Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

Oct 14, 2026 - 17:23
Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

"ସମ୍ବାଦ ବାର୍ଷିକ ବିଶେଷାଙ୍କ Samabad Barsika Biseshanka Photograph: (Sambad) ସମ୍ପାଦକ: ତନୟା ପଟ୍ଟନାୟକପ୍ରକାଶକ: ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ବି-୨୭, ରସୁଲଗଡ଼ ଶିଳ୍ପାଞ୍ଚଳ, ଭୁବନେଶ୍ବରମୂଲ୍ୟ: ୧୦୦ ଟଙ୍କା, ପୃଷ୍ଠା: ୩୨୦Advertisment ପ୍ରତିବର୍ଷ ପରି ସୁରୁଚିସଂପନ୍ନ ପରିପାଟୀରେ ପ୍ରକାଶ ପାଇଛି ସମ୍ବାଦ ବାର୍ଷିକ ବିଶେଷାଙ୍କ-୨୦୨୬।

ଏଥିରେ ରହିଛି ଐତିହ୍ୟ, ଦର୍ଶନ, କଳା, ସଂସ୍କୃତି, ପରମ୍ପରା, ସାହିତ୍ୟ ଆଦି ପୃଥକ୍‌ ଦିଗକୁ ନେଇ ଭଗବାନପ୍ରକାଶ, ପ୍ରଭାତ କୁମାର ମହାପାତ୍ର, ବାବାଜୀ ଚରଣ ପଟ୍ଟନାୟକ, ଅଧ୍ୟାପକ ବିଶ୍ବରଂଜନ, ଶୈଳଜ ରବି, ଗୌରହରି ଦାସ, ଅସିତ ମହାନ୍ତି, ଅଭିରାମ ବିଶ୍ବାଳ, କଇଳାଶ ପଟ୍ଟନାୟକ ପ୍ରମୁଖଙ୍କ ସତରଟି ମନନଶୀଳ ପ୍ରବନ୍ଧ।

ଏଥିରେ ସ୍ଥାନିତ ଛତିଶଟି ଗଳ୍ପରେ ପାଠକମାନେ ପାଇବେ ବିଭୂତି ପଟ୍ଟନାୟକ, ପ୍ରତିଭା ରାୟ, ରାମଚନ୍ଦ୍ର ବେହେରା, ତରୁଣକାନ୍ତି ମିଶ୍ର, ଦେବ୍ରାଜ ଲେଙ୍କା, ଦାଶ ବେନହୁର, ଯଶୋଧାରା ମିଶ୍ର, ପ୍ରକାଶ ମହାପାତ୍ର, ସରୋଜିନୀ ସାହୁ, ସତ୍ୟ ମିଶ୍ର, କୃପାସାଗର ସାହୁ, ଗାୟତ୍ରୀ ସରାଫ୍‌, ଅଜୟ ସ୍ବାଇଁ, ଜୟନ୍ତୀ ରଥ, ପରେଶ କୁମାର ପଟ୍ଟନାୟକ, ରବି ସ୍ବାଇଁଙ୍କ ସମେତ ଆହୁରି ଅନେକ ଲୋକପ୍ରିୟ କଥାକାରଙ୍କୁ।

ଫନୀ ମହାନ୍ତି, ପ୍ରତିଭା ଶତପଥୀ, ଆଶୁତୋଷ ପରିଡ଼ା, ହୃଷୀକେଶ ମଲ୍ଲିକ, ଅମରେଶ ପଟ୍ଟନାୟକ, ଅପର୍ଣ୍ଣା ମହାନ୍ତି, ଦେବଦାସ ଛୋଟରାୟ, ଗିରିଜାକୁମାର ବଳୀୟାରସିଂହ, ବିପିନ୍‌ ନାୟକ, ମମତା ଦାଶଙ୍କ ସମେତ ଛତିଶ ଜଣ ପ୍ରବୀଣ ଓ ତରୁଣ କବିଙ୍କ କବିତା ଏହି ସଂଖ୍ୟାରେ ସ୍ଥାନ ପାଇଛି।

ବିଶେ‌ଷାଙ୍କଟି ସଂଗ୍ରହଯୋଗ୍ୟ।

ଆହୁରି ପଢ଼ନ୍ତୁ- Shikhar Dhawan Angry: ପାକିସ୍ତାନ ଖେଳାଳି ଥିବା ଦଳରେ ନାଁ ଥିବାରୁ ଧାୱନ କ୍ରୋଧିତ: ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ସାହିତ୍ୟ ଚର୍ଚ୍ଚା sahitya charcha Photograph: (sambad) ସମ୍ପାଦକ: ନିହାର ରଂଜନ ଶତପଥୀଯୋଗାଯୋଗ: ଆର୍ଯ୍ୟ ଭିଲେଜ୍‌ଡୁମୁଡୁମା, ଭୁବନେଶ୍ବରମୂଲ୍ୟ: ୫୦ ଟଙ୍କା, ପୃଷ୍ଠା: ୭୨ ନିୟମିତ ପ୍ରକାଶ ପାଉଥିବା ମାସିକ ପତ୍ରିକା "ସାହିତ୍ୟ ଚର୍ଚ୍ଚା"ର ଏହି ପୂଜା ସଂଖ୍ୟାରେ ପ୍ରବନ୍ଧ, କବିତା, ଗଳ୍ପ, ଅନୁବାଦ ଗଳ୍ପ, ସାକ୍ଷାତ୍‌କାର, ବ୍ୟଙ୍ଗଗଳ୍ପ, ପୁସ୍ତକ ସମୀକ୍ଷା ଆଦି ସ୍ଥାନ ପାଇଛି।

ବିଭିନ୍ନ ବିଭାଗରେ ପୀତବାସ ରାଉତରାୟ, ବନଜ ଦେବୀ, ଜାକିର ଖାନ, ତ୍ରିନାଥ ପଟ୍ଟନାୟକ, ମଣୀନ୍ଦ୍ର କୁମାର ମେହେର, ମାନସ ରଞ୍ଜନ ମହାପାତ୍ର ପ୍ରମୁଖ କୋଡ଼ିଏ ସରିକି ଲେଖକ ସ୍ଥାନ ପାଇଛନ୍ତି।

ଏଥିରେ ବରିଷ୍ଠ ଶିଶୁ ସାହିତ୍ୟିକ ସଂକର୍ଷଣ ସାମଲଙ୍କ ସହ ଏକ ମନୋଜ୍ଞ ସାକ୍ଷାତ୍‌କାର ସ୍ଥାନ ପାଇଛି।

ଚିଠି Chithi Photograph: (sambad) ସମ୍ପାଦକ: ନେତାଜୀ ଅଭିନନ୍ଦନଯୋଗାଯୋଗ: ଲକ୍ଷ୍ମୀଧର କ୍ରିଏଟିଭ ସେଣ୍ଟରୟୁନିଟ୍‌-୬, ଭୁବନେଶ୍ବରମୂଲ୍ୟ: ୧୧୧ ଟଙ୍କା, ପୃଷ୍ଠା: ୧୧୨ ମହାଯୋଗୀ ଶ୍ରୀଅରବିନ୍ଦ ତାଙ୍କର ପତ୍ନୀଙ୍କୁ ଲେଖିଥିବା ଚିଠି, ଗାନ୍ଧିଜୀ ଓଡ଼ିଶା ଆସିଥିବା ବେଳେ ତାଙ୍କର ପତ୍ନୀଙ୍କୁ ଲେଖିଥିବା ଚିଠି, ଚିତ୍ତରଞ୍ଜନ ଦାସ ବିଦେଶରେ ଥିବା ବେଳେ ତାଙ୍କର ଭାଉଜଙ୍କୁ ଲେଖିଥିବା ଚିଠି- ଏଇଭଳି ଅନେକ ବିରଳ ଚିଠିକୁ ନେଇ ପ୍ରକାଶ ପାଇଛି "ଚିଠି"ର ପୂଜା ସଂଖ୍ୟା।

କବି ବୈକୁଣ୍ଠ ନାଥ ପଟ୍ଟନାୟକ, ରମାକାନ୍ତ ରଥ, ଭାନୁଜୀ ରାଓଙ୍କ ଚିଠି ସହିତ ଏହି ସଂଖ୍ୟାରେ ପ୍ରଶାନ୍ତ ନନ୍ଦ, ନିରୁପମା ଆଚାର୍ଯ୍ୟଙ୍କ ଚିଠିଗଳ୍ପ ସ୍ଥାନ ପାଇଛି।

ଚିଠିକୁ ନେଇ ଆହୁରି ଅନେକ ପ୍ରସଙ୍ଗ ଏଥିରେ ରହିଛି।

ଆହୁରି ପଢ଼ନ୍ତୁ- CJP Protest: ମାର୍କିନ ଗାୟିକାଙ୍କ ବିସ୍ଫୋରକ ବୟାନ: ମୋଦୀ ସରକାରକୁ ଅସ୍ଥିର କରିବାକୁ ଅଭିଜିତ୍‌ ଦୀପ୍‌କେଙ୍କୁ ଆମେରିକାରୁ ପାଣ୍ଠି ମିଳୁଛି ସୌରଭ Saurava Photograph: (sambad) ସମ୍ପାଦକ: ସରୋଜ କୁମାର ମହାପାତ୍ର, ପ୍ରଦୀପ କୁମାର ଷଡ଼ଙ୍ଗୀ, ସୁଶାନ୍ତ ଦାଶପ୍ରକାଶକ: ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା କମିଟିମୂଲ୍ୟ: ୧୧୧ ଟଙ୍କା, ପୃଷ୍ଠା: ୩୮୨ ଶତାଧିକ କବିତା, ପଚାଶ ସରିକି ଗଳ୍ପ, ପନ୍ଦରରୁ ଊର୍ଦ୍ଧ୍ବ ପ୍ରବନ୍ଧ ସମେତ "ସୌରଭ"ର ଏହି ଶାରଦୀୟ ସଂଖ୍ୟାରେ ରହିଛି ପୁସ୍ତକ ସମୀକ୍ଷା ଓ ଭ୍ରମଣ କାହାଣୀ।

ଏଥିରେ ସୌଭାଗ୍ୟ କୁମାର ମିଶ୍ର, ନୃସିଂହ ତ୍ରିପାଠୀ, ସଦାଶିବ ଦାଶ, ସୌଭାଗ୍ୟବନ୍ତ ମହାରଣା, ସେନାପତି ପ୍ରଦ୍ୟୁମ୍ନ କେଶରୀ ପ୍ରମୁଖଙ୍କ କବିତା; ଅନୀଲ କୁମାର ପ‌ାଢ଼ୀ, ଅଜୟ ମହାପାତ୍ର ପ୍ରମୁଖଙ୍କ ଗଳ୍ପ ସ୍ଥାନ ପାଇଛି।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।