Lula Wins Fourth Term as Brazil President: ବ୍ରାଜିଲ୍ରେ ଚତୁର୍ଥ ଥର ରାଷ୍ଟ୍ରପତି ହେଲେ ଲୁଲା, ‘ପ୍ରିୟ ବନ୍ଧୁ’ କହି ଶୁଭେଚ୍ଛା ଜଣାଇଲେ ମୋଦି
ବ୍ରାଜିଲ୍ରେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ହୋଇଛନ୍ତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭା।
ଅକ୍ଟୋବର ୨୫ରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ରେ ସେ ୫୧.୮ ପ୍ରତିଶତ ଭୋଟ୍ ପାଇଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀ ଫ୍ଲାଭିଓ ବୋଲ୍ସୋନାରୋ ୪୮.୨ ପ୍ରତିଶତ ଭୋଟ୍ ପାଇଛନ୍ତି।
ଏହି ବିଜୟ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୁଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Advertisment 'ଏକ୍ସ'ରେ ମୋଦି ଲେଖିଛନ୍ତି, “ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଲୁଲାଙ୍କୁ ଏହି ଉଲ୍ଲେଖନୀୟ ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ।
ଭାରତ-ବ୍ରାଜିଲ୍ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ ଓ ବ୍ୟାପକ କରିବା ପାଇଁ ତାଙ୍କ ସହ କାମ କରିବାକୁ ମୁଁ ଅପେକ୍ଷା କରିଛି।
ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ସହଯୋଗ ବଢ଼ାଇବା ସହ ଗ୍ଲୋବାଲ୍ ସାଉଥ୍ର ସାମୂହିକ ପ୍ରାଥମିକତାକୁ ଆଗକୁ ନେବେ ବୋଲି ସେ କହିଛନ୍ତି।
୮୦ ବର୍ଷୀୟ ଲୁଲାଙ୍କ ଏହି ବିଜୟକୁ ତାଙ୍କ ରାଜନୈତିକ ଜୀବନର ଏକ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ ଭାବେ ଦେଖାଯାଉଛି।
ବିଜୟ ପରେ ସେ ବ୍ରାଜିଲ୍ବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଲିଙ୍ଗ ଓ ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ସମ୍ମାନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
Advertisment ଅନ୍ୟପକ୍ଷରେ, ପୂର୍ବତନ ରାଷ୍ଟ୍ରପତି ଜାଇର୍ ବୋଲ୍ସୋନାରୋଙ୍କ ପୁଅ ଫ୍ଲାଭିଓ ପରାଜୟ ସ୍ୱୀକାର କରିନାହାନ୍ତି।
ଭୋଟ୍ ଗ୍ରହଣ ସମୟ ଦୁଇ ଘଣ୍ଟା ବଢ଼ାଯାଇଥିବା ନିଷ୍ପତ୍ତିକୁ ଆଧାର କରି ସେ ନିର୍ବାଚନ ଫଳାଫଳ ରଦ୍ଦ କରିବାକୁ ଆବେଦନ କରିବେ ବୋଲି କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।