Love Beyond Age: ୪୫ ବର୍ଷର ବୟସ ବ୍ୟବଧାନ: ୭୫ ବର୍ଷୀୟଙ୍କୁ ବିବାହ କରିବେ ୩୦ ବର୍ଷୀୟା ରୀନା
ପ୍ରେମ ମାନେନି ବୟସର ସୀମା! ୩୦ ବର୍ଷୀୟା ମହିଳାଙ୍କ ପ୍ରେମରେ ପଡ଼ିଛନ୍ତି ୭୫ ବର୍ଷୀୟ ବୃଦ୍ଧ। ଦୁହିଁଙ୍କ ମଧ୍ୟରେ ବୟସର ବ୍ୟବଧାନ ୪୫ ବର୍ଷ। ଏବେ ଏହି ଅସାଧାରଣ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ନିର୍ବନ୍ଧ ସମାରୋହର ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ ଉଭୟଙ୍କ ସମ୍ପର୍କକୁ ନେଇ ଆରମ୍ଭ ହୋଇଛି ଆଲୋଚନା।
ଉତ୍ତରପ୍ରଦେଶର ଔରୈୟା ଅଞ୍ଚଳର ରୀନା ଜଣେ ୩୦ ବର୍ଷୀୟା ବ୍ଲଗର୍ ଏବଂ ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର୍। ସେ ୭୫ ବର୍ଷୀୟ ରାମ ସାଗରଙ୍କୁ ବିବାହ କରିବାକୁ ଯାଉଛନ୍ତି। ପ୍ରାୟ ୬ ଦିନ ପୂର୍ବରୁ ଉଭୟଙ୍କ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି। ନିର୍ବନ୍ଧର ଫଟୋ ଓ ଭିଡିଓ ଇଣ୍ଟରନେଟ୍ରେ ପ୍ରସାରିତ ହେବା ପରେ ଏହି ଯୋଡ଼ିଙ୍କୁ ନେଇ ଚର୍ଚ୍ଚା ବଢ଼ିଛି।
ବୟସର ବ୍ୟବଧାନକୁ ନେଇ ଚିନ୍ତିତ ନୁହନ୍ତି ରୀନା
ଏହି ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଭିନ୍ନଭିନ୍ନ ପ୍ରତିକ୍ରିୟା ଆସୁଥିବା ବେଳେ ରୀନା ନିଜ ନିଷ୍ପତ୍ତିକୁ ନେଇ ସ୍ପଷ୍ଟ ମତ ରଖିଛନ୍ତି। ସେ ରାମ ସାଗରଙ୍କ ସହ ଖୁସିରେ ଥିବା କହିଛନ୍ତି। ଏଥିସହ ଉଭୟଙ୍କ ମଧ୍ୟରେ ୪୫ ବର୍ଷର ବୟସ ବ୍ୟବଧାନ ତାଙ୍କ ସମ୍ପର୍କ ପାଇଁ କୌଣସି ସମସ୍ୟା ନୁହେଁ ବୋଲି ରୀନା ଜଣାଇଛନ୍ତି।
ନିର୍ବନ୍ଧ ଫଟୋ ଭାଇରାଲ୍ ହେବା ପରେ ଏହି ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲେ ମଧ୍ୟ ରୀନା ନିଜ ନିଷ୍ପତ୍ତିରେ ଅଟଳ ଅଛନ୍ତି। ସେ ରାମ ସାଗରଙ୍କୁ ବିବାହ କରିବାକୁ ଚାହୁଁଥିବା କହିଛନ୍ତି।
ବର୍ଷେ ତଳେ ହୋଇଥିଲା ପ୍ରଥମ ଦେଖା, ନବରାତ୍ରି ପରେ ବିବାହ
ରୀନା ଓ ରାମ ସାଗରଙ୍କ କହିବା ଅନୁସାରେ, ପ୍ରାୟ ଗୋଟିଏ ବର୍ଷ ପୂର୍ବେ ଉଭୟଙ୍କର ପ୍ରଥମ ଦେଖା ହୋଇଥିଲା। ପରେ ଧୀରେଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏବେ ଏହି ସମ୍ପର୍କ ବିବାହର ରୂପ ନେବାକୁ ଯାଉଛି।
ନବରାତ୍ରି ପରେ ଉଭୟଙ୍କ ବିବାହ ହେବା ଆଶା କରାଯାଉଛି। ତେବେ ବିବାହର ତାରିଖ ଏଯାଏଁ ଚୂଡ଼ାନ୍ତ ହୋଇନାହିଁ। ଏହି ପ୍ରେମ କାହାଣୀକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି ଉଭୟଙ୍କ ବିବାହ ଉପରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।