Liquor Shop ଜନବସତି ମଧ୍ୟରେ ମଦ ଦୋକାନ, ବନ୍ଦ ପାଇଁ ଦାବି

Sep 06, 2026 - 20:21
Liquor Shop  ଜନବସତି ମଧ୍ୟରେ ମଦ ଦୋକାନ, ବନ୍ଦ ପାଇଁ ଦାବି

"ପୁରୀ (ଶବି ଦାସ): ଗୌଡ଼ବାଡ଼ ସାହିରେ ଥିବା ବିଦେଶୀ ମଦ ଦୋକାନକୁ ବନ୍ଦ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ବାସିନ୍ଦା ଅବକାରୀ ଅଧୀକ୍ଷକଙ୍କ ନିକଟରେ ଆଜି (ରବିବାର) ଲିଖିତ ଦାବି କରିଛନ୍ତି।

ଏ ନେଇ ସାହି ବାସିନ୍ଦାମାନେ ଅଗଷ୍ଟ ମାସ ୧୨ ତାରିଖରେ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟ ଏକ ବିସ୍ତୃତ ଲିଖିତ ଆବେଦନ ପ୍ରଦାନ କରିଥିଲେ।

ଏ ସମ୍ପର୍କରେ ଆଜି ମଧ୍ୟ ଅବକାରୀ ବିଭାଗ ନିକଟରେ ଆବେଦନ ଦିଆଯାଇଛି।Advertisment Wine ban: ମଦ ଦୋକାନ ବନ୍ଦ ଦାବିରେ ଠେଙ୍ଗା ବାଡ଼ି ଧରି ଦୋକାନ ଘେରିଲେ ୪୦୦ରୁ ଊର୍ଦ୍ଧ୍ବ ମହିଳା ଉକ୍ତ ଆବେଦନରେ ସ୍ଥାନୀୟ ବାସିନ୍ଦା ଦର୍ଶାଇଛନ୍ତି ଯେ, ପୁରୀ ହେଉଛି ଏକ ପବିତ୍ର ଧାମ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂମି ଭାବେ ସାରା ବିଶ୍ୱରେ ପ୍ରସିଦ୍ଧ।

ଏହି ଧାମର ପବିତ୍ରତା ଓ ଆଧ୍ୟାତ୍ମିକ ପରିବେଶକୁ ବଜାୟ ରଖିବା ଆବଶ୍ୟକ।

ଉକ୍ତ ବିଦେଶୀ ମଦ ଦୋକାନଟି ଏକ ଘନ ଜନବସତି ଅଞ୍ଚଳରେ ଅବସ୍ଥିତ।

ଯେଉଁଠି ପରିବାର, ମହିଳା, ବୟସ୍କ ବ୍ୟକ୍ତି ଏବଂ ସ୍କୁଲ କଲେଜ ଛାତ୍ରଛାତ୍ରୀ ରହୁଛନ୍ତି।

ଏହାର ଉପସ୍ଥିତି ଯୋଗୁ ସାହିର ଶାନ୍ତିପୂର୍ଣ୍ଣ ଓ ନୈତିକ ପରିବେଶ ନଷ୍ଟ ହେଉଛି।

Drug: ଲାଗିଲା ନିଶା ନିବାରଣ ସେସ୍‌: ବଡ଼ଦାଣ୍ଡରେ ମଦ ଦୋକାନ ମନା, ଏଣିକି ତ୍ରୈବାର୍ଷିକ ଅବକାରୀ ନୀତି ଏହି ଦୋକାନ ସାଧାରଣ ଜନତାଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି ଏବଂ ସ୍ଥାନୀୟ ଲୋକଙ୍କ ସାଂସ୍କୃତିକ ଓ ଧାର୍ମିକ ଭାବନାକୁ ଆଘାତ ଦେଉଛି।

ତେଣୁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ଓ ସହଯୋଗ ସହ ଏହି ମଦ ଦୋକାନକୁ ଜନସ୍ୱାର୍ଥ ଦୃଷ୍ଟିରୁ ବନ୍ଦ କିମ୍ବା ଗାଁ ବାହାରକୁ ସ୍ଥାନାନ୍ତର କରିବାକୁ ବାସିନ୍ଦାମାନେ ନିବେଦନ କରିଛନ୍ତି।

ଅବକାରୀ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁରୋଧ କରାଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।