Protest: ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ କଂଗ୍ରେସର ଅହୋରାତ୍ର ଧାରଣା ଜାରି

Sep 26, 2026 - 22:14
Protest: ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ କଂଗ୍ରେସର ଅହୋରାତ୍ର ଧାରଣା ଜାରି

"ଭୁବନେଶ୍ବର: ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ଚାଲିଥିବା ଅହୋରାତ୍ର ଧାରଣା ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି।

Advertisment ଆଜି ପ୍ରଥମାର୍ଦ୍ଧରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବରିଷ୍ଠ ନେତା ସୁରେଶ ରାଉତରାୟ, ପ୍ରକାଶ ଜେନା, ଅଭୟ ସାହୁ, ସିଦ୍ଧାର୍ଥ ରାଉତରାୟ, ଚିନ୍ମୟ ସୁନ୍ଦର ଦାଶ ଓ ଅନ୍ୟ କଂଗ୍ରେସ ନେତା ସାମିଲ ହୋଇଥିଲେ।

ମୋଦୀ ସରକାର ଓ ନିର୍ବାଚନ ଅଧିକାରୀଙ୍କ ଭୋଟ ଚୋରିକୁ ପ୍ରତିବାଦ କରିଥିଲେ।

ଅପରାହ୍‌ଣରେ ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ, ସୁଦର୍ଶନ ଦାସ, ସତ୍ୟବ୍ରତ ନାୟକ, ମନୋଜ ରାଉତ, ହଳଧର ସେଠୀ, ମାନସ କର, ବିଜୟ ଦ୍ୱିବେଦୀ, ସୁଧାଂଶୁ ମହାନ୍ତି, ବୈଲୋଚନ ସାହୁ, ଭରତ ପରିଡ଼ା ପ୍ରମୁଖ ନିର୍ବାଚନ ଅଧିକାରୀଙ୍କୁ ଭର୍ତ୍ସନା କରିଥିଲେ।

ଜ୍ଞାନେଶ କୁମାର ପଦରୁ ନ ହଟିବା ପର୍ଯ୍ୟନ୍ତ କଂଗ୍ରେସ ସାରା ଦେଶରେ ଲଢେଇ ଜାରି ରଖିବ।

ସୂଚନାଯୋଗ୍ୟ ଗତକାଲି ସଭାପତି ଶ୍ରୀ ଦାସ ଧାରଣାସ୍ଥଳରେ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା।

ବିବାଦର କେନ୍ଦ୍ରରେ ଜ୍ଞାନେଶ କୁମାର; ପ୍ରବଳ ହେଉଛି ରାଜନୈତିକ ଝଡ଼ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।