Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...
"ବୁଲାଭାଇ ଜିନ୍ଦାବାଦ Bula Bhai Jindabad Photograph: (Sambad) ଔପନ୍ୟାସିକ: ବିବୁ ଦାସପ୍ରକାଶକ: ବନ୍ଧୁଘର ସାହିତ୍ୟ ପିଣ୍ଡାକଳିଙ୍ଗ ନଗର, ଭୁବନେଶ୍ବରମୂଲ୍ୟ: ୧୫୧ ଟଙ୍କାପୃଷ୍ଠା: ୯୯ Advertisment କେମିତିକା ଲୋକ ଏ ବୁଲାଭାଇ!
କେହି ତାଙ୍କୁ ଖୋଜି ଖୋଜି ଘରକୁ ଆସିଲେ ପୁତୁରା ଟୁଟୁଲୁ ହାତରେ କହିପଠେଇବେ- ଯା କହିବୁ େସ ସତରଦିନ ହେଲା ମରିଗଲେଣି।
ବାହାହେବାକୁ ଯିବା ବେଳକୁ ବାଜାବାଲାଙ୍କୁ କହିବେ- ବାଜାଫାଜା ବନ୍ଦକରି ଯାଅ ଏଠୁ।
ଶ୍ବଶୁରଘରକୁ ଯାଇ ବାଧିକାପଡ଼ିଥିବା ଶ୍ବଶୁରଙ୍କ ହାତକୁ ବଢ଼େଇଦେବେ ନାଲିପାଣି।
ଏମିତି ଆହୁରି ଅନେକ କାର୍ଯ୍ୟ (ଯାହା ଲୋକଙ୍କ ନଜରରେ କୁକାର୍ଯ୍ୟ) ସେ କରିବା ସତ୍ତ୍ବେ ତାଙ୍କର ପୁଣି ଜିନ୍ଦାବାଦ୍ କାହିଁକି?
ଉପନ୍ୟାସଟି ପଢ଼ିବା ବେଳେ ପାଠକେ ଧୀରେ ଧୀରେ ଅନୁଭବ କରିପାରିବେ ବୁଲାଭାଇର ଆଲୋକିତ ଦିଗଗୁଡ଼ିକୁ।
ଉପନ୍ୟାସଟି ଶେଷ କରିବା ବେଳକୁ ପାଠକର ଆଖି ଛଳ ଛଳ ହେଇଯାଇଥିବ।
ତାକୁ ବୁଝି ପାରୁନଥିବା ଉପନ୍ୟାସର ଅନ୍ୟଚରିତ୍ରମାନେ ତା"ର ପ୍ରେମରେ ପଡ଼ିସାରିଥିବେ।
ବୁଲାଭାଇଙ୍କ ପତ୍ନୀ ଶତ୍ରୁଜିତ୍ ଆଗରେ କହୁଛନ୍ତି, ""ଜାଣିଚ, ମୋ ବାପଘରେ ପ୍ରଥମେ ପ୍ରଥମେ ସବୁ ଭିଣୋଇ, ଭଉଣୀ ତାଙ୍କୁ ଦେଖିଲେ ନାକ ଟେକୁଥିଲେ।
ଏମିତିକି ମୋ ବାପାଙ୍କର ବି ମନ ପ୍ରଥମେ ଭାରି ଊଣାଥିଲା।
ଏସବୁ ଜାଣିବା ପରେ ବି ତମ ବୁଲାଭାଇ ଆମ ପରିବାରର ସବୁ ଲୋକଙ୍କୁ ଭଲପାଇବାରେ ସାମାନ୍ୟ ଊଣା କରୁନଥିଲେ।"" ବୁଲାଭାଇର ଚଟୁଳତା ଉପନ୍ୟାସଟିକୁ ଯେପରି ରସସିକ୍ତ କରିଛି, ତା"ର ଚାଲିଯିବା ସେପରି ଅଶ୍ରୁସିକ୍ତ କରିଛି।
ବୁଲାଭାଇ ମୁଖ୍ୟଚରିତ୍ର ହେଲେ ହେଁ ଉପନ୍ୟାସର ପ୍ରତିଟି ଚରିତ୍ରକୁ ଲେଖକ ବେଶ୍ ଗୁରୁତ୍ବ ଦେଇଛନ୍ତି।
ଗୋଟେ ସୁନ୍ଦର ପରିବାରର ଚିତ୍ର ଉପନ୍ୟାସଟିରୁ ପାଇହେବ।
ଆହୁରି ପଢ଼ନ୍ତୁ- IRCTC hotel scam: ଲାଲୁ, ରାବଡ଼ି ଓ ତେଜସ୍ୱୀଙ୍କ ବିରୋଧରେ ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ ହ୍ବେନ୍ ଦ ମନ୍ସୁନ ହ୍ବିସ୍ପର୍ଡ ହର୍ ନେମ୍ mansoon book Photograph: (sambad) ଔପନ୍ୟାସିକ: ରାଧା ରଞ୍ଜନ ଦାଶ ପ୍ରକାଶକ: ଅଧ୍ୟୟନ ବୁକ୍ସସେକ୍ଟର-୨୨, ନୂଆଦିଲ୍ଲୀମୂଲ୍ୟ: ୩୩୩ ଟଙ୍କାପୃଷ୍ଠା: ୧୬୪ "ହ୍ବେନ୍ ଦ ମନ୍ସୁନ ହ୍ବିସ୍ପର୍ଡ ହର୍ ନେମ୍" ଏକ ଐତିହାସିକ ପ୍ରେମ କାହାଣୀ ଆଧାରିତ ଇଂରାଜୀ ଉପନ୍ୟାସ।
ଚତୁର୍ଦଶ ଓ ପଞ୍ଚଦଶ ଶତାବ୍ଦୀର ଭାରତ ଉପଦ୍ବୀପ ଓ ଦକ୍ଷିଣ-ପୂର୍ବ ଏସିଆ ଭୂଖଣ୍ଡ ମଧ୍ୟରେ ଥିବା ସାମାଜିକ, ସାଂସ୍କୃତିକ ଓ ନୌ-ବାଣିଜ୍ୟ ସଂପର୍କର ପଟ୍ଟଭୂମି ଉପରେ ଲିଖିତ ଏହି ଉପନ୍ୟାସରେ କଳିଙ୍ଗ ରାଜ୍ୟର ରାଜକୁମାରୀ ରତ୍ନପ୍ରଭାର ଜୀବନ ଯାତ୍ରାର ବର୍ଣ୍ଣନା କରାଯାଇଛି।
କଳିଙ୍ଗ ରାଜକନ୍ୟା ରତ୍ନପ୍ରଭା ଶ୍ୟାମଦେଶର ରାଜକୁମାରଙ୍କ ସହ ବିବାହ ପରେ ସେ କିଭଳି ନିଜର ସାହସିକତା ଓ ଉଦାରପଣରେ ଜଣେ ବିଦେଶିନୀ ରାଜବଧୂରୁ ଜଣେ ଲୋକପ୍ରିୟ ରାଣୀ ହୋଇ ପାରିଥିଲେ ତାହାର ବର୍ଣ୍ଣନା କଲାବେଳେ ଲେଖକ ଦରିଆପାରି ଦୁଇ ଦେଶ ମଧ୍ୟରେ ସାମାଜିକ ଓ ସାଂସ୍କୃତିକ ମିଳନର କଥା ମଧ୍ୟ ଉପସ୍ଥାପିତ କରିଛନ୍ତି।
ଥାଇଲ୍ୟାଣ୍ଡର ବ୍ୟାଙ୍କକ୍ରେ ଭାରତୀୟ ଦୂତାବାସରେ ପ୍ରଥମ ସଚିବ ଭାବେ କାର୍ଯ୍ୟ କରିବା ବେଳେ ଲେଖକ ରତ୍ନପ୍ରଭାର ଏହି ପ୍ରେମ କାହାଣୀକୁ ନେଇ ପ୍ରଚଳିତ କିଂବଦନ୍ତିରେ ବିମୁଗ୍ଧ ହୋଇଥିଲେ।
ମଧ୍ୟଯୁଗର ଏହି ଲୋକକଥାର ଉତ୍ପତ୍ତି ଖୋଜିବାକୁ ଯାଇ ହଜିଯାଉଥିବା ବୃତ୍ତାନ୍ତକୁ ସାଉଁଟି ଲେଖକ ଏହି ଉପନ୍ୟାସ ରଚନା କରିଛନ୍ତି।
ଊଣେଇଶଟି ଅଧ୍ୟାୟର ଏହି ଉପନ୍ୟାସରେ ଅନେକ ଚମତ୍କାର ଉପକଥାମାନ ରହିଛି।
ନାବ ଚଳାଇବାରେ ନିପୁଣା ରତ୍ନପ୍ରଭାର ସାମୁଦ୍ରିକ ଝଡ଼ର ମୁକାବିଲା, ରାଜପ୍ରାସାଦ ବିଦ୍ରୋହର ଦମନ ଆଦିର ଉପସ୍ଥାପନା ବେଶ୍ ଭାବ ଉତ୍ତେଜକ।
ଉପନ୍ୟାସର ସାବଲୀଳ ଗତି ପାଠକଙ୍କୁ ଶେଷଯାଏ ବାନ୍ଧିରଖିବ।
ଆହୁରି ପଢ଼ନ୍ତୁ- Biju Patnaik statue: ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ କାଣ୍ଡ; ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗିଲେ ମହକିତ ସମ୍ପର୍କ Mahakita Samparka Photograph: (sambad) କବୟିତ୍ରୀ: କ୍ଷଣପ୍ରଭା ମହାନ୍ତିପ୍ରକାଶକ: ଶାଶ୍ବତ ପ୍ରକାଶନୀନୟାପଲ୍ଲୀ, ଭୁବନେଶ୍ବର ମୂଲ୍ୟ: ୧୫୦ ଟଙ୍କାପୃଷ୍ଠା: ୧୦୪ ""ତୁମେ କେବେ ଭାବିଛକି ଥରେ/ ମେହନତୀ ମଣିଷର କଥା/ ଦେଖିଛକି ବାଲି ସିମେଣ୍ଟ କଡ଼େଇରେ/ ଜୀବନକୁ ବୋହିବାର ବ୍ୟଥା"" (ଶ୍ରମର ମଣିଷ)।
ସାଧାରଣ ମଣିଷର ଦୁଃଖ ଯନ୍ତ୍ରଣା କବୀଙ୍କ ମନକୁ ଯେପରି ବ୍ୟଥିତ କରେ, ସେପରି ବ୍ୟଥିତ କରେ ଘୁଣଖିଆ ସମ୍ପର୍କ। ""ଏବେ ସମ୍ପର୍କର ଅପମୃତ୍ୟୁରେ,/ ଜଳୁଛି ଏଠିସେଠି ଦିକ୍ଦିକ୍ ନିଆଁ/ ଏବେ ଡିଣ୍ଡିମ ପିଟୁଛି ଏକବିଂଶ ଶତାବ୍ଦୀର/ ରଙ୍ଗବୋଳା ଏ ସଭ୍ୟ ଦୁନିଆ।"" ସେଥିପାଇଁ ତ କ୍ଷଣପ୍ରଭାଙ୍କ କବିତାରେ ଅନେକ ଝୁରାପଣ।
ଗାଁ ହେଉ କି ମାଆ- ସବୁଠି ସେ ଖୋଜନ୍ତି ସଂପର୍କର ନିବିଡ଼ତା। "ବୋଉର ପଣତ" କବିତାରେ ସେ କହନ୍ତି, ""ତୋ ପଣତ ନେତେ ଲୁହକୁ ପୋଛିଚି/ ବିପଦର ଆଶ୍ରାସ୍ଥଳ,/ ମୋ ଅଝଟପଣ ହୃଦୟତନ୍ତ୍ରୀରେ/ ହୁଅଇ ଯେ କଳକଳ।"" କବୀ ପୁଣି "ମୋ ଗାଁ" କବିତାରେ କହନ୍ତି, ""ହେ ମୋର ପ୍ରିୟ ଗାଆଁ/ ମା"ଟିଏ ପରି ଯୁଗଯୁଗ ପାଇଁ/ ଶରଧା ତୁ ବାଣ୍ଟୁଥାଆ।"" ସଂକଳନସ୍ଥ କବିତାଗୁଡ଼ିକ କ୍ଳିଷ୍ଟତାରୁ ମୁକ୍ତ ତଥା ସରଳ ମନର ଅଭିବ୍ୟକ୍ତି ବୋଲି କୁହାଯାଇପାରେ।
ବହିଟିରେ ସ୍ଥାନ ପାଇଛି ତେଷଠିଟି କବିତା।
ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।