Life Imprisonment: ଗୁଣିଗାରେଡ଼ି ସନ୍ଦେହରେ ବାପ-ପୁଅଙ୍କୁ  ହତ୍ୟା ମାମଲା , ୧୨ ଦୋଷୀଙ୍କୁ ଆଜୀବନ

Sep 18, 2026 - 11:30
Life Imprisonment: ଗୁଣିଗାରେଡ଼ି ସନ୍ଦେହରେ ବାପ-ପୁଅଙ୍କୁ  ହତ୍ୟା ମାମଲା , ୧୨ ଦୋଷୀଙ୍କୁ ଆଜୀବନ

"ପାରଳାଖେମୁଣ୍ଡି: ଗୁଣିଗାରେଡ଼ିସନ୍ଦେହରେ ବାପ-ପୁଅଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଘଟଣାରେ ୧୨ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ପାରଳାଖେମୁଣ୍ଡି ଅତିରିକ୍ତ ଦୌରାଜଜ୍‌ ହରପ୍ରସାଦ ପଟ୍ଟନାୟକ।

ଏଥିସହ ପ୍ରତ୍ୟେକ ଦୋଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଏବଂ ଜରିମାନା ଅନାଦାୟ ହେଲେ ଅତିରିକ୍ତ ୬ ମାସ କଠୋର କାରାଦଣ୍ଡ ଭୋଗିବାକୁ ରାୟରେ ନିର୍ଦ୍ଦେଶ ରହିଛି।

ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସକୁ ଆଧାର କରି ଘଟିଥିବା ଏହି ଦୁଇଟି ହତ୍ୟା ଘଟଣାରେ ଅଦାଲତଙ୍କ ଏହି ରାୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ।Advertisment ଅଡବା ଥାନା ଅଧୀନ ମୁଠାଗୁଡ଼ା ଗ୍ରାମରେ ୨୦୨୧ ଜୁନ୍‌ ୧୨ ତାରିଖ ରାତିରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା।

ଗୁଣିଗାରେଡ଼ି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ସନ୍ଧ୍ୟା ୫ଘଟିକା ସମୟରେ ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ମୃତକ ଲୁକ ଦଳବେହେରାଙ୍କୁ ଘରୁ ଡାକି ନେଇ ଜୋସିଆ ଗମାଙ୍ଗଙ୍କ ଘର ନିକଟରେ ଏକ ବୈଠକରେ ତାଙ୍କୁ ଗୁଣିଗାରେଡି କରୁଥିବା ନେଇ ଦୋଷାରୋପ କରିଥିଲେ।

ପରେ ତାଙ୍କ ପୁଅ ଅନୁକ ଦଳବେହେରାଙ୍କୁ ମଧ୍ୟ ସେଠାକୁ ଡକାଯାଇଥିଲା।

ଉଭୟଙ୍କୁ ଗାଁ ଦାଣ୍ଡରେ ମାଡ ମାରି ଲହୁ ଲୁହାଣ କରିବା ସହ ଗାଁ ବାହାର କୁସୁମସାହି ପଡ଼ିଆକୁ ନେଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ।

ଅନୁକଙ୍କ ଗଳା କାଟାଯାଇଥିବା ବେଳେ ଆହତ ଅବସ୍ଥାରେ ସେ ନିଜ ଘର ନିକଟକୁ ଫେରି ଆସି ଆଙ୍ଗୁଠିରେ ତାଙ୍କ ବାପା ପଡ଼ିଥିବା ସ୍ଥାନ ଦେଖାଇଥିଲେ।

ପରେ ତାଙ୍କର ମୃତ୍ୟୁ ଘଟିଥିଲା।

୨୫ଟି ବସ୍ତୁଗତ ପ୍ରମାଣ ଅଦାଲତରେ ଉପସ୍ଥାପିତ ହୋଇଥିଲା  ଏହି ଘଟଣାକୁ ନେଇ ମୃତକଙ୍କ ଝିଅ ଲୁଧିଆ ଗମାଙ୍ଗ ୨୦୨୧ ଜୁନ୍‌ ୧୩ରେ ଅଡବା ଥାନାରେ ଏତଲା ଦେଇଥିଲେ।

ଏତଲା ଆଧାରରେ ଅଡବା ଥାନା କେସ୍‌ ନମ୍ବର ୬୩/୨୦୨୧ରେ ଆଇପିସିର ଦଫା ୩୦୨/୩୪ରେ ମାମଲା ରୁଜୁ ହୋଇଥିଲା।

ତତ୍କାଳୀନ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ମାମଲାର ତଦନ୍ତ କରିଥିଲେ।

ତଦନ୍ତ ପରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା।

ମାମଲାର ବିଚାର ସମୟରେ ଅଭିଯୋଗ ପକ୍ଷରୁ ୨୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା।

ଏଥିସହ ପି-୧ରୁ ପି-୨୭ ପର୍ଯ୍ୟନ୍ତ ୨୭ଟି ଦସ୍ତାବିଜ ଏବଂ ଏମ୍‌ଓ-୧ରୁ ଏମ୍‌ଓ-୨୫ ପର୍ଯ୍ୟନ୍ତ ୨୫ଟି ବସ୍ତୁଗତ ପ୍ରମାଣ ଅଦାଲତରେ ଉପସ୍ଥାପିତ ହୋଇଥିଲା।

ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ତର୍ଜମା କରିବା ପରେ ଅଦାଲତ ଅଭିଯୁକ୍ତମାନେ ଦୋଷୀ ବୋଲି ରାୟ ଦେଇଛନ୍ତି।

ଦୋଷୀମାନେ ହେଲେ ଜୋସୁଆ ଗମାଙ୍ଗୋ, ବେଞ୍ଜାମିନ ଗମାଙ୍ଗୋ, ସଞ୍ଜୟ ଗମାଙ୍ଗୋ, ଅଭିମନ୍ୟୁ ରାଇକା, କନ୍ଦ୍ରା ଗମାଙ୍ଗୋ ଓରଫ ଜନସ ଗମାଙ୍ଗୋ, ମିଖାଇଏଲ ଗମାଙ୍ଗୋ, ସେଟୋ ରାଇକା, ଜିରି ଓରଫ ଜର୍ମିୟା ରାଇକା, ଅବ୍ରାହମ ବଡରଇତ, ଜୁନେଶ ରାଇତ, କୁରା ରାଇତ ଓ ସୋମନାଥ ଗମାଙ୍ଗ।

ସମସ୍ତେ ମୁଠାଗୁଡ଼ା ଗ୍ରାମର ବୋଲି ଅଦାଲତଙ୍କ ରାୟରେ ଦର୍ଶାଯାଇଛି।

ଅଭିଯୋଗ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ଏସ୍‌.କେ.

ରଥ ମାମଲା ପରିଚାଳନା କରିଥିଲେ।

ରାୟ ସମ୍ପର୍କରେ ପବ୍ଲିକ ପ୍ରୋସିକ୍ୟୁଟର ରାଜେଶ କୁମାର ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଦେବ ମିସ୍ତ୍ରୀ ଓରଫ ଦାଭିଡସନ ଶବରଙ୍କ ମାମଲାକୁ ୧୧ ଫେବ୍ରୁଆରୀ ୨୦୨୫ରେ ଅନ୍ୟମାନଙ୍କ ମାମଲାରୁ ପୃଥକ କରାଯାଇଥିବା ରାୟରେ ଉଲ୍ଲେଖ ରହିଛି।

ତାଙ୍କ ବିରୋଧରେ ମାମଲାର ବିଚାର ଏବେ ବିଚାରାଧୀନ ରହିଛି।

Driver Seriously Injured: ଯାତ୍ରୀବାହୀ ବସ୍-ଅଟୋ ସାମ୍ନାସାମ୍ନି ଧକ୍କା, ଅଟୋ ଚାଳକ ଗୁରୁତର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।