Leopard Attack ରାତିରେ ଘରେ ପଶିଲା କଲରାପତରିଆ, ଆକ୍ରମଣରେ ୬ ଆହତ

Oct 04, 2026 - 21:53
Leopard Attack ରାତିରେ ଘରେ ପଶିଲା କଲରାପତରିଆ, ଆକ୍ରମଣରେ ୬ ଆହତ

"ନୂଆପଡ଼ା:  ଓଡିଶା- ଛତିଶଗଡ ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ମହାସମୁନ୍ଦ୍ ଜିଲ୍ଲା ବାଗବହାରା ରେଞ୍ଜ ନରରା ନିକଟ ଝିଟିକି ଗାଁରେ ବାଘ ଆତଙ୍କ ଦେଖା ଦେଇଛି।

ବାଘ ଆକ୍ରମଣରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

ଆହତ ମାନେ ହେଲେ ସରଜୁ ଯାଦବ, ତାଙ୍କ ପତ୍ନୀ ଉତ୍ତରୀବାଇ ୟାଦବ, ଜନକରାମ୍ ଯାଦବ, ପତ୍ନୀ ସୁନୀତା ଯାଦବ, ମନିଶ ଯାଦବ, ତୁଷାର ୟାଦବ।Advertisment Leopard Skin: ଖରିଆର ବନାଞ୍ଚଳରେ ଭିଜିଲାନ୍ସ ଚଢ଼ଉ: ଜବତ ହେଲା କଲରାପତରିଆ ବାଘଛାଲ, ଜଣେ ଗିରଫ ଗତକାଲି(ଶନିବାର) ବିଳମ୍ବିତ ରାତ୍ରରେ ନରରା ନିକଟ ଝିଟିକି ଗାଁକୁ  ସୁନାବେଡ଼ା ଅଭୟାରଣ୍ୟର ଏକ କଲରା ପତରିଆ ବାଘ ପଶି ଯାଇଥିଲା ।

ଏହି ସମୟରେ ଏକ ଘରେ ଗୋଟିଏ ପରିବାରର ୬ଜଣ ଶୋଇଥିଲେ ।

ଖାଦ୍ୟ ଅନ୍ବେଷଣରେ ବାଘ ଘରକୁ ପଶିଥିବା ଅନୁମାନ କରାଯାଉଛି।

ପରିବାର ଲୋକେ ଉଠି ଭୟଭୀତ ହୋଇ ଚିତ୍କାର କରିବାରୁ ବାଘ ଗୋଟିଏ ପରେ ଗୋଟିଏ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା ।

ସେଠି ଗୋଟିଏ ପରିବାରର ୬ଜଣଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି କ୍ଷତାକ୍ତ କରିଥିଲା ।

ପରେ ପରିବାର‌ ଲୋକଙ୍କ ଚିତ୍କାର ଶୁଣି ଗାଁ ଲୋକେ ଠେଙ୍ଗା ବାଡ଼ି ଧରି ବହୁ କଷ୍ଟରେ ବାଘକୁ ଘଉଡ଼ାଇବାରେ ସଫଳ ହୋଇଥିଲେ।

ଗାଁ ଲୋକେ ପରିବାରର ୬ ଜଣଙ୍କୁ ଉଦ୍ଧାର କରି ମହାସମୁନ୍ଦ୍ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଏବେ ୩ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ।

Leopard : ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ, ପତୋରା-ଭେରା ରାସ୍ତାରେ ଭିଡିଓ ଭାଇରାଲରାତିରେ ରକ୍ତମୁଖା ବାଘକୁ ଗାଁ ଲୋକେ ଏକ ଘର ଭିତରେ କବାଟ ବନ୍ଦ କରି ରଖି ବନ୍ ବିଭାଗକୁ ଖବର ଦେଇଥିଲେ ।

ଆଜି ପୂର୍ବାହ୍ନରେ ରାୟପୁରରୁ ବାଘ ଧରିବା ଟିମ୍ ଗାଁରେ ପହଞ୍ଚି ବାଘକୁ କାବୁ କରିଥିଲେ ।

ମଧ୍ୟାହ୍ନରେ ବାଘକୁ ଉଦ୍ଧାର କରି ରାୟପୁରକୁ ନେଇଥିଲେ ।

ମହାସମୁନ୍ଦ୍ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ଲୋକଙ୍କୁ ଘରୁ ନବହାରିବାକୁ ସଚେତନ କରିଥିଲେ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।