Lord Krishna: ଆଜି ଶ୍ରୀକୃଷ୍ଣ ଆସୁଛନ୍ତି

Sep 04, 2026 - 04:53
Lord Krishna: ଆଜି ଶ୍ରୀକୃଷ୍ଣ ଆସୁଛନ୍ତି

"ଭୁବନେଶ୍ୱର: ଆସନ୍ତାକାଲି ସେହି ପବିତ୍ର ତିଥି, ଯେଉଁ ଦିନ ରାତିରେ କ୍ରୂର କଂସର ନିଧନ ପାଇଁ ଧରାପୃଷ୍ଠକୁ ଆସିଥିଲେ ଭଗବାନ ଶ୍ରୀକୃଷ୍ଣ।

ବନ୍ଦୀଶାଳାରେ ମାଆ ଦେବକୀ ତାଙ୍କ ଅଷ୍ଟମ ଗର୍ଭ ପୁତ୍ରସନ୍ତାନର ଜୀବନ ରକ୍ଷା ପାଇଁ ଅଧିକ ବ୍ୟାକୁଳ ଥିଲେ।

ଅସହାୟ ରାଜା ବସୁଦେବ ଭାଗ୍ୟକୁ ଆଦରି କେବଳ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ।

ସଂଜ ଗଡ଼ି ରାତି ହେଲା।

ଦେବକୀଙ୍କ ଗର୍ଭଯନ୍ତ୍ରଣା ବଢ଼ିବାକୁ ଲାଗିଲା।

ଆଉ କିଛି ସମୟ ପରେ ଅଷ୍ଟମ ଗର୍ଭରୁ ଜନ୍ମନେବ ସେହି ଆକାଂକ୍ଷିତ ପୁତ୍ରସନ୍ତାନ, ଯିଏ କଂସ ବଧ କରିବ।

କିନ୍ତୁ କଂସ ହାତରୁ ବର୍ତ୍ତିଲେ ତ!

ହଠାତ୍‌ ଘନ ଅନ୍ଧକାର ଘୋଟିଆସିଲା।

ସାତମେଘ ଏକାଠି ହୋଇଗଲେ।

Advertisment Saras Rasa: ସରସ ରସ: ମ୍ୟାନେଜମେଣ୍ଟ ଗୁରୁ ଶ୍ରୀକୃଷ୍ଣ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି, ଘଡ଼ଘଡ଼ିରେ ଚତୁର୍ଦିଗ କମ୍ପିଉଠୁଥିଲା।

ଭରା ଯମୁନା ଉଛୁଳିବାକୁ ଲାଗିଲା।

ନିଶାର୍ଦ୍ଧରେ ଦେବକୀଙ୍କ ଗର୍ଭରୁ ଜନ୍ମନେଲେ ଭଗବାନ ଶ୍ରୀକୃଷ୍ଣ।

ହଠାତ୍‌ କାରାଗାରର ସମସ୍ତ ତାଲା ଖୋଲିଗଲା, ବସୁଦେବଙ୍କ ଗୋଡ଼, ହାତରୁ ଶିକୁଳି ଫିଟିଗଲା।

ନବଜାତ ଶ୍ରୀକୃଷ୍ଣଙ୍କୁ ମୁଣ୍ଡରେ ଧରି ବସୁଦେବ ଚାଲିଲେ ଆଗକୁ ନନ୍ଦପୁର ଅଭିମୁଖେ।

ବାଟଯାକ ସପ୍ତଫେଣୀ ନାଗ ବସୁଦେବଙ୍କ ମୁଣ୍ଡରେ ଉପରେ ବର୍ଷାକୁ ଅଟକାଇଲା।

ଯମୁନା ନିରବ ହୋଇଗଲା କିଛି କ୍ଷଣ ପାଇଁ।

ନବଜାତ ଶ୍ରୀକୃଷ୍ଣ ପହଞ୍ଚିଗଲେ ଗୋପପୁରରେ, ଯେଉଁଠିକୁ କଂସ ପାଇଁ ଯିବା ମନା।

ଭଗବାନ ଶ୍ରୀକୃଷ୍ଣଙ୍କ ସେଦିନର ସେହି ଚମତ୍କାର ଲୀଳା ଆଜି ଆମ ପର୍ବ।

ଏଣୁ ଘରଠୁ ମନ୍ଦିର ପର୍ଯ୍ୟନ୍ତ ସବୁଠି ପାଳିତ ହୋଇଆସୁଛି ଜନ୍ମାଷ୍ଟମୀ।

ଏପରିକି ବିଦ୍ୟାଳୟମାନେ ବି ବାଦ୍‌ ପଡ଼ୁନାହାନ୍ତି।

ବିଭିନ୍ନ ବିଦ୍ୟାଳୟରେ ବାଳୁତ ଶ୍ରୀକୃଷ୍ଣ ଓ ରାଧାଙ୍କ ବେଶକୁ ନେଇ ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି।

Education: ଜର୍ଜରିତ ଅବସ୍ଥାରେ ନନ୍ଦିନୀଗୁଡ଼ା ବିଦ୍ୟାଳୟ ଓ ଛାତ୍ରାବାସ ଇସ୍କନରେ ଛୋଟ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତାଜନ୍ମାଷ୍ଟମୀ ପାଇଁ ଇସ୍କନ ମନ୍ଦିରରେ ଜୋର୍‌ଦାର ପ୍ରସ୍ତୁତି ହୋଇଛି।

ସକାଳ ପ୍ରାୟ ୮ଟାରୁ ଭଜନ କୀର୍ତ୍ତନ ଆରମ୍ଭ ହୋଇ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ।

ଏହି ଅବସରରେ ସ୍କୁଲ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହେବ।

ଶ୍ରୀରାମ ମନ୍ଦିରରେ ରାତି ୧୨ଟା  ପବିତ୍ର ଜନ୍ମାଷ୍ଟମୀ ପାଇଁ ଶ୍ରୀରାମ ମନ୍ଦିରରେ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଆଜି ରାତିରୁ ମନ୍ଦିରକୁ ବିଭିନ୍ନ ରଙ୍ଗର ବେଲୁନ, ପତାକା, ଫୁଲ ଆଦିରେ ସଜେଇ ଦିଆଯିବ।

ଆସନ୍ତାକାଲି ରାତି ୧୦ଟାରୁ ଭଜନ, ସଂକୀର୍ତ୍ତନ ଆରମ୍ଭ କରାଯିବ।

ରାତି ୧୨ଟାରେ ଜନ୍ମୋତ୍ସବ ପାଳନ ହେବ।

ଧର୍ମବିହାର ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପ୍ରସ୍ତୁତିଧର୍ମବିହାର ଶ୍ରୀଜଗନ୍ନାଥ ମନ୍ଦିରରେ ସନ୍ଧ୍ୟା ସାଢ଼େ ୭ଟାରେ ସମସ୍ତ ରୀତିନୀତିରେ ଜନ୍ମୋତ୍ସବ ପୂଜା ଆରମ୍ଭ ହେବ।

ପ୍ରଭୁଙ୍କୁ ସ୍ନାନ, ନାଭି କଟା ସହିତ କ୍ଷୀର, ସର, ଲବଣୀରେ ପୂଜା କରାଯିବ।

ଏଥିସହିତ ମନ୍ଦିର କମିଟିର ସଦସ୍ୟମାନେ ମଧ୍ୟ ବିଭିନ୍ନ ବେଶ ଧାରଣ କରିବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।