Life Mantra: ଜୀବନ-ମନ୍ତ୍ର: ଇନ୍ଦୁପୂର୍ଣ୍ଣିମା ଓ ଭାଗବତଜନ୍ମ
"ଭାଦ୍ରବ ମାସର ପୂର୍ଣ୍ଣିମା ଇନ୍ଦୁ ପୂର୍ଣ୍ଣିମା ନାମରେ ଖ୍ୟାତ।
ଭାଦ୍ରପଦ ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ଯୋଗୁଁ ଏହି ମାସର ନାମ ଭାଦ୍ରବ ହୋଇଛି।
କିନ୍ତୁ ଏହା ଇନ୍ଦୁପୂର୍ଣ୍ଣିମା ନାମରେ ପରିଚିତ ହେବାର କାରଣ ଭିନ୍ନ।
ଆମ ଋତୁଚକ୍ର ଅନୁସାରେ ବର୍ଷାଋତୁ ହେଉଛି- ଆଷାଢ଼ ଓ ଶ୍ରାବଣ ମାସ।
ମାତ୍ର ପ୍ରକୃତରେ ବର୍ଷାଋତୁ ଭାଦ୍ରବ ମାସ ପର୍ଯ୍ୟନ୍ତ ପ୍ରଲମ୍ବିତ ହୁଏ।
ବିଶେଷତଃ ଭାଦ୍ରବ ପୂର୍ଣ୍ଣମୀ ସୁଦ୍ଧା ତାହା ସରିଥାଏ।
ତାହା ସହିତ ଶେଷହୁଏ ବର୍ଷାର ଦେବତା ଇନ୍ଦ୍ରଙ୍କର ରାଜତ୍ବକାଳ।
ଇନ୍ଦ୍ରଙ୍କୁ ବିଦାୟ ଦେଇ ଶରତଋତୁର ନିର୍ମଳ ଚନ୍ଦ୍ରଙ୍କୁ ସ୍ବାଗତ କରାଯାଏ।
ଚନ୍ଦ୍ରଙ୍କର ଅନ୍ୟନାମ ଇନ୍ଦୁ।
ଏଣୁ ଏହି ପୂର୍ଣ୍ଣିମାର ନାମ ଇନ୍ଦୁ ପୂର୍ଣ୍ଣିମା।
କିନ୍ତୁ ଏହି ପୂର୍ଣ୍ଣିମାର ଅନ୍ୟ ତାତ୍ପର୍ଯ୍ୟ ରହିଛି।
ଏହା ହେଉଛି- ଭାଦ୍ରବ ପୂର୍ଣ୍ଣିମା "ଭାଗବତ" ଜନ୍ମର ପବିତ୍ର ତିଥି। "ଭାଗବତ"ଙ୍କୁ କୁହାଯାଇଛି ଭଗବାନଙ୍କର ବାଗ୍ମୟ ସ୍ବରୂପ।
ଏଣୁ ଏହା "ପରମଶାସ୍ତ୍ର"।Advertisment Manipur disturbed area: ମଣିପୁରକୁ ଆଉ ୬ ମାସ ଅଶାନ୍ତ ଅଞ୍ଚଳ ଘୋଷଣା "ଭାଗବତ" ବା "ଶ୍ରୀମଦ୍ଭାଗବତ"ର ରଚୟିତା ବ୍ୟାସଦେବ।
କଥିତ ଅଛି, ଯେ ସେ ବେଦମନ୍ତ୍ରଗୁଡ଼ିକୁ ଚାରିଭାଗରେ ଚାରିବେଦ ରୂପେ ବିଭାଗୀକରଣ କରିବା ପରେ, ବ୍ରାହ୍ମଣ ଓ ଉପନିଷଦଆଦି ଏବଂ ପୁରାଣମାନ ରଚନା କଲେ।
କିନ୍ତୁ ଏସବୁ ସତ୍ତ୍ବେ ତାଙ୍କର ମନରେ ଆନନ୍ଦ ଆସିଲା ନାହିଁ।
ସେ ବିଷଣ୍ଣ ଥିବାବେଳେ, ତାଙ୍କର ମନକଥା ଜାଣି ଦେବର୍ଷି ନାରଦ ଆସି ତାଙ୍କ ନିକଟରେ ପହଞ୍ଚିଲେ।
ତାଙ୍କୁ କହିଲେ- ତୁମର ମନ କାହିଁକି ବିଷଣ୍ଣ, ତାହା ମୁଁ ତୁମକୁ ସୂଚାଇ ଦେବାକୁ ଆସିଛି।
ତୁମର ସମଗ୍ର ରଚନା ମଧ୍ୟରେ କୃଷ୍ଣଲୀଳାର ମାଧୁର୍ଯ୍ୟ ନାହିଁ।
ତୁମେ କୃଷ୍ଣଲୀଳାତ୍ମକ ଭାଗବତ ରଚନା କର।
ତୁମର ମନ ଆନନ୍ଦ ହେବ।
ଦେବର୍ଷି ନାରଦଙ୍କର ଏହି ପରାମର୍ଶରେ ବ୍ୟାସଦେବ ୧୨ଟି ସ୍କନ୍ଧ, ୩୪୨ଟି ଅଧ୍ୟାୟ ଓ ୧୮ ହଜାର ଶ୍ଳୋକରେ ଭାଗବତ ରଚନା କଲେ।
ତାଙ୍କର ମନ ଆନନ୍ଦ ହେଲା।
Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର ଏ ସଂପର୍କରେ ଏକ ରୋଚକ ପ୍ରସଙ୍ଗ ଅଛି ଯେ ଭକ୍ତମାନଙ୍କ ପାଇଁ ପ୍ରଥମେ ତିନି ଅକ୍ଷର ସମ୍ବଳିତ ଓଁ ସୃଷ୍ଟି ହେଲା ଏବଂ ତାହା ଅନନ୍ତଙ୍କୁ ସମର୍ପିତ ହୋଇଥିଲା।
ଅନନ୍ତ ତାହାକୁ ୨୪ ଅକ୍ଷରବିଶିଷ୍ଟ ଗାୟତ୍ରୀ ମନ୍ତ୍ର ରୂପେ ସୃଷ୍ଟିକରି ବ୍ରହ୍ମାଙ୍କୁ ସମର୍ପଣ କଲେ।
ବ୍ରହ୍ମା ତାହାକୁ ଚାରିଟି ଶ୍ଳୋକରେ ସୃଷ୍ଟିକରି ନାରାୟଣ ଋଷିଙ୍କୁ ପ୍ରଦାନ କଲେ।
ନାରାୟଣ ଋଷି ତାହାକୁ ୧୦ଟି ଶ୍ଳୋକରେ ନାରଦଙ୍କୁ ଓ ନାରଦ ତାହାକୁ ୧୦୦ଟି ଶ୍ଳୋକରେ ବ୍ୟାସଦେବଙ୍କୁ ପ୍ରଦାନ କଲେ।
ବ୍ୟାସଦେବ ତାହାକୁ ୧୮ ହଜାର ଶ୍ଳୋକରେ ରଚନା କରି ଶୁକମୁନିଙ୍କୁ ପ୍ରଦାନ କରିଥିଲେ।
ଏ ସଂପର୍କରେ ଆହୁରି ମଧ୍ୟ କଥିତ ଅଛି ଯେ ଶ୍ରୀମଦ୍ଭାଗବତ କଥା ପ୍ରଥମେ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖରୁ ବ୍ରହ୍ମା, ଏବଂ ତା"ପରେ ବ୍ରହ୍ମାଙ୍କ ଠାରୁ ନାରଦ ଓ ନାରଦଙ୍କ ଠାରୁ ବ୍ୟାସଦେବ ଶୁଣିଥିଲେ।
ସେ ତାହାକୁ ୧୮ ହଜାର ଶ୍ଳୋକରେ ସଂସ୍କୃତରେ ରଚନା କରିଥିଲେ।
ଭାଦ୍ରବ ଶୁକ୍ଳ ନବମୀରୁ ଏହାର ରଚନା ଆରମ୍ଭ ହୋଇ ଭାଦ୍ରବ ପୂର୍ଣ୍ଣିମାରେ ଶେଷ ହୋଇଥିଲା।
ଏଣୁ ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମା ଭାଗବତ ଜନ୍ମ ରୂପେ ପାଳିତ ହୋଇଥାଏ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।