Sugar: ପର୍ଯ୍ୟାପ୍ତ ଚିନି ରଖିବାକୁ ଚିନିକଳକୁ ନିର୍ଦ୍ଦେଶ
"ନୂଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଆସୁଛି।
ଏହି ସମୟରେ ଦେଶରେ ଅଧିକ ଚିନି ବ୍ୟବହାର ହୋଇଥାଏ।
ପୂଜାରେ ଲୋକମାନଙ୍କ ଚିନି ଚିନ୍ତା ଦୂର କରିବା ଲାଗି ପର୍ଯ୍ୟାପ୍ତ ପରିମାଣର ଚିନି ମହଜୁଦ ରଖିବାକୁ ଚିନି କଳଗୁଡ଼ିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଗତ କିଛି ଦିନ ମଧ୍ୟରେ ଚିନି ଦରରେ ଦୁଇ ଗୁଣା ପାଖାପାଖି ବୃଦ୍ଧି ହୋଇଛି।
ଦର ଆହୁରି ବଢ଼ୁ ବୋଲି ସରକାର ଚାହୁନାହାନ୍ତି।
ସେଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି।
ବିନା କୌଣସି ଯଥାର୍ଥ କାରଣରେ ଯଦି ଚିନି ଦରରେ ବୃଦ୍ଧି ଘଟିବ ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିନିକଳଗୁଡ଼ିକୁ ସରକାର ଚେତାବନୀ ଦେଇଛନ୍ତି।
ଯୋଗାଣରେ ସମସ୍ୟା ଦେଖାଦେବାରୁ ଗତ ମାସରେ ଚିନି ଦରରେ ଅହେତୁକ ବୃଦ୍ଧି ହୋଇଥିଲା।
Advertisment ଉତ୍ପାଦନର ତ୍ରୁଟିପୂର୍ଣ୍ଣ ଆକଳନ, ଆବଶ୍ୟକତାଠାରୁ ଅଧିକ ରପ୍ତାନି ଓ ଇଥାନଲ ପାଇଁ କଞ୍ଚାମାଲ ଭାବେ ମାତ୍ରାଧିକ ବ୍ୟବହାର ଭଳି କାରଣ ପାଇଁ ଚିନି ଦର ବଢ଼ିଥିବା କୁହାଯାଉଛି।
ତେବେ ଦରବୃଦ୍ଧି ଉପରେ ଲଗାମ କଷିବା ପାଇଁ ସରକାର ବ୍ୟବସାୟୀମାନଙ୍କ ନିମନ୍ତେ ଷ୍ଟକ୍ ସୀମା ଧାର୍ଯ୍ୟ କରିଛନ୍ତି।
ଏଥି ସହିତ ।
ନିୟୁତ ଟନ୍ ଚିନିକୁ ବିନା ଶୁଳ୍କରେ ଆମଦାନି କରିବାକୁ ମଧ୍ୟ ଅନୁମତି ଦେଇଛନ୍ତି।
ଖାଦ୍ୟ ମନ୍ତ୍ରଣାଳୟର ସଚିବ ଅଶ୍ବିନୀ ଶ୍ରୀବାସ୍ତବ କହିଛନ୍ତି ଯେ ନିକଟରେ ଚିନି ଦରରେ ଯେଉଁ ବୃଦ୍ଧି ଘଟିଥିଲା ତାହା ଚାହିଦା ବଢ଼ିବା ଯୋଗୁଁ ହୋଇନଥିଲା।
ପୂଜା ଋତୁରେ ଅଧିକ ଦାମ୍ରେ ବିକ୍ରି କରିବାକୁ କିଛି ଅସାଧୁ ଗୋଷ୍ଠୀ ବେଆଇନ ଭାବେ ମହଜୁଦ ରଖିବାକୁ ଚିନି ଦର ବଢ଼ିଥିଲା।
Diabetes: ଚିନି ଖାଇଲେ କ"ଣ ଡାଇବେଟିସ୍ ହୁଏ?
ଜାଣନ୍ତୁ ଏହା ପଛରେ ଥିବା ସତ୍ୟତାକୁ ଗତ ମାସର ସର୍ବୋଚ୍ଚ ସ୍ତର ତୁଳନାରେ ଯଦି ଚିନି ଦରରେ କିଛିଟା ହ୍ରାସ ଘଟିଛି, କିନ୍ତୁ ତାହା ଏବେବି ୨୦ ପ୍ରତିଶତ ଉଚ୍ଚା ରହିଛି।
ଭାରତରେ ସାଧାରଣତଃ ଅଗଷ୍ଟରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଚିନିର ଚାହିଦା ଅଧିକ ରହିଥାଏ।
କାରଣ ଏହି ସମୟ ଭିତରେ ଗଣେଶ ପୂଜା, ଦଶହରା ଓ ଦୀପାବଳି ଭଳି ବଡ଼ ପର୍ବ ପାଳନ ହୋଇଥାଏ।
ଲୋକମାନେ ଏହି ସମୟ ନିଜ ପାଇଁ ଓ ଉପହାର ଦେବା ଲାଗି ମିଠା ଓ ଚକୋଲେଟ୍, କୁକିଜ୍ ଆଦି କିଣିଥାନ୍ତି।
ଚଳିତ ବର୍ଷ ଚିନିକୁ ନେଇ ଅଡ଼ୁଆ ସ୍ଥିତି ସୃଷ୍ଟି ହୋଇଥିବାରୁ ସରକାର ଏହାର ଉତ୍ପାଦନ, ଷ୍ଟକ୍ ଓ ଦର ଉପରେ କଡ଼ା ନଜର ରଖିଛନ୍ତି।
ଭାରତ ସାଧାରଣତଃ ଚିନି ରପ୍ତାନି କରିଥାଏ।
କିନ୍ତୁ ଏକ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଏହା ବ୍ରାଜିଲରୁ ଚିନି ମଗାଇବାକୁ ଯାଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।