Loot: ଜିଲ୍ଲା ଖଣିଜ ପାଣ୍ଠି ଲୁଟ୍‌-୫: ପାଣିଭଳି ଉଡ଼ାଇଛନ୍ତି ଟଙ୍କା

Sep 04, 2026 - 05:35
Loot: ଜିଲ୍ଲା ଖଣିଜ ପାଣ୍ଠି ଲୁଟ୍‌-୫: ପାଣିଭଳି ଉଡ଼ାଇଛନ୍ତି ଟଙ୍କା

"ଯାଜପୁର: ଯାଜପୁର ଜିଲ୍ଲାର ଖଣିଜ ପାଣ୍ଠିକୁ ହରିଲୁଟ୍‌ କରାଯାଇଛି।

ଯିଏ ‌‌ଯେ‌ତେ ପାରିଛି ଲୁଟି ନେଇଛନ୍ତି।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ବ୍ୟୟ ଦେଖିଲେ ଆଖି ଟେରା ‌ହୋଇଯିବ।

ହେଲେ ଏତେ ଅର୍ଥ ବ୍ୟୟରେ ନିର୍ମାଣ ହୋଇଥିବା ଶହଶହ ପ୍ରକଳ୍ପର ସ୍ଥିତି ଏବେ କେମିତି ଅଛି ତାହାର ଆକଳନ କରାଯାଉନି।

ଜିଲ୍ଲା ଖଣିଜ ପାଣ୍ଠିରେ ଏ ପର୍ଯ୍ୟନ୍ତ ୩୧୩୬.୨୪ କୋଟି ଟଙ୍କା ଆଦାୟ ହୋଇଛି।

ସେଥିରୁ ୧୮୦୯ କୋଟି ଟଙ୍କା ଖର୍ଚ୍ଚ ସରିଛି।

ଏ ଅର୍ଥ ସବୁ କେଉଁକେଉଁ ସରକାରୀ ସଂସ୍ଥାମାନେ ଖର୍ଚ୍ଚ କରିଛନ୍ତି ଓ ଏତେ ଟଙ୍କାରେ ସେମାନେ କେଉଁ ପ୍ରକଳ୍ପ ଗଢ଼ିଛନ୍ତି ଏବଂ ତା"ର ଉପଯୋଗିତାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ଖଣିଜ ପାଣ୍ଠିକୁ ନେଇ ନୂଆନୂଆ‌ ‌ରୋଚକ ତଥ୍ୟ ସାମନାକୁ ଆସୁଛି।

ଘରୋଇ ମେଡିକାଲ ଓ କୋଚିଂ ସେଣ୍ଟରକୁ କୋଟିକୋଟି ଟଙ୍କା ‌ଟେକି ଦିଆଯାଇଥିବାବେଳେ ଆଜି ଏକ ଚକିତ କଲା ଭଳି ତଥ୍ୟ ସାମନାକୁ ଆସିଛି।

ଜିଲ୍ଲା ଖଣିଜ ପାଣ୍ଠିରୁ ବେସରକାରୀ ସଂସ୍ଥାକୁ ଅର୍ଥ ଦିଆଯାଇଛି।

Advertisment Supreme Court: ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କ ୫ ବର୍ଷିଆ କାର୍ଯ୍ୟକାଳକୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ଗାଡ଼ି ଭଡ଼ା ବାବଦରେ ଯାଜପୁର ରୋଡ୍‌ର ଏକ ଟ୍ରାଭେଲ ଏଜେନ୍‌ସି ଓ ଭୁବନେଶ୍ବରର ଏକ ଏନଜିଓକୁ ବିପୁଳ ଅର୍ଥ ପ୍ରଦାନ କରାଯାଇଛି।

ତଥ୍ୟ ମୁତାବକ ଘରୋଇ ମେଡିକାଲକୁ ୧୦ କୋଟି ଓ କୋଚିଂ ସେଣ୍ଟରକୁ ୬ କୋଟି ଟଙ୍କା ଦିଆଯାଇଥିବାବେଳେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଯାଜପୁର‌ରୋଡ୍‌ର ସୁମନ ଟ୍ରାଭେଲ୍‌ସକୁ ଗାଡ଼ି ଭଡ଼ା ବାବଦରେ ୬ କୋଟି ୪୮ ଲକ୍ଷ ଟଙ୍କା ଦିଆଯାଇଛି।

ତେବେ ଖଣିଜ ପାଣ୍ଠିରୁ ଏତେ ପରିମାଣର ଟଙ୍କା ଏକ ଟ୍ରାଭେଲ ଏଜେନ୍ସିକୁ କିଏ ଦେଲେ?

ଏଥିପାଇଁ ଟେଣ୍ଡର ହୋଇଥିଲା କି?

ଅନ୍ୟ କେଉଁ ଟ୍ରାଭେଲ ଏଜେନ୍ସିମାନେ ଏହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିଲେ?

ସେ ଗାଡ଼ିଗୁଡ଼ିକ କାହା କାମରେ ଲାଗିଛି ତା"ର ତଦନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି।

ସେହିଭଳି ଭୁବନେଶ୍ବରସ୍ଥିିତ ଖଣ୍ଡଗିରିର ପିପୁଲ୍‌ସ ଫୋରମ ନାମକ ଏକ ଘରୋଇ ସଂସ୍ଥାକୁ ୪ କୋଟି ୧୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ରାଜ୍ୟ ବାହାର ସଂସ୍ଥା ବା ଏଜେନ୍ସିକୁ ମଧ୍ୟ କୋଟିକୋଟି ଟଙ୍କା ପ୍ରଦାନ କରାଯାଇଥିବାର ତଥ୍ୟ ହସ୍ତଗତ ହୋଇଛି।

ଟ୍ରାଭେଲ ଏଜେନ୍ସିକୁ ଗାଡ଼ି ଭଡ଼ା ବାବଦରେ ୬ କୋଟି ୬୮ ଲକ୍ଷ, ଏନ୍‌ଜିଓକୁ ୪ କୋଟିିି ୧୨ ଲକ୍ଷସର୍ବାଧିକ ୫୧୧ କୋଟି ଖର୍ଚ୍ଚ କରିଛି ପୂର୍ତ୍ତ ବିଭାଗ, ଏନ୍‌ବିସି ୨୦୫ କୋଟି Education: ଜର୍ଜରିତ ଅବସ୍ଥାରେ ନନ୍ଦିନୀଗୁଡ଼ା ବିଦ୍ୟାଳୟ ଓ ଛାତ୍ରାବାସ ମିଳିଥିବା ତଥ୍ୟ ମୁତାବକ ଖଣିଜ ପାଣ୍ଠିରୁ ଦାନଗଦୀ ବିଡିଓ ୧୦୪ କୋଟି, ଧର୍ମଶାଳା ବିଡିଓ ୧୦ କୋଟି ୩୮ ଲକ୍ଷ, ଜିଲ୍ଲା ପ୍ରକଳ୍ପ ‌ସଂଯୋଜକ (ଏସ୍‌ଏସ୍‌ଏ) ୩୩ କୋଟି ୬୩ ଲକ୍ଷ, ସୁକିନ୍ଦା ବିଡିଓ ୧୪୮ କୋଟି ୬୮ ଲକ୍ଷ, ଭୂମିକା ହସ୍ପିଟାଲ (କୁଆଖିଆ) ୯ କୋଟି ୩୪ ଲକ୍ଷ, ସିଡିଏମ୍‌ଓ ଯାଜପୁର ୧୪ କୋଟି ୯୧ ଲକ୍ଷ, ମୁଖ୍ୟ ନିର୍ବାହୀଯନ୍ତ୍ରୀ (ଏସ୍‌ସିଏମ୍‌ଏସ୍‌) ନୂଆଦିଲ୍ଲୀ ୩ କୋଟି ୯୩ ଲକ୍ଷ, ଢେଙ୍କାନାଳ ଡିଏମ୍‌ଏଫ୍‌ ୨ କୋଟି ୭୫ ଲକ୍ଷ, ଡାଇରେକ୍ଟର ସ୍ପେସାଲ ପ୍ରୋଜେକ୍ଟ (ପିଆର୍‌ ଆଣ୍ଡ୍‌ ଡବ୍ଲ୍ୟୁ) ୨୩ କୋଟି, ଜିଲ୍ଲା ଶିକ୍ଷା ଅଧିକାରୀ ଯାଜପୁର ୨୦ କୋଟି ୫୨ ଲକ୍ଷ, ଡିଏଫ୍‌ଓ (କଟକ) ୬୯ କୋଟି ୨୩ ଲକ୍ଷ, ଡିଏମ୍‌ଓଏଫ୍‌ଡିସି (ଯାଜପୁରରୋଡ୍‌) ୮ କୋଟି ୬୭ ଲକ୍ଷ, ଏଚ୍‌ଏସ୍‌ସିଏଲ୍‌ ଭୁବନେଶ୍ବର ୧୩୪ କୋଟି, ଏମ୍‌ଆଇ (ମାଇନର ଇରିଗେସନ୍) ଯାଜପୁର ୮ କୋଟି ୧୬ ଲକ୍ଷ, ମେଗା ଲିଫ୍ଟ ଇରିଗେସନ୍ ୧୦୨ କୋଟି ୪୧ ଲକ୍ଷ, ପାଣିକୋଇଲି ପୂର୍ତ୍ତ ଡିଭିଜନ (ଆରଆଣ୍ଡବି) ସର୍ବାଧିକ ୫୨୧ କୋଟି ୭୮ ଲକ୍ଷ, ଆରଡବ୍ଲ୍ୟୁଡି-୧ ଯାଜପୁର ୭୪ କୋଟି ୭ ଲକ୍ଷ, ଆରଡବ୍ଲ୍ୟୁଡି-୨ ଜାରକା ୭ କୋଟି ୧୯ ଲକ୍ଷ, ଆରଡବ୍ଲ୍ୟୁଏସ୍‌ଏସ୍‌ (ଢେଙ୍କାନାଳ) ୨୭ କୋଟି ୮୬ ଲକ୍ଷ, ଆରଡବ୍ଲ୍ୟୁଏସଏସ (ଯାଜପୁର) ୭୭ କୋଟି ୯୯ ଲକ୍ଷ, ବ୍ୟାସନଗର ପୌରପାଳିକା ୩ କୋଟି ୫୧ ଲକ୍ଷ, ଏନ୍‌ବିସିସି ଦ୍ବିତୀୟ ସର୍ବାଧିକ ୨୦୫ କୋଟି ୨୧ ଲକ୍ଷ, ଏମ୍‌ଡି (ଓଏମ୍‌ସି) ୧୨ କୋଟି, ଏନ୍‌ଏସିଓଏଫ୍ (ନାକଫ) ୯ କୋଟି ୯୨ ଲକ୍ଷ, ପ୍ରକଳ୍ପ ନିର୍ଦେଶକ ଜଳଛାୟା, ଯାଜପୁର ୩ କୋଟି ୨୯ ଲକ୍ଷ, କ୍ୟାରିୟର ପଏଣ୍ଟ କୋଚିଂ ସେଣ୍ଟର, କୋଟା ରାଜସ୍ଥାନ ୪ କୋଟି ୪୬ ଲକ୍ଷ, ଟସର ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ ଦେଓଘର, ଝାଡ଼ଖଣ୍ଡ ୨ କୋଟି ୮୬ ଲକ୍ଷ, ଜିଏମ୍ ବ୍ରିଜ୍ ଆଣ୍ଡ୍ ରୁଫ୍ କନ୍‌ଷ୍ଟ୍ରକସନ୍‌ ୫ କୋଟି, ଏନ୍‌ପିସିସି ଭୁବନେଶ୍ବର ୪୮ କୋଟି ୫୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି।

ଏହି ଅର୍ଥରେ ସମୁଦାୟ ୪ ହଜାରରୁ ଅଧିକ ପ୍ରକଳ୍ପ ନିର୍ମାଣ ହୋଇଛି।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଏକ ଟ୍ରାଭେଲ ଏଜେନ୍ସିକୁ ୬ କୋଟି ୪୮ଲକ୍ଷ ଟଙ୍କା ଦେବାକୁ ନେଇ ପ୍ରଶ୍ନ ଉଠିଛି।

ଏ ସଂପର୍କରେ ଟ୍ରାଭେଲ ଏଜେନ୍ସିର ମାଲିକ ସୁମନ୍ତ ମହାନ୍ତିଙ୍କୁ ପଚାରିବାରୁ ସେ କହିଥିଲେ ଯେ ଯାଜପୁର ଜିଲ୍ଲାର ସୁକିନ୍ଦା କଲେଜ, ହରିପୁର କଲେଜ, ଟୋଲକାନି କଲେଜ ଓ ଏବେ ନଗଡ଼ାକୁ ଏହିଭଳି ମୋଟ ୧୧ଟି ବସ୍‌ ଭଡ଼ାରେ ଲଗାଇଥିଲେ।

ଏଥିପାଇଁ ତାଙ୍କୁ କାର୍ଯ୍ୟାଦେଶ ମିଳିଛି।

ଏହି ବସ୍‌ରେ କଲେଜ ପିଲାଙ୍କୁ ନେବାଆଣିବା କରାଯାଏ ବୋଲି ସେ କହିଛନ୍ତି।

ତେବେ ଏହାର ବାସ୍ତବତା ଓ ଟେଣ୍ଡର ପ୍ରକ୍ରିୟାର ସ୍ବଚ୍ଛତାକୁ ନେଇ ତଦନ୍ତ କଲେ ସବୁ ସତ ସାମନାକୁ ଆସିବ ବୋଲି ଜଣାପଡ଼ିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।