Literature: କବିତା ବଞ୍ଚି ରହିବାର ସ୍ବାଦ: କବି ସୁବ୍ରତ ଜେନାଙ୍କ କଲମରୁ ନିଃସୃତ...

Oct 10, 2026 - 19:18
Literature: କବିତା ବଞ୍ଚି ରହିବାର ସ୍ବାଦ: କବି ସୁବ୍ରତ ଜେନାଙ୍କ କଲମରୁ ନିଃସୃତ...

"ବଞ୍ଚି ରହିବାର ସ୍ବାଦ ସୁବ୍ରତ ଜେନା ବଞ୍ଚି ରହିବାର ସ୍ବାଦ ଖୁବ୍‌ ଚଖେଇଲା ଏଇ ଜୀବନ!

ଖଟା, ପିତା, କଷା ଓ ଲୁଣିଆ!ପ୍ରେମଦୁଃଖର ମିଠାବିଷଆଉ ଜଞ୍ଜାଳର ଝାଳ!

ଏ ଜୀବନ କ"ଣ ଭୋକର ଖେଳ?

ଆହୁରି ପଢ଼ନ୍ତୁ- Mr Faisu Gets Married: ମଦିନାରେ ବିବାହ କଲେ ମିଷ୍ଟର ଫୈଜୁ, ଇନଷ୍ଟାଗ୍ରାମରେ ଶେୟାର କଲେ ସୁନ୍ଦର ଫଟୋAdvertisment ଖିରିଚଟା ରୁପାଗିନାରେ ଅଳ୍ପଖରାଶୋଷି ନେଇଛି, ଘାସ ଉପରେ ଆକାଶର ଲୁହ  ଦୁଧଖିଆ ଦାନ୍ତରେ ଲାଗିଛି, ଗଙ୍ଗଶିଉଳି ପତ୍ରଙ୍କ ରକ୍ତ!ସ୍ବପ୍ନ ଲୁଟି ଯାଇଥିବା ଛାତିତଳେକିଏ ଫୁଟାଇଲା ନିମ୍ବଫୁଲ?କୁହୁଡ଼ିରେ ଓଦାଝୁରା, ପାଳଧୁଆ କଅଁଳ କଢ଼ିରେ ତଥାପି କୁହୁଳୁଛି ନିଆଁ, ରିକ୍ତ ବସନ୍ତ!

ବଞ୍ଚି ରହିବାର ଲୋଭ ଆଉ ଭୟଖୁବ୍‌ ଖେଳେଇଲା, ଏଇ ଜୀବନ!

ଚୁଲି, ଜାଳ, ହାଣ୍ଡି-କୁଣ୍ଡେଇ ଓ ଚାଉଳ!ଫାଳେ ଲେମ୍ବୁୁରେ ନିଜକୁ ଚିପୁଡ଼ିଟିପେ ଲୁଣରେ ସମୁଦ୍ର ଚାଟିଛି!

କଙ୍କର ମାଟିରେ, କିଏ ବୁଣିଲା ଲଙ୍କାମଞ୍ଜି?

ଦେହରେ, ମଉଳା ମଧ୍ୟାହ୍ନର ଝାଂଜିମସଲା କଷା ହାଣ୍ଡିରେ ସିଝୁଛି -କଂସେଇର କଟୁରିରୁ ନିଗିଡ଼ି ପଡ଼ିଥିବାଛେଳିଙ୍କ ଶୋଷ!ଏ ଖଲିପତ୍ରରେ, ଶୋଷ ନା ପାଣି?ଧୂଆଁରେ ଆକ୍ତାମାକ୍ତା, ଧୂଳି ଆଉ ଅଳନ୍ଧୁ ପୋଛିଫିମ୍ପି ମାରିଗଲାଣି ଆଙ୍ଗୁଠି!

ଆହୁରି ପଢ଼ନ୍ତୁ- Jailer 2 Box Office : ଚର୍ଚ୍ଚାରେ "ଜେଲର୍ ୨"ର ଆଡଭାନ୍ସ ଟିକେଟ ବୁକିଂ ପିଲାଦିନ ଭଳି ଏଇ ହାତରେ ବିକୋଉ ଧରି ରଖି ହେଲା:ନାଲି ଚାଉଳର ଭାତ, ବିରିଡାଲି, ବାରମିଶା ଶାଗମାଛ, ଶୁଖୁଆଭଜା, କାଞ୍ଜି କି ତୋରାଣିର ବାସ୍ନା!

ବଞ୍ଚି ରହିବାର ସ୍ବାଦ ଖୁବ୍‌ ଚଖେଇଲା, ଏଇ ଜୀବନ!

ଅଁଳା ଗଛରେ "କଳାରାତି", କଟା ପିଆଜରେ ନିଃସଙ୍ଗତା ବାଲି ଛତୁରେ କୁଆଁରୀ ଲାଜ, କାଇ ଚଟଣିରେ ଝଡ଼ବର୍ଷା!ଅଂଧାରର  ଚମଡ଼ା ଛେଲି, ଛାଇରୁ ପୋଛି ଦେଇଥିଲି-ଭୋକ, କ୍ଳାନ୍ତି, ଲାଲ୍ଓଠର ଚୁମାଦାଗକିନ୍ତୁ , ଦି"ଖଣ୍ଡେ ହାଡ଼ରେ କିଏ ଭରିଲାଏତେ ତାତି?

କହି ହେଲାନି, ମୁହଁ ଖୋଲି କହି ହେଲାନି କିଛି ନିଃଶ୍ବାସରେ ବରଫ ଝର, ଜିଭ ରାଗରେ ଜଳୁଛି!

ମୋ: ୮୨୪୯୯୨୬୧୨୩            ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।