RTI Reveals ECI Internal Dispute: ନିର୍ବାଚନ ଆୟୋଗରେ ମତଭେଦ! ଆରଟିଆଇରୁ ବଡ଼ ଖୁଲାସା
ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ମଧ୍ୟରେ ମତଭେଦ ଥିବା ନେଇ ଏକ ନୂଆ ଘଟଣା ସାମ୍ନାକୁ ଆସିଛି।
ସୂଚନା ଅଧିକାର (RTI) ଆଇନ ଅନୁଯାୟୀ ମିଳିଥିବା ଡକ୍ୟୁମେଣ୍ଟରୁ ଜଣାପଡ଼ିଛି ଯେ, ଦୁଇ ନିର୍ବାଚନ ଆୟୁକ୍ତ ଡ.
ସୁଖବୀର ସିଂହ ସାନ୍ଧୁ ଓ ଡ.
ବିବେକ ଯୋଶୀ ୨୦୨୬ ଜୁଲାଇ ୨୯ ତାରିଖରେ କ୍ୟାବିନେଟ୍ ସଚିବ ଟି.ଭି.
ସୋମନାଥନଙ୍କୁ ପୃଥକ୍ ପୃଥକ୍ ଚିଠି ଲେଖିଥିଲେ।
ଆୟୋଗର ଜଣେ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଉପରେ ଆପତ୍ତି ଉଠାଇବା ସହ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଏହି ଚିଠିରେ ଦାବି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
Advertisment ଏହି ପତ୍ରଗୁଡ଼ିକରେ ସେମାନେ ଆୟୋଗର ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ମନୀଷ ଗର୍ଗଙ୍କ କାର୍ଯ୍ୟକଳାପ ଏବଂ ଆଚରଣ ଉପରେ ଗମ୍ଭୀର ଆପତ୍ତି ଜଣାଇଥିଲେ।
ଆୟୁକ୍ତମାନଙ୍କ ଅଭିଯୋଗ ଥିଲା ଯେ, ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ କାର୍ଯ୍ୟର ବଣ୍ଟନ ବା ପରିବର୍ତ୍ତନ ସମ୍ପର୍କରେ ଆୟୋଗ କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ କୌଣସି ପୂର୍ବ ଆଲୋଚନା ନକରି ଏକପାଖିଆ ଭାବେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।
ଏହା ଆଇନଗତ ବ୍ୟବସ୍ଥାର ସ୍ପଷ୍ଟ ଉଲ୍ଲଂଘନ ବୋଲି ସେମାନେ ଦର୍ଶାଇଥିଲେ।
ଭୋଟର ତାଲିକାକୁ ନେଇ ମଧ୍ୟ ରହିଛି ମତଭେଦ ଗତ ସେପ୍ଟେମ୍ବର ମାସରେ ମଧ୍ୟ 'ଦ ଇଣ୍ଡିଆନ ଏକ୍ସପ୍ରେସ'ର ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ଗତ କିଛି ମାସ ଭିତରେ ନୂତନ ମତଦାତାଙ୍କୁ ଯୋଡ଼ିବା, ନାମ କାଟିବା ଏବଂ ମତଦାତା ତାଲିକା ସମ୍ବନ୍ଧୀୟ ବିଭିନ୍ନ ପ୍ରକ୍ରିୟାକୁ ନେଇ ଦୁଇ ଜଣ ନିର୍ବାଚନ ଆୟୁକ୍ତ ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ମଧ୍ୟରେ ଅନେକଥର ମତଭେଦ ଦେଖାଦେଇଥିଲା ଏବଂ ସେମାନେ ବିଭିନ୍ନ ପ୍ରସଙ୍ଗରେ ଆନୁଷ୍ଠାନିକ ଭାବେ ଆପତ୍ତି ମଧ୍ୟ ରେକର୍ଡ କରାଇଥିଲେ।
ଯଦିଓ ନିର୍ବାଚନ ଆୟୋଗ ପକ୍ଷରୁ ପରେ ଏହା ସ୍ପଷ୍ଟ କରାଯାଇଥିଲା ଯେ ଆୟୋଗର ଅଧିକାଂଶ ନିଷ୍ପତ୍ତି ସର୍ବସମ୍ମତି କ୍ରମେ କିମ୍ବା ନିୟମ ଅନୁସାରେ ନିଆଯାଇଥାଏ, ତଥାପି ଏହି RTI ଖୁଲାସା ଦ୍ୱାରା ନିର୍ବାଚନ ଆୟୋଗ ଭିତରର ତିକ୍ତତା ପୁଣି ଥରେ ଚର୍ଚ୍ଚାକୁ ଆସିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।