Leopard Kills : ବାପାଙ୍କ ସହ ଘରକୁ ଫେରୁଥିବା ଶିଶୁକୁ ଟାଣିନେଲା କଲରାପତରିଆ ବାଘ

Oct 15, 2026 - 15:20
Leopard Kills : ବାପାଙ୍କ ସହ ଘରକୁ ଫେରୁଥିବା ଶିଶୁକୁ ଟାଣିନେଲା କଲରାପତରିଆ ବାଘ

"ଲକ୍ଷ୍ମୌ: ଉତ୍ତରପ୍ରଦେଶର ଦୁଧୱା ଟାଇଗର ରିଜର୍ଭର ବଫର ଜୋନ୍‌ ଅନ୍ତର୍ଗତ ନିଘାସନ ରେଞ୍ଜର ଏକ ଗାଁରେ ବୁଧବାର ରାତିରେ ଏକ ହୃଦୟବିଦାରକ ଘଟଣା ଘଟିଛି।

ବାପାଙ୍କ ସହ ଘରକୁ ଫେରୁଥିବା ୬ ବର୍ଷର ଶିଶୁ ନବଜୋତ ସିଂହଙ୍କୁ ଏକ କଲରାପତରିଆ ବାଘ ଝାମ୍ପି ନେଇଥିଲା।

ପରେ ଜଙ୍ଗଲ ନିକଟରେ ଥିବା ଆଖୁ କ୍ଷେତରୁ ଶିଶୁର ଅଧାଖିଆ ମୃତଦେହ ଉଦ୍ଧାର କରାଯାଇଛି।Advertisment ସୂଚନାଯୋଗ୍ୟ,  ସିଙ୍ଗାହି ଥାନା ଅଞ୍ଚଳର ଟୋପରପୁରୱା ଗାଁର ବାସିନ୍ଦା ଜୋଗା ସିଂହ ବୁଧବାର ରାତିରେ ନିଜ ୬ ବର୍ଷର ପୁଅ ନବଜୋତଙ୍କ ସହ ତାଙ୍କ ଭାଇଙ୍କ ଘରୁ ଫେରୁଥିଲେ।

ଏହି ସମୟରେ ଆଖୁ କ୍ଷେତରୁ ହଠାତ୍ ଏକ କଲରାପତରିଆ ବାଘ ବାହାରି ଆସି ଶିଶୁକୁ ଝାମ୍ପି ନେଇ ବୁଦା ଭିତରକୁ ଚାଲିଯାଇଥିଲା।

ପୁଅକୁ ବାଘ ଟାଣିନେବା ଦେଖି ବାପା ଜୋଗା ସିଂହ ଚିତ୍କାର କରିଥିଲେ।

ତାଙ୍କ ଚିତ୍କାର ଶୁଣି ଗାଁ ଲୋକେ ବାଡ଼ି ଓ ଟର୍ଚ୍ଚ ଧରି ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ।

ଦୀର୍ଘ ସମୟ ଖୋଜାଖୋଜି ପରେ ଜଙ୍ଗଲ ନିକଟସ୍ଥ ଆଖୁ କ୍ଷେତରୁ ନବଜୋତଙ୍କ ମୃତଦେହ ମିଳିଥିଲା।

ମୃତଦେହର ଅଧିକାଂଶ ଅଂଶକୁ ବାଘ ଖାଇଦେଇଥିଲା।

ଖବର ପାଇ ସିଙ୍ଗାହି ଥାନା ଅଧିକାରୀ ରାଜ ବାହାଦୁର ସିଂହ ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ।

ପରେ ବେଲରାୟାଁ ରେଞ୍ଜର ଭୂପେନ୍ଦ୍ର ସିଂହ ମଧ୍ୟ ବନ ବିଭାଗର ଟିମ୍ ସହ ପହଞ୍ଚିଥିଲେ।

୪୮ ଘଣ୍ଟା ମଧ୍ୟରେ ଦୁଇ ଶିଶୁଙ୍କ ଜୀବନ ନେଲା ବାଘ ଦୁଧୱା ବଫର ଜୋନ୍‌ ନିକଟବର୍ତ୍ତୀ ଜନବସତି ଅଞ୍ଚଳରେ ଗତ ୪୮ ଘଣ୍ଟା ମଧ୍ୟରେ କଲରାପତରିଆ ବାଘ ଆକ୍ରମଣରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି।

ଏହାକୁ ନେଇ ସମଗ୍ର ଅଞ୍ଚଳରେ ଭୟ ଓ ଉତ୍ତେଜନା ଦେଖାଦେଇଛି।

ବନ ବିଭାଗର କାର୍ଯ୍ୟପନ୍ଥାକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି।

ଏହି ଘଟଣାର ଠିକ୍ ଦୁଇ ଦିନ ପୂର୍ବରୁ, ସୋମବାର ରାତିରେ ସେହି ଅଞ୍ଚଳର ବୋଝିଆ ଗାଁରେ ଜଣେ ୭ ବର୍ଷର ଶିଶୁକନ୍ୟା ସାନ୍ୟାଙ୍କୁ ମଧ୍ୟ ବାଘ ତାଙ୍କ ବାପାଙ୍କ ଆଖି ଆଗରୁ ଝାମ୍ପି ନେଇଥିଲା।

ପରଦିନ ତାଙ୍କର ଅଧାଖିଆ ମୃତଦେହ ମିଳିଥିଲା।

ବାଘକୁ ଧରିବା ପାଇଁ ଥର୍ମାଲ୍ ଡ୍ରୋନ୍‌ର ସହାୟତା ବାଘର ଗତିବିଧି ଉପରେ ନଜର ରଖିବା ଓ ତାହାର ଅବସ୍ଥିତି ଜାଣିବା ପାଇଁ ଥର୍ମାଲ୍ ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯାଉଛି।

ଏଥିସହ ଆଖୁ କ୍ଷେତ ଓ ସମ୍ବେଦନଶୀଳ ରାସ୍ତା ନିକଟରେ ଯନ୍ତା ଲଗାଯାଉଛି।

ବନ କର୍ମଚାରୀମାନେ ନିୟମିତ ପାଟ୍ରୋଲିଂ ଓ ତଲାସୀ ଅଭିଯାନ ଚଳାଇଛନ୍ତି।

ତେବେ ବାଘକୁ ଧରିବାରେ ବିଳମ୍ବ ହେଉଥିବା ଅଭିଯୋଗ କରି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ରାଜପାଲ ଯାଦବଙ୍କୁ ଆଶ୍ୱସ୍ତି, ପାସପୋର୍ଟ ଫେରାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।