Janmashtami: ଆଜି ଜନ୍ମାଷ୍ଟମୀ, କନ୍ଧମାଳରେ ସୁରକ୍ଷା କଡ଼ାକଡ଼ି: ଜଲେଶପଟ୍ଟା ଆଶ୍ରମରେ ୩ ପ୍ଲାଟୁନ୍‌ ଫୋର୍ସ

Sep 04, 2026 - 04:53
Janmashtami: ଆଜି ଜନ୍ମାଷ୍ଟମୀ, କନ୍ଧମାଳରେ ସୁରକ୍ଷା କଡ଼ାକଡ଼ି: ଜଲେଶପଟ୍ଟା ଆଶ୍ରମରେ ୩ ପ୍ଲାଟୁନ୍‌ ଫୋର୍ସ

"ଫୁଲବାଣୀ/ତୁମୁଡ଼ିବନ୍ଧ: ଆସନ୍ତାକାଲି ଜନ୍ମାଷ୍ଟମୀ।

ଏହି ଦିନ ପାଳନ ହେବ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକୀ ତଥା ବଳିଦାନ ଦିବସ।

ଏଥିପାଇଁ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ତୁମୁଡ଼ିବନ୍ଧସ୍ଥିତ ଜଲେଶପଟ୍ଟା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଆଶ୍ରମ ଏବଂ ଏହାର ଆଖପାଖ ଅଞ୍ଚଳରେ ୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଥିବା କନ୍ଧମାଳ ଏସ୍‌ପି ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି।

ଜଲେଶପଟ୍ଟା ଆଶ୍ରମରେ ସ୍ବାମୀଜୀଙ୍କ ଶ୍ରାଦ୍ଧବାର୍ଷିକୀ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଖୁବ୍‌ ନିରାଡ଼ମ୍ବର ଭାବେ ଉତ୍ସବ ପାଳନ କରାଯିବ ବୋଲି ଆଶ୍ରମ ମୁଖ୍ୟ ସ୍ବାମୀ ଜୀବନମୁକ୍ତାନନ୍ଦ ପୁରୀ ସୂଚନା ଦେଇଛନ୍ତି।

ସେହିଭଳି ଚକାପାଦସ୍ଥିତ ଆଶ୍ରମ ଏବଂ ସଂସ୍କୃତ ବେଦ ବିଦ୍ୟାଳୟରେ ମଧ୍ୟ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

ଜିଲ୍ଲାର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥରେ ପୁଲିସ ପକ୍ଷରୁ ନାକା କରାଯାଇଥିବା ସହ ବିଭିନ୍ନ ଯାନବାହନ ଯାଞ୍ଚକୁ‌ ଜୋର୍‌ଦାର କରାଯାଇଛି।

ସେହିପରି ଜିଲ୍ଲାର ବିଭିନ୍ନ ଚର୍ଚ୍ଚ ଓ ମନ୍ଦିରମାନଙ୍କରେ ମଧ୍ୟ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।Advertisment Indrabati Dam: ଇନ୍ଦ୍ରାବତୀ ଗେଟ୍ ଖୋଲିବା ପାଇଁ ମକଡ୍ରିଲ ଶାନ୍ତି କମିଟିର ବୈଠକପୁଲିସ ପକ୍ଷରୁ ନାକା, ଯାନବାହନ ଯାଞ୍ଚ ଆଜି ସନ୍ଧ୍ୟାରେ କନ୍ଧମାଳ ଏସ୍‌ପିଙ୍କ ନେତୃତ୍ବରେ ଶାନ୍ତି କମିଟିର ବୈଠକ ବସିଥିଲା।

ଏଥିରେ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ପ୍ରତିନିଧିମାନେ ଉପସ୍ଥିତ ରହି ଜିଲ୍ଲାରେ ଶାନ୍ତି ବଜାୟ ରଖିବା ଉପରେ ଗୁରୁତ୍ବାରୋପ କରିଛନ୍ତି।

ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପୁଲିସ, ଜିଲ୍ଲା ପ୍ରଶାସନ ଓ ଶାନ୍ତି କମିଟି ପକ୍ଷରୁ ବୈଠକ ଆୟୋଜିତ ହୋଇଥିଲା।

ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ  ଜିଲ୍ଲାପାଳ ବେଦଭୂଷଣ ଉଭୟ ସମ୍ପ୍ରଦାୟର ଲୋକମାନଙ୍କୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ୨୦୦୮ ଜନ୍ମାଷ୍ଟମୀ ରାତିରେ ଦୁର୍ବୃତ୍ତମାନେ ଜଲେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ସମଗ୍ର ଜିଲ୍ଲାରେ ଦଙ୍ଗା ସୃଷ୍ଟି ହୋଇଥିଲା।

ଏହି ଦଙ୍ଗାରେ ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି ଘଟିଥିଲା।

ଏଣୁ ପ୍ରତିବର୍ଷ ଜନ୍ମାଷ୍ଟମୀ ଅବସରରେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ।

Horoscope 2026 September 04: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।