liquor smuggling: ମଡେଲ୍ ଲୁକ୍, ଲଗଜରି ବ୍ୟାଗ୍... ଭିତରେ ଥିଲା ମଦର ଭଣ୍ଡାର!

Sep 08, 2026 - 08:03
liquor smuggling: ମଡେଲ୍ ଲୁକ୍, ଲଗଜରି ବ୍ୟାଗ୍... ଭିତରେ ଥିଲା ମଦର ଭଣ୍ଡାର!

"ନୂଆଦିଲ୍ଳୀ: ମଡେଲ୍ ଭଳି ଚେହେରା...

ଷ୍ଟାଇଲିସ୍ ଲୁକ୍...

ହାତରେ ଦାମୀ ଲଗଜରି ବ୍ୟାଗ୍।

ଦେଖିଲେ କେହି ବି ଭାବିବେ ଜଣେ ସାଧାରଣ ଯାତ୍ରୀ।

କିନ୍ତୁ ଏହି ଚେହେରା ପଛରେ ଲୁଚିଥିଲା ଏକ ବଡ଼ ଚୋରା ଚାଲାଣ ରାକେଟ୍‌ର କାହାଣୀ।

ବିହାରର ସମସ୍ତିପୁର ଷ୍ଟେସନରେ ଆରପିଏଫ୍ ଏବଂ ସିଆଇବିର ମିଳିତ ଚଢ଼ାଉ ବେଳେ ଯାହା ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ଚକିତ କରିଦେଲା ।

ସ୍ୱତନ୍ତ୍ରତା ସେନାନୀ ଏକ୍ସପ୍ରେସ୍‌ର ଏସି ଫାଷ୍ଟ କ୍ଲାସ୍ କୋଚରେ ଯାତ୍ରା କରୁଥିଲେ ନେହା କୁମାରୀ ଏବଂ ଇଶାନ କୁମାର।Advertisment ଟ୍ରେନ୍ ସମସ୍ତିପୁରରେ ପହଞ୍ଚିବା ମାତ୍ରେ ଗୁପ୍ତ ସୂଚନା ଆଧାରରେ H-1 କୋଚରେ ଚଢ଼ାଉ କରିଥିଲା ଆରପିଏଫ୍।

ତଲାସି ବେଳେ ନେହାଙ୍କ ଦୁଇଟି ସୁଟକେସ୍‌ରୁ ବାହାରିଥିଲା ପ୍ରାୟ ୭୫ ଲିଟର ବ୍ରାଣ୍ଡେଡ୍ ମଦ।

ଏତେ ପରିମାଣର ମଦ ଦେଖି ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସବୁଠାରୁ ଚର୍ଚ୍ଚାର ବିଷୟ ଥିଲା ନେହାଙ୍କ ଆତ୍ମବିଶ୍ୱାସ।

ଗିରଫ ବେଳେ ନା ଥିଲା ଭୟ, ନା ଥିଲା ଚିନ୍ତା।

ମୁହଁରେ ଥିଲା ସାଧାରଣ ହସ।

ଯେମିତି କିଛି ଘଟିନାହିଁ।

ତାଙ୍କର ଏହି ବ୍ୟବହାର ଦେଖି ଆରପିଏଫ୍ କର୍ମଚାରୀମାନେ ମଧ୍ୟ ଚକିତ ହୋଇଯାଇଥିଲେ।

ଅନେକଙ୍କ ମତରେ, ବଡ଼ ବଡ଼ ପ୍ରଭାବଶାଳୀ ଲୋକଙ୍କ ସହ ସମ୍ପର୍କ ଥିବାରୁ ନେହା ଏତେ ନିଶ୍ଚିନ୍ତ ଥିଲେ।

9 Dead: ବିଷାକ୍ତ ମଦ ପିଇ ୯ ମୃତ, ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ତଦନ୍ତରେ ସାମ୍ନାକୁ ଆସିଛି ଯେ, ଏହି ମଦ ଧନୀ ବ୍ୟବସାୟୀ, ପ୍ରଭାବଶାଳୀ ବ୍ୟକ୍ତି ଓ କିଛି ବଡ଼ ଡାକ୍ତରଙ୍କ ପାଖକୁ ପହଞ୍ଚାଯାଉଥିଲା।

ବିହାରରେ ମଦ ନିଷେଧ ଆଇନ ଥିବାରୁ ଏପରି ଚୋରା ଚାଲାଣ ରାକେଟ୍‌ ଉପରେ ପୋଲିସର ନଜର ରହିଛି।

ନେହା ଏବଂ ଇଶାନ କେବଳ ବାହକ ନା ଏହା ପଛରେ ଆଉ ବଡ଼ ନେଟୱାର୍କ ଅଛି, ତାହା ଖୋଜୁଛି ପୋଲିସ।

ଏବେ ନେହାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ।

ମଡେଲ୍ ଭଳି ଚେହେରା ଓ ମଦ ଚୋରା ଚାଲାଣର ଏହି କାହାଣୀ ଲୋକଙ୍କୁ ଚର୍ଚ୍ଚା କରିବାକୁ ବାଧ୍ୟ କରିଛି।

ସେପଟେ ପୋଲିସର ଜେରା ଜାରି ରହିଛି।

ଆଉ ତଦନ୍ତ ଆଗକୁ ବଢ଼ିଲେ, ଏହି ରାକେଟ୍‌ରେ ଜଡିତ ଆଉ କିଛି ବଡ଼ ନାଁ ସାମ୍ନାକୁ ଆସିପାରେ।

ମଡେଲ୍ ଲୁକ୍‌ର ଆଡରେ ମଦ ଚୋରା ଚାଲାଣର ଏହି କାହାଣୀ ଏବେ ବିହାରରେ ଚର୍ଚ୍ଚାର ବିଷୟ।

ତଦନ୍ତରୁ କେଉଁ ନୂଆ ଖୁଲାସା ହେଉଛି, ସେଥିପାଇଁ ସମସ୍ତଙ୍କ ନଜର ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।