14 OCTOBER 2026

Welcome!

Unlock your personalized experience.
Sign Up

Literature: ‘ଓଡ଼ିଆ ଭାଷା ଓ ସମାଲୋଚନା ସାହିତ୍ୟକୁ ସମୃଦ୍ଧ କରିଥିଲେ ବାଉରୀବନ୍ଧୁ’

Oct 14, 2026 - 08:15
Literature: ‘ଓଡ଼ିଆ ଭାଷା ଓ ସମାଲୋଚନା ସାହିତ୍ୟକୁ ସମୃଦ୍ଧ କରିଥିଲେ ବାଉରୀବନ୍ଧୁ’

ଯାଜପୁରଟାଉନ: ଆଧୁନିକ ଓଡ଼ିଆ ଭାଷା ସାହିତ୍ୟକୁ ସମାଲୋଚନା ମାଧ୍ୟମରେ ସମୃଦ୍ଧ କରିଥିଲେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବାଉରୀବନ୍ଧୁ କର। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ପ୍ରଫେସର ବାଉରୀବନ୍ଧୁ କରଙ୍କ ଷଷ୍ଠ ବାର୍ଷିକ ସ୍ମୃତି ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଚସ୍ପତି ସୁରମା ପାଢ଼ୀ ଏହା କହିଛନ୍ତି। ଯାଜପୁର ଗୌତମବୁଦ୍ଧ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ବାଉରୀବନ୍ଧୁ କରଙ୍କ ଭାଷାପ୍ରୀତି ସଂପର୍କରେ ବକ୍ତବ୍ୟ ରଖିଥିଲେ। ରାଜ୍ୟ ବିଜେପି ସଂଯୋଜକ ମହେଶ ମିଶ୍ର ସମ୍ମାନିତ ଅତିଥି, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଦିବ୍ୟଭୂଷଣ ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗଦେଇ ବାଉରୀବନ୍ଧୁଙ୍କ ଗୁଣଗାନ କରିଥିଲେ।

Neglect: ‘ଇନ୍ଦ୍ରାବତୀ-ଭାରତମାଳା ଆମ ପାଇଁ ଦୁଃଖ, ଆମକୁ ଉଚ୍ଚଜାଗାରେ ଥଇଥାନ କର’

ସଭାରେ ଡ. ବିମ୍ବାଧର ବେହେରା ସଭାପତିତ୍ବ କରିଥିବାବେଳେ ପ୍ରଫେସର ଦେବାଶିଷ ଲେଙ୍କା ସ୍ବାଗତ ଭାଷଣ ଦେଇଥିଲେ। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଗବେଷଣା ପ୍ରତିଷ୍ଠାନର ସଂପାଦକ ଡ. ସୁରେଶଚନ୍ଦ୍ର ଦାଶ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଡ. ଶରତ ଚନ୍ଦ୍ର ମହାନ୍ତିଙ୍କୁ ‘ପ୍ରଫେସର ବାଉରୀବନ୍ଧୁ କର ସ୍ମାରକୀ ପ୍ରବନ୍ଧ ସମ୍ମାନ’ ପ୍ରଦାନ କରାଯାଇଥିଲା। ନରସିଂହ ‌ଚୌଧୁରୀ ମହାବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ସୋନାଲି ମହାପାତ୍ର ଓ ଜ୍ୟୋତ୍ସ୍ନାରାଣୀ ମହାନ୍ତିଙ୍କୁ ଅର୍ଥରାଶି ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରଥମ ଅଧିବେଶନରେ ବାଉରୀବନ୍ଧୁ କରଙ୍କ ପୁଅ ଶୁଭାଶିଷ କର ଧନ୍ୟବାଦ ଦେଇଥିଲେ। ଦ୍ବିତୀୟ ଅଧିବେଶନରେ ବାଉରୀବନ୍ଧୁ କରଙ୍କ ସ୍ମୃତିଚାରଣ ସଭାରେ ପ୍ରଫେସର ଆଦିକନ୍ଦ ସାହୁ, ପ୍ରଫେସର ବିଜୟ କୁମାର ଶତପଥୀ, ପଣ୍ଡିତ ଭୂପତି ଭୂଷଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ କବିତା ପା‌ଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଡ. ଚିତ୍ତରଂଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବାଉରୀବନ୍ଧୁ କରଙ୍କ ଝିଅ ଶୁଭଶ୍ରୀ କର ଧନ୍ୟବାଦ ଦେଇଥିଲେ।

Politics: କଂଗ୍ରେସ ଓ ସିଜେପିର ଲକ୍ଷ୍ୟ ଏକ, ମଞ୍ଚ ଅଲଗା; ଚର୍ଚ୍ଚାରେ ରାହୁଲଙ୍କ ରଣନୀତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।