AI: ଏଆଇ+ର ନେକ୍ସଟ୍‌ କ୍ବାଣ୍ଟମ୍‌ ଓଏସ୍‌

Sep 08, 2026 - 01:17
AI: ଏଆଇ+ର ନେକ୍ସଟ୍‌ କ୍ବାଣ୍ଟମ୍‌ ଓଏସ୍‌

"ଭୁବନେଶ୍ବର: ଏଆଇ+ ସ୍ମାର୍ଟଫୋନ୍‌ ପକ୍ଷରୁ ନେକ୍ସଟ୍‌ କ୍ବାଣ୍ଟମ୍‌ ଓଏସ୍‌ ଭି ୧.୧ ଉନ୍ମୋଚନ କରାଯାଇଛି।

ଏଥିରେ ଦୃଢ଼ ଗୋପନୀୟତା ଫ୍ରେମ୍‌ୱର୍କ ରହିଛି।

ଡିଜାଇସ୍‌ ଓ ଡାଟାକୁ କିଭଳି ଆପ୍ଲିକେସନଗୁଡ଼ିକ ବ୍ୟବହାର କରୁଛନ୍ତି ତାହାକୁ ଏହା ଜରିଆରେ ବ୍ୟବହାରକାରୀ ଭଲ ଭାବେ ଜାଣିପାରିବେ।

ଏଥିରେ ଶତ ପ୍ରତିଶତ ଡାଟା ଟ୍ରାଫିକ୍‌ ଭାରତରେ ଥିବା ଭିତ୍ତିଭୂମି ଜରିଆରେ ପରିଚାଳିତ ହେବ।

ଏଥିରେ ବ୍ୟବହାରକାରୀଙ୍କ ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିପାରିବ।Advertisment ଆହୁରି ପଢନ୍ତୁ :Truck Terminals ଟ୍ରକ୍ ଟର୍ମିନାଲ୍‌ ପରିଚାଳନା ପାଇଁ ପରିବହନ ବିଭାଗ ଓ ଆଇଓସିଏଲ୍‌ ମଧ୍ୟରେ ବୁଝାମଣା  ଏଥିରେ ନେକ୍ସଟ୍‌ପ୍ରାଇଭେସି ଡ୍ୟାସ୍‌ବୋର୍ଡ ରହିଛି ଯାହା ସବୁ ଆପ୍ଲିକେସନ ଅନୁମତିକୁ ଗୋଟିଏ ଇଣ୍ଟରଫେସ୍‌କୁ ଆଣିପାରିଛି।

ନେକ୍ସଟ୍‌କ୍ବାଣ୍ଟମ୍‌ ସିଫ୍ଟ ଟେକ୍ନୋଲୋଜିସ୍‌ର ସିଇଓ ମାଧବ ସେଠ୍‌ କହିଛନ୍ତି ଯେ ପ୍ରଯୁକ୍ତିର ଭବିଷ୍ୟତ ଆମେ ତାହାକୁ କିଭଳି ବ୍ୟବହାର କରୁଛନ୍ତି ନୁହେଁ, ବରଂ କିଭଳି ବିଶ୍ବାସ କରୁଛେ ତାହା ଉପରେ ନିର୍ଭର କରିବ।

ଆମର ନେକ୍ସଟ୍‌କ୍ବାଣ୍ଟମ୍‌ ଓଏସ୍‌ ଗଠରେ ମୂଳରେ ରହିଛି ବିଶ୍ବାସ।

ଗୋପନୀୟତା, ସୁରକ୍ଷା ଓ ବ୍ୟବହାରକାରୀ ନିୟନ୍ତ୍ରଣ ଉପରେ ଗୁରୁତ୍ବାରୋପ କରୁଥିବା ଏକ ପ୍ଲାଟଫର୍ମ ବିକାଶ କରିବା ପ୍ରତି ଆମର ରହିଥିବା ପ୍ରତିବଦ୍ଧତାର ଏକ ଅଂଶ ହେଉଛି ଏହି ଅପରେଟିଂ ସିଷ୍ଟମ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।