Protest: ସାଂଘାତିକ ଅଭିଯୋଗ ଆଣି ଅଧ୍ୟକ୍ଷଙ୍କ ବଦଳି ଦାବି କଲେ ୫୦୦ ଛାତ୍ରଛାତ୍ରୀ

Oct 10, 2026 - 17:10
Protest: ସାଂଘାତିକ ଅଭିଯୋଗ ଆଣି ଅଧ୍ୟକ୍ଷଙ୍କ ବଦଳି ଦାବି କଲେ ୫୦୦ ଛାତ୍ରଛାତ୍ରୀ

"କଳାବାଡିଆ/ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବ୍ଲକର ଶ୍ୟାମସୁନ୍ଦରପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟକ୍ଷ ସୁଜିତ ନାଏକ ଯୌନ ଉତ୍ପୀଡ଼ନ କରିଥିବା ନେଇ ଅଭିଯୋଗ ଆସିଛି।

ଦୀର୍ଘ ଦିନର ବିଭିନ୍ନ ଅବ୍ୟବସ୍ଥା, ସମସ୍ୟା ଏବଂ ଏହାର ସମାଧାନ ନେଇ ଅଧ୍ୟକ୍ଷ କର୍ଣ୍ଣପାତ କରୁନଥିବାରୁ ବାଧ୍ୟହୋଇ ଦଶ କିଲୋମିଟର ଚାଲିଚାଲି ଆସି ୪୯ ନମ୍ବର ଜାତୀୟ ରାଜପଥର କଲିକତା ଛକରେ ଶତାଧିକ ଛାତ୍ରଛାତ୍ରୀ ଅବରୋଧ କରିଛନ୍ତି।Advertisment ପାଞ୍ଚଶହରୁ ଊର୍ଦ୍ଧ୍ବ  ଛାତ୍ରଛାତ୍ରୀ ପ୍ଲା କାର୍ଡ ଧରି ଅଧ୍ୟକ୍ଷଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ସମୋନେ ଦାବି କରିଛନ୍ତି।

ଖବର ପାଇ ବାଙ୍ଗରିପୋଷି ବିଧାୟିକା ସଞ୍ଜଲି ମୁର୍ମୁ, ପୂର୍ବତ୍ତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପରମାନନ୍ଦ ଖଣ୍ଡେଇ, ଏସଡିପିଓ ପ୍ରଭାତ ମଲ୍ଲିକ, ଥାନା ଅଧିକାରୀ ପଞ୍ଚାନନ ମହାନ୍ତି, ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ।

Neglect: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଇଁ ୨୦୨୦ରୁ ପ୍ରସ୍ତାବ, ହୋଇପାରିନି ଜମି ଚିହ୍ନଟ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ଅଧ୍ୟକ୍ଷଙ୍କୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଛୁଟିରେ ରହିବାକୁ ନିର୍ଦେଶ ଦିଆ ଯିବା ସହ ସମସ୍ତ ଅଭିଯୋଗର ତୁରନ୍ତ ତଦନ୍ତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ପ୍ରତ୍ୟାହୁତ ହୋଇଥିଲା।

ଶହ ଶହ ଯାନବହାନ ଅଟକି ରହିଥିଲା।

ପୁଲିସ ସହ ଥାନା ଅଧିକାରୀ ପଞ୍ଚାନନ ମହାନ୍ତି ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଆଧାରରେ ଅଧ୍ୟକ୍ଷ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି।

ତଦନ୍ତ ପରେ ସଠିକ ତଥ୍ୟ ଜଣା ପଡ଼ିବ ବୋଲି ଥାନା ଅଧିକାରୀ ପଞ୍ଚାନନ ମହାନ୍ତି କହିଛନ୍ତି।

ଅଧ୍ୟକ୍ଷ ସୁଜତ ନାଏକ କହନ୍ତି ଏହା ମୋ ବିରୁଦ୍ଧରେ ଏକ ବିଧିବଦ୍ଧ ଷଡ଼ଯନ୍ତ୍ର।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।