Literature: କବିତା ବସାଘର: କବି ସୁଶାନ୍ତ କୁମାର ନାୟକଙ୍କ କଲମରୁ ନିଃସୃତ....

Sep 25, 2026 - 20:50
Literature: କବିତା ବସାଘର: କବି ସୁଶାନ୍ତ କୁମାର ନାୟକଙ୍କ କଲମରୁ ନିଃସୃତ....

"ବସାଘର ସୁଶାନ୍ତ କୁମାର ନାୟକ ପ୍ରେମର ପଶାପାଲିରେଗୋଟିଏ ମନରେ ଅଟକେଦୁଇଟି କ୍ଷତାକ୍ତ ହୃଦୟ।

ଚାରି ଆଖିର ମିଳନରେପତ୍ରଫାଙ୍କରେ ପଢ଼ାହୁଏଆତ୍ମୀୟତାର ମନ୍ତ୍ର।

ରାତିପାହି ସକାଳ ହେଲେବିଲଣ୍ଠନ ଆଲୁଅରେଖୋଜା ହୁଅନ୍ତି ମଣିଷ।

ଆହୁରି ପଢ଼ନ୍ତୁ- Madras High Court: ଘରର ଦାୟିତ୍ବ କେବଳ ମହିଳାଙ୍କର ନୁହେଁ, ପୁରୁଷଙ୍କର ମଧ୍ୟ ସମାନ ଦାୟିତ୍ବ ରହିଛି: ମାଡ୍ରାସ ହାଇକୋର୍ଟAdvertisment ସମୁଦ୍ର ଢେଉରେ ଅଳସ ଭାଙ୍ଗେ ପର୍ବତନିଦର କୋଳରେଜନ୍ମନିଏ ଅନ୍ଧାର।

ନିଶାରେ ଟଳମଳ ପାଦଖୋଜୁଥାଏ ବାଟଭାଗ୍ୟରେଖା ଡେଇଁଆକାଶରୁ ଓହ୍ଲାଏ ମଲାଜହ୍ନ।

ବନ୍ଦ ଆଖିରେସ୍ୱପ୍ନଦେଖେ ସମୟପୃଥିବୀର ପାଦ ଶବ୍ଦରେଡହଳବିକଳ ଜୀବନ।

ସତ୍ୟର ମଲାଟ ଚିରିରାତିର ଆଇନାରେରତି ସୁଖପାଏ ଦେହ।

ଇନ୍ଦ୍ରିୟର ନାଲି ଓଠରେସାଇତି ରଖାହୁଏମୃତ ସ୍ୱରର ଗୀତ।

ଆହୁରି ପଢ଼ନ୍ତୁ- Draupadi Murmu: ରାଷ୍ଟ୍ରପତି ମୁର୍ମୁ ପଶ୍ଚିମବଙ୍ଗର "ଗୁଣ୍ଡା ବିରୋଧୀ" ବିଲ୍‌କୁ ଅନୁମୋଦନ ଦେଲେନି, ପୁନର୍ବିଚାର ପାଇଁ ଫେରାଇଦେଲେ ପବନର ଦୁଆର ମୁହଁରେମେଘର କାନି ଛୁଏଁମରଣର ଅସ୍ଥିର ମନ।

ଠିକଣା ଢଙ୍ଗରେ ବଞ୍ଚିବାଶିଖି ପାରୁନଥିବା ମଣିଷନିଜ ବସାଘରେମରୁଥାଏ ଅହରହଃ।

ମୋ: ୭୬୦୮୦୨୫୬୧୬ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।