୁ ଦୀପକେଙ୍କୁ ହେପାଜତକୁ ନେବା ଘଟଣା: ସରକାରଙ୍କୁ ପ୍ରଶ୍ନ କଲେ ବାପା-ମା’

Oct 10, 2026 - 14:19
Deepak Parents : ବିମାନ ଭିତରୁ ଦୀପକେଙ୍କୁ ହେପାଜତକୁ ନେବା ଘଟଣା: ସରକାରଙ୍କୁ ପ୍ରଶ୍ନ କଲେ ବାପା-ମା’

" ମୁମ୍ବାଇ: କକ୍‌ରୋଚ୍‌ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ବିମାନବନ୍ଦରରେ ହେପାଜତକୁ ନିଆଯିବା ଘଟଣାକୁ ନେଇ ତାଙ୍କ ବାପା-ମା" ସରକାରଙ୍କୁ ଗୁରୁତର ପ୍ରଶ୍ନ କରିଛନ୍ତି।

ଏନ୍‌ଡିଟିଭିକୁ ସାକ୍ଷାତକାର ଦେଇ ସେମାନେ କହିଛନ୍ତି ଯେ ବିମାନ ଭିତରୁ ଏଭଳି ଭାବେ ଗିରଫ କରିବା ଠିକ୍‌ ନୁହେଁ। “ମୋ ପୁଅ କ"ଣ ଅପରାଧ କରିଥିଲା?

ମୋ ପୁଅର କିଛି ହେଲେ ସରକାରଙ୍କୁ ଦେଖିବୁ” ବୋଲି ସେମାନେ କହିଛନ୍ତି।

ଅଭିଜିତଙ୍କ ବାପା ଭଗବାନ ରାଓ ଦୀପକେ କହିଛନ୍ତି ଯେ ଭାରତର ଇତିହାସରେ ଏହା ଏକ ଅଭୂତପୂର୍ବ ଘଟଣା।

ଗଣତନ୍ତ୍ରର ସୁରକ୍ଷା ପାଇଁ ଉଦ୍ୟମ କରୁଥିବା ଜଣେ ଛାତ୍ରଙ୍କୁ ବିମାନ ଭିତରୁ ହେପାଜତକୁ ନିଆଯାଇଛି।

ଆତଙ୍କବାଦୀ ଓ ଦୁଷ୍କର୍ମକାରୀଙ୍କୁ ଧରାଯାଉନଥିବାବେଳେ ସାଧାରଣ ଲୋକଙ୍କୁ ତୁରନ୍ତ ଗିରଫ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏଥିସହ ସେ ତାଙ୍କ ପୁଅକୁ ବାର୍ତ୍ତା ଦେଇ କହିଛନ୍ତି, “ତୁମକୁ ଓ ତୁମ ସାଙ୍ଗମାନଙ୍କୁ ଆମର ପୂର୍ଣ୍ଣ ସମର୍ଥନ ରହିଛି।

ତୁମେ ତୁମର ଲଢ଼େଇ ଜାରି ରଖ।” ଗଣତନ୍ତ୍ରର ସ୍ଥିତିକୁ ନେଇ ଉଠାଇଲେ ପ୍ରଶ୍ନ ଅଭିଜିତଙ୍କୁ ଗିରଫ କରାଯିବାର ଆଶଙ୍କା ଥିଲା କି ବୋଲି ପଚରାଯିବାରୁ ତାଙ୍କ ବାପା କହିଥିଲେ ଯେ ଘରୁ ବାହାରିବା ସମୟରେ ପୁଅ ତାଙ୍କୁ ଗିରଫ ହୋଇପାରେ ବୋଲି ଜଣାଇଥିଲା।

ଦେଶରେ ଏବେ ଗଣତନ୍ତ୍ରର ସୁରକ୍ଷା ନେଇ ପ୍ରଶ୍ନ ଉଠୁଛି।

ଗଣତନ୍ତ୍ରର ସୁରକ୍ଷା ପାଇଁ ସ୍ୱର ଉଠାଉଥିବା ଲୋକଙ୍କୁ ଚୁପ୍‌ କରିବାକୁ ଉଦ୍ୟମ କରାଯାଉଛି ।

ସରକାର "ଗୋଟିଏ ଦେଶ, ଗୋଟିଏ ଦଳ" ଦିଗରେ ଆଗକୁ ବଢ଼ି ଅନ୍ୟ ରାଜନୈତିକ ଦଳଗୁଡ଼ିକୁ ଶେଷ କରିବାକୁ ଚାହୁଁଛନ୍ତି ।" ପୁଅର ଗିରଫଦାରୀକୁ ନେଇ ମା" ଅନିତା ଦୀପକେ ଦୁଃଖିତ ଅଭିଜିତଙ୍କ ମା" ଅନିତା ଦୀପକେ ମଧ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ ଟିଭି ଓ ଫୋନ୍‌ କଲ୍‌ ମାଧ୍ୟମରେ ପୁଅର ଗିରଫଦାରୀ ବିଷୟରେ ଜାଣିବାକୁ ପାଇଥିଲେ।

ପୁଅ ତାଙ୍କୁ ଟିଭି କିମ୍ବା ମୋବାଇଲ୍‌ ନଦେଖିବାକୁ କହିଥିଲେ ମଧ୍ୟ ମା" ମନ ବୁଝି ନଥିଲା।

ବିମାନ ଭିତରେ ଏଭଳି ଭାବେ ଗିରଫ କରିବା ଠିକ୍‌ ନୁହେଁ।

ମୋତେ ବହୁତ ଖରାପ ଲାଗୁଛି।

ସେ ଏମିତି କ"ଣ ବଡ଼ ଅପରାଧ କରିଥିଲା?

ପୁଅ ଘରୁ ବାହାରିବା ସମୟରେ ସେ କାନ୍ଦି କାନ୍ଦି ତାକୁ ବିଦାୟ ଦେଇଥିଲେ।

କିନ୍ତୁ ଅଭିଜିତ ତାଙ୍କୁ ସାନ୍ତ୍ୱନା ଦେଇ କହିଥିଲେ, “କାନ୍ଦ ନାହିଁ, ଯାହା ହେବ ଭଲ ପାଇଁ ହେବ।” ସରକାରଙ୍କ ଆଭିମୁଖ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରି ଅନିତା କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତି ତାଙ୍କୁ ଭଲ ଲାଗୁନାହିଁ।

ପୁଅ ସହ ହୋଇଥିବା କାର୍ଯ୍ୟାନୁଷ୍ଠାନ ତାଙ୍କୁ ଗଭୀର ଦୁଃଖ ଦେଇଛି।

ପ୍ରତିବାଦ ପୂର୍ବରୁ ଦିଲ୍ଲୀରେ ୩୫,୦୦୦ ସୁରକ୍ଷା କର୍ମୀ ମୁତୟନ; ସୀମା ଉପରେ ନଜର ରଖିଲା ଡ୍ରୋନ୍ Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।