Literature: ଗଳ୍ପ ସ୍ବର: ଗାଳ୍ପିକ ଚିତ୍ତରଞ୍ଜନ ଚିରଞ୍ଜିତଙ୍କ କଲମରୁ ନିଃସୃତ....
ସ୍ବର ଚିତ୍ତରଞ୍ଜନ ଚିରଞ୍ଜିତ ସେଦିନ ବିଶ୍ବବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ରାଜ୍ୟ ବାହାରର ସେହି ସହରକୁ ଷ୍ଟଡିଟୁର୍ରେ ବାହାରିଲେ, ଯେଉଁଠି ରହୁଥିଲେ ସେମାନଙ୍କର ପ୍ରିୟ ସାର୍।
ପ୍ରଫେସର୍ ଅଜାତଶତ୍ରୁ।
କେହି ଜଣେ ମନେପକାଇ ଦେବାରୁ ହଠାତ୍ ଭାବନା ଭିତରକୁ ପଶିଆସିଲେ ସେ।
Advertisment ଟ୍ରେନ୍ ରେ ଯାଉଥିବା ବେଳେ ସେହି ସହରର ଗାମ୍ଭୀର୍ଯ୍ୟ ଓ ସୁନ୍ଦରତା ସମ୍ପର୍କରେ ଆଉ କେହି ବି ଆଲୋଚନା କଲେନି।
ଆଲୋଚନା କରୁନଥିଲେ ସହର ଅନ୍ତର୍ଗତ ସେହି ନିର୍ଦ୍ଦିଷ୍ଟ ସ୍ଥାନ ସମ୍ପର୍କରେ, ଯାହାକି ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ।
ସେମାନେ ଯେଉଁ ସହରକୁ ଯାଉଥିଲେ, ଦୀର୍ଘ ଉପନିବେଶ ସତ୍ତ୍ବେ ତାହା ଏ ଯାବତ୍ ପ୍ରାଚୀନତାକୁ ଜାବୁଡ଼ି ଧରିଛି।
ସହରର ପ୍ରତିଟି ବିନ୍ଦୁରେ ଐତିହ୍ୟକୁ ସଂରକ୍ଷିତ ରଖିବାର ସଂକଳ୍ପବଦ୍ଧତା ବି ଫୁଟିଉଠୁଛି।
ସେମିତି ଏକ ସହରକୁ ଭ୍ରମଣର ସୁଯୋଗ ମିଳିଥିବାରୁ କେହି ଜଣେ ବି ଏଥିନେଇ ଉତ୍ଫୁଲ୍ଲ ହୋଇଉଠୁନଥିେଲ।
ତତ୍କ୍ଷଣାତ୍ ପହଞ୍ଚିବାର ବ୍ୟାକୁଳପଣ ବି କାହା ନିକଟରେ ନଥିଲା କିମ୍ବା ଟ୍ରେନ୍ଯାତ୍ରାର କ୍ଳାନ୍ତି ସତ୍ତ୍ବେ ଯେମିତି ଖୁସି ଟିକକ ତମାମ ମୁହଁରେ ଲେସି ହୋଇଯାଏ, ସେମିତି ବି ଦିଶୁନଥିଲେ କେହି।
ବରଂ, ସମସ୍ତେ ଥିଲେ ନିରବ ଆଉ ଗୁମ୍ସୁମ୍ ।
ଆହୁରି ପଢ଼ନ୍ତୁ- Cyclone: ନଭେମ୍ବର ୨ରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ ବାତ୍ୟା; ଗଞ୍ଜାମରେ ପ୍ରବଳ ବର୍ଷା ସମ୍ଭାବନା ସେହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ଅନୁଚ୍ଚସ୍ବରରେ ଚୈତନ୍ୟକୁ ପଚାରିଲା, 'ତୋ କାନ୍ଧରେ ହାତ ରଖି କ'ଣ କୁହନ୍ତି, ଅଜାତଶତ୍ରୁ ସାର୍?' ଚମକି ପଡ଼ିଲା ଚୈତନ୍ୟ।
ସେତେବେଳର ଦୃଶ୍ୟ ଯେତେ ଢଳଢଳ ହୋଇ ଦିଶିଗଲା ତାକୁ।
ଚୈତନ୍ୟ ଭାବନାରେ ପୂର୍ଣ୍ଣଚ୍ଛେଦ ପକାଇ ଅନ୍ୟଜଣେ କହିଲା, 'ଅଜାତଶତ୍ରୁ ସାର୍ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ସାରା ଘୂରି ବୁଲୁଥିଲେ।
ଯାହାକୁ ଦେଖିଲେ ପଚାରୁଥିଲେ, ଜେନ୍-ଜି ଙ୍କ ସ୍ବରକୁ ମୁଁ ତ ଶୁଣିପାରୁଛି, ସେମାନଙ୍କ ଭବିଷ୍ୟତକୁ ମୁଁ ଦେଖିପାରିବି କି?
ମନେଅଛି ଚୈତ୍ୟୁ?' 'ମନେଅଛି, ଏହି ପ୍ରଶ୍ନ ଶୁଣି ସମସ୍ତେ କେମିିତି ଚୁପ୍ ହୋଇଯାଉଥିଲେ।
ସତେ ଯେମିତି, ଗୋଟିଏ ପିଢ଼ି ଆଉ ଗୋଟିଏ ପିଢ଼ିକୁ ଏମିତି ଏକ ପ୍ରଶ୍ନ ପଚାରୁଥିଲା!
ପରବର୍ତ୍ତୀ ସମୟରେ ଅଜାତଶତ୍ରୁ ସାର୍ଙ୍କୁ ଦେଖିଲାମାେତ୍ର କେମିତି ଆମେମାନେ ବାଟ ଭାଙ୍ଗି ଚାଲିଯାଉଥିଲୁ, ମନେଅଛି ତ?' ଜଣେ ହଠାତ୍ କହିପକାଇଲା, 'ସମସ୍ତେ ଚାଲିଯାଉଥିଲେ, ହେଲେ ଚୈତ୍ୟୁ ନୁହେଁ!
କ'ଣ କହୁଥିଲେ ତୋେତ?' ଚୈତନ୍ୟ କୌଣସି ଉତ୍ତର ନଦେଇ ଧୂସର ଆଲୋକରେ ହାତରେ ଧରିଥିବା ବହିକୁ ଖୋଲି ପଢ଼ିବାକୁ ଚେଷ୍ଟାକଲା।
ଏହାପରେ ସମସ୍ତେ ଚୁପ୍ ହୋଇଗଲେ ସିନା ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ଏବଂ ଅଜାତଶତ୍ରୁ ସାର୍ଙ୍କୁ ନେଇ ଥିବା ସମସ୍ତ ଭାବନା ଆପଣାଛାଏଁ ଉନ୍ମୋଚିତ ହୋଇଗଲା।
ଟ୍ରେନ୍ କମ୍ପାର୍ଟମେଣ୍ଟ ରେ ଗହଳଚହଳ ସତ୍ତ୍ବେ ସେହି ନିବରତାରେ ବନ୍ଦୀ ହୋଇଗଲେ ସମସ୍ତେ।
ହଠାତ୍ ଜଣେ କହିପକାଇଲା, 'ଆମ ପାଇଁ ସ୍ବପ୍ନ ଓ ସୁଯୋଗ ଆକାଶ ଭଳି ସୀମାହୀନ।
ପରିବ୍ୟାପ୍ତ ଓ ଊର୍ଦ୍ଧ୍ବଗାମୀ।
ଏମିତି ଏକ ସମୟେର ଅଜାତଶତ୍ରୁ ସାର୍ଙ୍କ ପ୍ରଶ୍ନର କୌଣସି ପ୍ରାସଙ୍ଗିକତା ନ ଥାଇପାରେ, ତଥାପି ତାଙ୍କର ସେହି ପ୍ରଶ୍ନରେ କାହିଁକି କେଜାଣି ଆମ ମନ ବ୍ୟବଚ୍ଛେଦ ହୋଇଯାଏ।
ଅଜାତଶତ୍ରୁ ସାର୍ ଦାର୍ଶନିକତା ଓ ଗାମ୍ଭୀର୍ଯ୍ୟର ଏକ ପରିପୂର୍ଣ୍ଣ ଜୀବନ।
ତାଙ୍କର ସେହି ପ୍ରଶ୍ନରେ କିଛି ଗୋଟାଏ ଛପିଥିଲା ଭଳି ଲାଗେ?' ହଠାତ୍ ଅଜାତଶତ୍ରୁ ସାର୍ ତାଙ୍କର ପ୍ରିୟ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ , ସେହି ସହର ଛାଡ଼ି ଚାଲିଗଲେ।
କେଉଁଠିକୁ ଚାଲିଗଲେ ଅଜାତଶତ୍ରୁ ସାର୍?
କିଛିମାସ ପରେ ଶୁଣିବାକୁ ମିଳିଲା, ଅଜାତଶତ୍ରୁ ସାର୍ ସେହି ସହରସ୍ଥିତ ଏକ ବିଶ୍ବବିଦ୍ୟାଳୟରେ ଯୋଗଦେଇଛନ୍ତି, ଯେଉଁଠିକି ଆଜି ସମସ୍ତେ ଯାଉଛନ୍ତି।
ତେଣୁ, ସ୍ବାଭାବିକ ଭାବେ ସମସ୍ତଙ୍କ ଭାବନା, ଆଲୋଚନାର ତମାମ ସ୍ଥାନ ଅକ୍ତିଆର କରିନେଇଛନ୍ତି ସେ।
ସମସ୍ତେ ମନେପକାଉ ଥିଲେ ସେହିସବୁ ଘଟଣାକୁ।
କ୍ୟାମ୍ପସ୍ ଚଉହଦିରେ ସେସବୁ ଲିପିବଦ୍ଧ ହୋଇ ନ ଥାଇପାରେ, ହେଲେ ସ୍ମୃତିପଟରେ ଏବେ ବି ରହିଛି ଜୀବନ୍ତ ହୋଇ।
ଆହୁରି ପଢ଼ନ୍ତୁ- Omar Abdullah Marries journalist Nidhi Razdan: ସାମ୍ବାଦିକାଙ୍କୁ ବିବାହ କଲେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଚବିଶ ଘଣ୍ଟାର ଟ୍ରେନ୍ଯାତ୍ରା ପରେ ସମସ୍ତେ ପହଞ୍ଚିଗଲେ ସେହି ସହରରେ।
ମାନସିକ ଓ ଶାରୀରିକ କ୍ଳାନ୍ତି ସତ୍ତ୍ବେ ସହରର ଶାନ୍ତ ଓ ସ୍ନିଗ୍ଧତାରେ ବିମୋହିତ ହୋଇଗଲେ ସମସ୍ତେ।
ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଭ୍ରମଣ ଓ ବ୍ୟସ୍ତତା ଭିତରେ ରହି ସମସ୍ତେ ଭୁଲିଗଲେ ଅଜାତଶତ୍ରୁ ସାର୍ଙ୍କ କଥା।
ଚାରିଦିନ ପରେ ପ୍ରତ୍ୟାବର୍ତ୍ତନ ସମୟ ଉପନୀତ ହୋଇଗଲା।
ରାତିରେ ଟ୍ରେନ୍ ସମୟ।
ତା' ପୂର୍ବରୁ ହୋଟେଲ୍ ରୁମ୍ରେ ପଡ଼ିରହି ସମୟ ଅତିବାହିତ କରିବା ସହିତ ସେହି ପ୍ରତୀକ୍ଷିତ ସମୟକୁ ଅପେକ୍ଷା କରିବା କଥା।
ଠିକ୍ ସେହି ସମୟରେ ହଠାତ୍ ମନେପଡ଼ିଗଲେ ଅଜାତଶତ୍ରୁ ସାର୍।
ସମସ୍ତେ ଧଡ଼ପଡ଼ ହୋଇ ଧାଇଁଲେ ବିଶ୍ବବିଦ୍ୟାଳୟ ପରିସରକୁ।
ସେଠି ପହଞ୍ଚି ଯାହା ଶୁଣିଲେ, ସମସ୍ତଙ୍କ ପାଦତଳୁ ମାଟି ଖସିଗଲା।
ଶୁଣିଲେ, 'କିଛିଦିନ ତଳେ ଏଇ ବିଶ୍ବବିଦ୍ୟାଳୟରେ ଏକ ବଡ଼ଧରଣର ଛାତ୍ର ଆନ୍ଦୋଳନ ଚାଲିଥିଲା ବେଳେ ହଠାତ୍ ଅଜାତଶତ୍ରୁ ସାର୍ ସେହି ସମାନ ପ୍ରଶ୍ନ ପଚାରିଦେଲେ।
ତମମାନଙ୍କ ସ୍ବର ଶୁଣିପାରୁଛି, ପ୍ରିୟ ଜେନ୍-ଜି?
ତମମାନଙ୍କ ଭବିଷ୍ୟତକୁ ମୁଁ ଦେଖିପାରିବି କି?' 'ହେଲେ, ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଏହାକୁ ଏକ ପ୍ରତିରୋଧ ବୋଲି ମନେକରି ଅଜାତଶତ୍ରୁ ସାର୍ଙ୍କୁ ଆକ୍ରମଣ କରିବାକୁ ବି ପଛାଇଲେନି।
ତା' ପରଠାରୁ ସେ ଏଇ ବିଶ୍ବବିଦ୍ୟାଳୟ ଛାଡ଼ି ଚାଲିଯାଇଛନ୍ତି।' କେଉଁଠିକି ଯାଇଛନ୍ତି, କେହି ଜଣେ ହେଲେ ବି କହିପାରିଲେନି।
ଭଙ୍ଗାଭଙ୍ଗା ହୃଦୟ ସହିତ ସମସ୍ତେ ଫେରୁଥିବା ବେଳେ ହଠାତ୍ ସେହି ଛାତ୍ର ଜଣକ ପଚାରିଦେଲା, 'ତୋ କାନ୍ଧରେ ହାତ ରଖି ଅଜାତଶତ୍ରୁ ସାର୍ କ'ଣ କୁହନ୍ତି, ଚୈତ୍ୟୁ?' ଅନିଚ୍ଛାକୃତ ଭାବେ ଚୈତନ୍ୟ ଉତ୍ତରଦେଲା, 'ସେ କହୁଥିଲେ, ମୁଁ ସହରରୁ ସହର, ବିଶ୍ବବିଦ୍ୟାଳୟରୁ ବିଶ୍ବବିଦ୍ୟାଳୟ ଘୂରିବୁଲି ସମସ୍ତଙ୍କୁ କେବଳ ଏଇ ଗୋଟିଏ ପ୍ରଶ୍ନ ହିଁ ପଚାରିବି।
କାହିଁକି ଜାଣିଛୁ, କେବଳ ଏହି ପ୍ରଶ୍ନ ହିଁ ଏଇ ପିଢ଼ିର ପିଲାଙ୍କୁ ସତର୍କ ଓ ସଚେତନ କରାଇବ।' ଜଣେ ହଠାତ୍ କହିପକାଇଲା, 'ପିଲାବେଳେ ବାପାମା' ଙ୍କଠାରୁ ଆରମ୍ଭ କରି ଗୁରୁଗୁରୁଜନ ଯାଏଁ ସମସ୍ତେ ବି ପଚାରନ୍ତି, ଭବିଷ୍ୟତରେ ତୁ କ'ଣ ହେବୁ?
ସେହି ସମାନ ପ୍ରଶ୍ନ, ଏବେ ସେହି ପ୍ରଶ୍ନ, କେତେ ଭିନ୍ନ ନୁହେଁ ସେତ?' 'କାହିଁକି ଜାଣିଛୁ, ସେତେବେଳେ ସ୍ବର ଛାତି ଭିତରେ ରହୁଥିଲା, ଏବେ ମୁହଁରେ!
ତାହା ହିଁ ତ ଫରକ...
ସମୟ ଆଉ ପିଢ଼ିର!', ଆଉ ଜଣେ ତତ୍କ୍ଷଣାତ୍ କହିପକାଇଲା।
ଫେରୁଥିଲା ବେଳେ କାହା ମୁହଁରୁ କିଛି ବି ସ୍ଫୁରିଲାନି।
ସତେ ଯେମିତି, ଅଜାତଶତ୍ରୁ ସାର୍ ସେମାନଙ୍କ ପାଖକୁ ଦୌଡ଼ିଆସି ପଚାରୁଛନ୍ତି, ତମମାନଙ୍କ ଭବିଷ୍ୟତ କୁ ମୁଁ ଦେଖିପାରିବି କି?' ଆଉ, ସେମାନଙ୍କ କାନ୍ଧ ଉପରେ ଅଜାତଶତ୍ରୁ ସାର୍ଙ୍କ ହାତର ସ୍ପର୍ଶ ଭଳି କିଛି।
ଚମକି ପଡ଼ିଲେ ସମସ୍ତେ।
ମୋ: ୯୪୩୭୪୪୯୬୪୪ ଅଧିକ ଦେଖନ୍ତୁ-
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।