Lionel Messi: ଆର୍ଜେଣ୍ଟିନାରୁ ଅବସର ପରେ ମେସିଙ୍କ ମ୍ୟାଜିକ୍ ଜାରି
"ମିଆମି: ଜାତୀୟ ଦଳରୁ ଅବସର ନେବା ପରେ ଆର୍ଜେଣ୍ଟିନାର ମହାନ ଫୁଟ୍ବଲର୍ ଲିଓନେଲ ମେସିଙ୍କ ମ୍ୟାଜିକ୍ ଜାରି ରହିଛି।
ଅବସର ପରେ ରବିବାର ସେ ନିଜ କ୍ଲବ୍ ଇଣ୍ଟର ମିଆମି ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳିଛନ୍ତି।
ମେଜର ଲିଗ୍ ସକ୍କର (ଏମ୍ଏଲ୍ଏସ୍)ରେ ଡିସି ୟୁନାଇଟେଷ୍ଟ୍ ବିପକ୍ଷ ଏହି ମ୍ୟାଚ୍ରେ ମେସି (୪୭, ୬୦ ମିନିଟ୍) ଦୁଇଟି ଗୋଲ୍ କରି ଦଳକୁ ସହଜ ବିଜୟ ଭେଟି ଦେଇଥିଲେ।Advertisment ଜୀବନର ଯବନିକା ପକାଇଥିଲେ ଏଥିସହ ଚଳିତ ଋତୁରେ ମେସି (୨୩ ଗୋଲ୍) ଲିଗ୍ର ସର୍ବାଧିକ ଗୋଲ୍ ସ୍କୋରର୍ଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି।
ମେସିଙ୍କ ବାଦ ଡିସି ୟୁନାଇଟେଡ୍ ବିପକ୍ଷରେ ଲୁଇସ ସୁଆରେଜ (୩, ୩୯ ମିନିଟ୍) ମଧ୍ୟ ଦୁଇଟି ଗୋଲ୍ କରିଥିଲେ।
ଫଳରେ ଇଣ୍ଟର ମିଆମି ୪-୦ରେ ବିଜୟୀ ହୋଇଥିଲା।
୪ ଦିନ ତଳେ ମେସି ବିଦାୟୀ ମ୍ୟାଚ୍ ଖେଳି ଆର୍ଜେଣ୍ଟିନା ଜାତୀୟ ଦଳ ସହ ୨୧ ବର୍ଷର ଖେଳ ଜୀବନର ଯବନିକା ପକାଇଥିଲେ।
Cricket: ଭାରତ ବିପକ୍ଷରେ ଦିନିକିଆ ଶୃଙ୍ଖଳା ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ; ଫେରିଲେ ଏହି ୩ ଖେଳାଳି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।