Largest Steel Plant In Lowa: ଆମେରିକାରେ ଇସ୍ପାତ କାରଖାନା କରିବ ଏସାର

Sep 29, 2026 - 17:01
Largest Steel Plant In Lowa: ଆମେରିକାରେ ଇସ୍ପାତ କାରଖାନା କରିବ ଏସାର

"ନୂଆଦିଲ୍ଲୀ: ଏସାର୍‌ ଆମେରିକାରେ ବଡ଼ ଧରଣର ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବାକୁ ଯାଉଛି।

ଏସାର୍‌ ଗ୍ରୁପ୍‌ର ଆମେରିକୀୟ ସହାୟକ କମ୍ପାନି ମେସାବି ମେଟାଲିକ୍ସ ଆଇଓୱାରେ ଏହି ଇସ୍ପାତ କାରଖାନା ନିର୍ମାଣ କରିବ।

ଏଥିରେ ପ୍ରାୟ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ନିବେଶ ହେବ ବୋଲି ଏସାର୍‌ ପକ୍ଷରୁ ଜଣାପଡ଼ିଛି।

ଏହି ପ୍ରକଳ୍ପରୁ ୨୦୩୦ରୁ ଇସ୍ପାତ ଉତ୍ପାଦନ ଆରମ୍ଭ କରିବାର ଲକ୍ଷ୍ୟ ରହିଛି।

କାରଖାନା ପୂର୍ଣ୍ଣ କ୍ଷମତାରେ ଚାଲିଲେ ବର୍ଷକୁ ପ୍ରାୟ ୧ କୋଟି ଟନ୍‌ ଇସ୍ପାତ ଉତ୍ପାଦନ ହୋଇପାରିବ।

ଏହା ଆମେରିକାର ସବୁଠାରୁ ବଡ଼ ଇସ୍ପାତ କାରଖାନାଗୁଡ଼ିକ ମଧ୍ୟରୁ ଗୋଟିଏ ହେବ।Advertisment ଖଣିରୁ ବର୍ଷକୁ ପ୍ରାୟ ୭.୫ ନିୟୁତ ଟନ୍‌ ଲୁହାପଥର ଉତ୍ପାଦନ ହେବାର ଲକ୍ଷ୍ୟ ଏହି ପ୍ରକଳ୍ପରେ ନିର୍ମାଣ ସମୟରେ ପ୍ରାୟ ୬,୦୦୦ ଚାକିରି ସୃଷ୍ଟି ହେବା ସହିତ କାରଖାନା ଓ ଖଣି କାର୍ଯ୍ୟରେ ପ୍ରାୟ ୨,୦୦୦ ସ୍ଥାୟୀ ନିଯୁକ୍ତି ସୃଷ୍ଟି ହେବ ବୋଲି ଆମେରିକୀୟ ଅଧିକାରୀମାନେ କହିଛନ୍ତି।

ଆଇଓୱାରେ ହେବାକୁ ଥିବା ଏହି କାରଖାନାକୁ କଞ୍ଚାମାଲ ମିନେସୋଟାର ମେସାବି ଆଇରନ୍‌ ରେଞ୍ଜରେ ଏସାର୍‌ ଗ୍ରୁପ୍‌ ବିକଶିତ କରୁଥିବା ନୂଆ ଲୁହାପଥର ଖଣିରୁ ଯୋଗାଣ କରାଯିବ।

ଏହି ଖଣିରେ ପ୍ରାୟ ୨.୫ ବିଲିୟନ୍‌ ଡଲାର ନିବେଶ ହୋଇଛି।

ଖଣିରୁ ବର୍ଷକୁ ପ୍ରାୟ ୭.୫ ନିୟୁତ ଟନ୍‌ ଲୁହାପଥର ଉତ୍ପାଦନ ହେବାର ଲକ୍ଷ୍ୟ ରହିଛି।

ଏସାର୍‌ ଗ୍ରୁପ୍‌ର ସହ-ପ୍ରତିଷ୍ଠାତା ରବି ରୁଇଆ ଏବଂ ମେସାବି ମେଟାଲିକ୍ସର ଚେୟାରମ୍ୟାନ୍‌ ରେୱନ୍ତ ରୁଇଆଙ୍କ ଉପସ୍ଥିତିରେ ହ୍ୱାଇଟ୍‌ ହାଉସ୍‌ରେ ଏହି ପ୍ରକଳ୍ପ ଘୋଷଣା କରାଯାଇଛି।

ମେସାବି ମେଟାଲିକ୍ସ କହିଛି ଯେ ନୂଆ କାରଖାନାରେ ଆଧୁନିକ ଇସ୍ପାତ ଉତ୍ପାଦନ ପ୍ରଯୁକ୍ତି ବ୍ୟବହାର କରାଯିବ।

ଆମେରିକାରେ ଇସ୍ପାତ ଉତ୍ପାଦନ ବଢ଼ାଇବା ଏବଂ ଦେଶ ଭିତରେ ଶିଳ୍ପ ନିବେଶ ବୃଦ୍ଧି କରିବା ଉପରେ ଆମେରିକୀୟ ସରକାର ଜୋର ଦେଉଥିବା ସମୟରେ ଏହି ନିବେଶ ଘୋଷଣା ହୋଇଛି।

ଆମେରିକାର ଇସ୍ପାତ ଆମଦାନୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ ହୋଇଥିବା ପରିପ୍ରେକ୍ଷୀରେ ଦେଶ ଭିତରେ ଉତ୍ପାଦନ ପାଇଁ ଏପରି ନିବେଶ ଆକର୍ଷିତ ହେଉଥିବା ଆମେରିକୀୟ ଅଧିକାରୀମାନେ କହିଛନ୍ତି।

ଫୌଜଦାରୀ ମାମଲାର ତାରିଖ ଜଣାଇବାକୁ ୫ ଶହ ଲାଞ୍ଚ; କିରାଣିଙ୍କୁ ବର୍ଷେ ଜେଲ୍ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।