Let me go now: ଏବେ ମୋତେ ବିଦା କର

Aug 30, 2026 - 07:54
Let me go now: ଏବେ ମୋତେ ବିଦା କର

"ଫିଲ୍ମ "ଆୱାରାପନ୍‌୨"ର ଟାଇଟଲ୍‌ ଟ୍ରାକ୍‌ କରି ଲକ୍ଷ ଲକ୍ଷ ପ୍ରଶଂସକ ସୃଷ୍ଟି କରିଥିବା ନାଁକରା କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ ଓ କମ୍ପୋଜର୍‌ ଅମାଲ୍‌ ମଲିକ ଫିଲ୍ମ ସଙ୍ଗୀତରୁ କିଛିଦିନ ପାଇଁ ବିରତି ନେବେ।

ନିଜ ଏକ୍ସ୍‌ ହ୍ୟାଣ୍ଡଲ୍‌ରେ ଏହି ଘୋଷଣା କରି ସେ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।

ନିଜ ମନ, ଶରୀର ଓ ସ୍ବାସ୍ଥ୍ୟକୁ ନଜରରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି ଓ ପାଖାପାଖି ବର୍ଷେ ପାଇଁ ବ୍ରେକ୍ ନେଉଥିବା ଏକ ଲମ୍ବା ଚଉଡ଼ା ପୋଷ୍ଟ୍‌ରେ ଦର୍ଶାଇଛନ୍ତି।

ଏହା ପୂର୍ବରୁ ଅମାଲ୍‌ ସୋସିଆଲ୍‌ ମିଡିଆରେ ଉଲ୍ଲେଖ କରିଥିଲେ ଯେ, ଫିଲ୍ମ ଇଣ୍ଡଷ୍ଟ୍ରିରେ କିଛି ଶକ୍ତିଶାଳୀ ଲୋକ ଅଛନ୍ତି ଓ ତାଙ୍କୁ ଅଲଗା କରି ରଖିଛନ୍ତି।Advertisment Narendra Modi: "ବିକଶିତ ଭାରତ" ଓ "ୟଙ୍ଗି ଉଜବେକିସ୍ତାନ"ର ସମାନ ଦୃଷ୍ଟିକୋଣକୁ ଆଗେଇ ନେବା ନେଇ ମୁଁ ଆଶାବାଦୀ: ମୋଦୀ ଏହା ପରେ ପରେ ତାଙ୍କର ବିରତି ନେବା ନିଷ୍ପତ୍ତି ଅନେକଙ୍କୁ ଚର୍ଚ୍ଚାର ଖୋରାକ୍‌ ମଧ୍ୟ ଯୋଗାଇଛି।

ସେ ପୂରାପୂରି ଠିକ୍ ଅଛନ୍ତି ଓ ଏବେ ତାଙ୍କ ହୃଦୟ ଯାହା କହିବ, ସେ ତାହା କରିବାକୁ ପଛେଇବେ ନାହିଁ ବୋଲି କହିଛନ୍ତି।

ହେଲେ ତାଙ୍କୁ କିଛି ସମୟ ଆରାମ ଦରକାର ପଡୁଛି ଓ ପୁଣି ପୂରା ଦମ୍‌ରେ ଟ୍ରାକ୍‌କୁ ଫେରିବେ ବୋଲି ମଧ୍ୟ ସୋସିଆଲ୍‌ ମିଡିଆରେ ଲେଖିଛନ୍ତି।

ଆପଣ ଜାଣନ୍ତି ଯେ, ଅମାଲ୍‌ ବହୁ ବିଗ୍‌ ବଜେଟ୍‌ ଫିଲ୍ମରେ ମ୍ୟୁଜିକ୍‌ କମ୍ପୋଜ୍‌ କରି ଢେର୍‌ ଲୋକପ୍ରିୟତା ପାଇଛନ୍ତି।

ତାଙ୍କର ଅନେକ ଗୀତ ସୁପର୍‌ ହିଟ୍‌ ସାବ୍ୟସ୍ତ ହୋଇଛି।

ବିଶେଷକରି ଯୁବପିଢ଼ି ଏବେ ବି ତାଙ୍କ ଗୀତଗୁଡ଼ିକୁ ଗୁଣୁଗୁଣେଇଥାନ୍ତି।

ତେଣୁ ତାଙ୍କର ଏହି ବିରତି ନିଷ୍ପତ୍ତି ଉପରେ ଅନେକ ଫଲୋଅର୍‌ ସେମାନଙ୍କ ମତ ରଖିଛନ୍ତି।

Protest: ଭଦ୍ରକ ଜିଲ୍ଲା ଟ୍ରକ୍ ଟିପର ମାଲିକ ସଂଘର ଧାରଣାକୁ ମାସେ ବିତିଲା, ଶୁଣିଲାନି ପ୍ରଶାସନ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।