21 OCTOBER 2026

Welcome!

Unlock your personalized experience.
Sign Up

Loot: ମହିଳାଙ୍କ ବେକରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଝାମ୍ପି ନେଲେ ଦୁର୍ବୃତ୍ତ

Oct 20, 2026 - 23:30
Loot: ମହିଳାଙ୍କ ବେକରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଝାମ୍ପି ନେଲେ ଦୁର୍ବୃତ୍ତ

ମାହାଙ୍ଗା: ମାହାଙ୍ଗା ଥାନା ଅଧିନ କୁଆଁପାଳ-ପାଗା ପୂର୍ତ୍ତ ବିଭାଗ ରାସ୍ତାର ନୁର୍ତାଙ୍ଗ ଚୌଧୁରୀଘର ନିକଟରେ ଜଣେ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଆଜି ସକାଳ ସାଢ଼େ ପ୍ରାୟ ୧୦ଟା ବେଳେ ଲଳିତଗିରି ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର ଲକ୍ଷ୍ମୀପ୍ରିୟା ଦାଶ ସ୍କୁଟି ଯୋଗେ ନିଜ ବାପଘର ଜପକୂପକୁ ଯାଉଥିବା ସସମୟରେ ବାଲିଚନ୍ଦ୍ରପୁର ଠାରୁ ଦୁଇଜଣ ଦୁର୍ବୃତ୍ତ ତାଙ୍କ ପିଛା କରିଥିଲେ। ନୁର୍ତାଙ୍ଗସ୍ଥିତ ଚୌଧୁରୀ ଘର ହମ୍ପସ୍‌ ନିକଟରେ ସେ ଧୀରେ ଗାଡ଼ି ଚଳାଉଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ବେକରୁ ଏକ ମଙ୍ଗଳସୂତ୍ର, ସୁନା ଚେନ୍‌ ଓ ଅଧା ହାର ଝାମ୍ପି ନେଇ ଦ୍ରୁତ ଗତିରେ ତ୍ରିବେଣୀଶ୍ବର ଅଭିମୁଖେ ପଳାଇଥିଲେ।

ଲକ୍ଷ୍ମୀପ୍ରିୟା ତୁରନ୍ତ ୧୧୨କୁ କଲ୍‌ କରିବାରୁ ମାହାଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଲକ୍ଷ୍ମୀପ୍ରିୟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିବା ସୂଚନା ଦିଆଯାଇଛି। ଦିନବେଳା ସ୍ପଷ୍ଟ ଦିବାଲୋକରେ ଏଭଳି କାଣ୍ତ ହେଉଥିବାରୁ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।