Maa Charchika Temple: ବାଙ୍କୀର ଅଧିଷ୍ଠାତ୍ରୀ ମା’ ଚର୍ଚ୍ଚିକାଙ୍କ ପୀଠରେ ଷୋଡ଼ଶ ପୂଜା, ଷୋଳ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

Oct 13, 2026 - 11:58
Maa Charchika Temple: ବାଙ୍କୀର ଅଧିଷ୍ଠାତ୍ରୀ ମା’ ଚର୍ଚ୍ଚିକାଙ୍କ ପୀଠରେ ଷୋଡ଼ଶ ପୂଜା, ଷୋଳ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

"ବାଙ୍କୀ: କଟକ ଜିଲ୍ଲାର ବାଙ୍କୀ, ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଥିବା ଏହି ଐତିହାସିକ ସହରର ପରିଚୟ ସହ ଓତଃପ୍ରୋତ ଭାବେ ଜଡ଼ିତ ମା" ଚର୍ଚ୍ଚିକାଙ୍କ ପୀଠ।

କେତେ ପୁରୁଣା ଏହି ପୀଠ?

କେବେଠାରୁ ଏଠାରେ ପୂଜା ପାଉଛନ୍ତି ମା"?

ମା"ଙ୍କ ଆବିର୍ଭାବକୁ ନେଇ କ"ଣ ରହିଛି କିମ୍ବଦନ୍ତୀ?

ଆଉ କାହିଁକି ଶାରଦୀୟ ଷୋଡ଼ଶ ପୂଜାରେ ଏହି ପୀଠ ପାଲଟିଯାଏ ଭକ୍ତିର ମହାସମାଗମରେ?

ଚାଲନ୍ତୁ ଜାଣିବା, ବାଙ୍କୀର ଅଧିଷ୍ଠାତ୍ରୀ ମା" ଚର୍ଚ୍ଚିକାଙ୍କ ଇତିହାସ ।Advertisment ପର୍ଶୁରାମ ପୀଠ ବାଙ୍କୀର ରୁଚିକ ପର୍ବତର ପାଦଦେଶରେ ବହିଯାଉଛି ରେଣୁକା ନଦୀ ।ଏହି ପବିତ୍ର ପରିବେଶରେ ଅବସ୍ଥିତ ମା" ଚର୍ଚ୍ଚିକାଙ୍କ ପୀଠ ।

ଇତିହାସ ଅନୁସାରେ ବାଙ୍କୀ ଏକ ପୁରୁଣା ଗଡ଼ଜାତ ଅଞ୍ଚଳ ଥିଲା ଏବଂ ଓଡ଼ିଶାର ଶାକ୍ତ ପରମ୍ପରାରେ ଚର୍ଚ୍ଚିକା ପୀଠର ଗୁରୁତ୍ୱ ଦୀର୍ଘଦିନରୁ ରହି ଆସିଛି ।

ମା"ଙ୍କ ଆବିର୍ଭାବକୁ ନେଇ ରହିଛି ଅନେକ କିମ୍ବଦନ୍ତୀ ।

ପ୍ରଚଳିତ ଲୋକକଥା ଅନୁଯାୟୀ, ମହିଷାସୁରର ବଧ ପରେ ତା"ର ଅନୁଗାମୀ ରଣାସୁର ଅତ୍ୟାଚାର ଆରମ୍ଭ କରିଥିଲା ।

ତା"ର ଅତ୍ୟାଚାରରୁ ମୁକ୍ତି ପାଇଁ ଦେବୀଙ୍କ ଏକ ଉଗ୍ର ରୂପ ଚର୍ଚ୍ଚିକାଙ୍କ ଆବିର୍ଭାବ ହୋଇଥିବା ବିଶ୍ୱାସ ରହିଛି ।

କିମ୍ବଦନ୍ତୀ କହେ, ରଣାସୁରର ବଧ ପରେ ମା" ରୁଚିକ ପର୍ବତରେ ଅଧିଷ୍ଠିତ ହୋଇଥିଲେ।

କୁହାଯାଏ, ପର୍ଶୁରାମ ରୁଚିକ ପର୍ବତରେ ଅବସ୍ଥାନ କରିବା ସମୟରେ ମା" ଚର୍ଚ୍ଚିକାଙ୍କ ଆରାଧନା କରୁଥିଲେ ।

ଏହି କାରଣରୁ ରୁଚିକ ପର୍ବତକୁ କେତେକ ପରମ୍ପରାରେ ପର୍ଶୁରାମ ପୀଠ ଭାବେ ମଧ୍ୟ ଉଲ୍ଲେଖ କରାଯାଏ ।

ମା" ଚର୍ଚ୍ଚିକାଙ୍କ ପୀଠର ସବୁଠାରୁ ବିଶେଷ ପରମ୍ପରା ମଧ୍ୟରୁ ଅନ୍ୟତମ ହେଉଛି ଶାରଦୀୟ ଷୋଡ଼ଶ ପୂଜା ।

ମୂଳାଷ୍ଟମୀଠାରୁ ଆରମ୍ଭ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲେ ଏହି ବିଶେଷ ପୂଜା।ଏହି ସମୟରେ ପୀଠରେ ଭକ୍ତଙ୍କ ସମାଗମ ବଢ଼ିଯାଏ ।

ମହାଷ୍ଟମୀ ଦିନ ମା"ଙ୍କ ମହିଷାମର୍ଦ୍ଦିନୀ ବେଶ ଦର୍ଶନ ପାଇଁ ବିଶେଷ ଭିଡ଼ ହୋଇଥାଏ।

ଭକ୍ତିମୟ ପରିବେଶ ସୃଷ୍ଟି ଶାରଦୀୟ ପାର୍ବଣରେ ଭକ୍ତିମୟ ହୋଇଉଠିଛି ବାଙ୍କୀର ଅଧିଷ୍ଠାତ୍ରୀ ମା" ଚର୍ଚ୍ଚିକାଙ୍କ ପୀଠ।

ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଷୋଳ ଦିନ ଧରି ଚାଲିଛି ମା"ଙ୍କ ଷୋଡ଼ଶ ପୂଜା।

ଏହି ଅବସରରେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ମା"ଙ୍କ ଦର୍ଶନ ପାଉଛନ୍ତି ଶ୍ରଦ୍ଧାଳୁ।

ଷୋଡ଼ଶ ପୂଜା ଅବସରରେ ପୀଠରେ ଘଣ୍ଟଘଣ୍ଟାର ନାଦ, ଧୂପଦୀପର ମହକ ଓ ମା"ଙ୍କ ଜୟଜୟକାରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

ଷୋଳ ଦିନରେ ଷୋଳ ବେଶ ଦର୍ଶନର ଏହି ପରମ୍ପରା ବାଙ୍କୀର ଧାର୍ମିକ ଆସ୍ଥା ଓ ସାଂସ୍କୃତିକ ଐତିହ୍ୟର ଅନନ୍ୟ ପରିଚୟ ବହନ କରୁଛି।

ମା"ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ପ୍ରତ୍ୟେକ ଦିନ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ବଢ଼ିବାରେ ଲାଗିଛି।

Demolish: ନୀଳଗିରିରେ ୧୩ ବେଆଇନ ଇଟାଭାଟି ଭାଙ୍ଗିବାକୁ ପ୍ରଶାସନର ପଦକ୍ଷେପ, ବିରୋଧ କରି ଶ୍ରମିକଙ୍କ ରାସ୍ତାରୋକ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।