Jantar Mantar: କେନ୍ଦ୍ରୀୟ ଆଦେଶକୁ ବେଖାତିର କରି ଯନ୍ତର ମନ୍ତରରେ ସିଜେପିର ପ୍ରତିବାଦ, ପୁଲିସ ଦ୍ୱାରା ଅନେକ ଅଟକ

Oct 13, 2026 - 11:37
Jantar Mantar: କେନ୍ଦ୍ରୀୟ ଆଦେଶକୁ ବେଖାତିର କରି ଯନ୍ତର ମନ୍ତରରେ ସିଜେପିର ପ୍ରତିବାଦ, ପୁଲିସ ଦ୍ୱାରା ଅନେକ ଅଟକ

"ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦିଲ୍ଲୀର ଐତିହାସିକ ଯନ୍ତର ମନ୍ତରକୁ ବିକ୍ଷୋଭ ପ୍ରଦର୍ଶନ ସ୍ଥଳ ଭାବେ ରଦ୍ଦ କରିବାର ମାତ୍ର ଗୋଟିଏ ଦିନ ପରେ, ମଙ୍ଗଳବାର ସକାଳୁ କୋକ୍ରୋଚ୍ ଜନତା ପାର୍ଟି (ସିଜେପି) ର ସଦସ୍ୟମାନେ ସେଠାରେ ପହଞ୍ଚି ହଙ୍ଗାମା ସୃଷ୍ଟି କରିଛନ୍ତି।

ଦଳର ନେତା ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ନେତୃତ୍ୱରେ ଏହି ଅପ୍ରତ୍ୟାଶିତ ବିକ୍ଷୋଭ ହୋଇଥିବା ବେଳେ, ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ଏହି ଗୋପନୀୟ ଆନ୍ଦୋଳନର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

Advertisment ଭିଡିଓରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ହାତରେ ପତାକା ଧରି ଲୁହା ଗେଟ୍ ଏବଂ ପୁଲିସ ବ୍ୟାରିକେଡ୍ ଡେଇଁ ଯନ୍ତର ମନ୍ତର ପରିସରକୁ ପ୍ରବେଶ କରୁଥିବାର ଦେଖିବାକୁ ମିଳିଛି।ଆନ୍ଦୋଳନକାରୀମାନେ "ଭାରତ ମାତା କି ଜୟ" ଏବଂ "ଇନକିଲାବ ଜିନ୍ଦାବାଦ" ନାରାବାଜି କରିବା ସହ ସେଠାରେ ମୁତୟନ ପୁଲିସ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ହୋଇଥିଲେ।

ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଅଟକାଇବାକୁ ଚେଷ୍ଟା କରିଥିଲା ଏବଂ ପରବର୍ତ୍ତୀ ସମୟରେ ସମସ୍ତ ବିକ୍ଷୋଭକାରୀଙ୍କୁ ଗିରଫ କରି ନିଆଯାଇଥିବା ଦୀପକେ ସୂଚନା ଦେଇଛନ୍ତି।

ଆନ୍ଦୋଳନକାରୀମାନଙ୍କ ନାରାବାଜି କେନ୍ଦ୍ର ସରକାରଙ୍କ ଆଦେଶକୁ ସିଧାସଳଖ ଆହ୍ୱାନ ଦେଇ ଦୀପକେ ପୋଷ୍ଟ କରିଛନ୍ତି ଯେ, ଆପଣ ପ୍ରତିରୋଧର ସ୍ୱରକୁ ରଦ୍ଦ କରିପାରିବେ ନାହିଁ।

ଉଲ୍ଲେଖଯୋଗ୍ୟ ଯେ, ଅତି ସୁରକ୍ଷିତ କେନ୍ଦ୍ରୀୟ ଦିଲ୍ଲୀ ଅଞ୍ଚଳରେ ଅବସ୍ଥିତ ଯନ୍ତର ମନ୍ତର ଦୀର୍ଘ ଦିନରୁ ପ୍ରତିବାଦର ମୁଖ୍ୟ କେନ୍ଦ୍ର ପାଲଟିଥିବା ବେଳେ, ଏବେ ଏହାକୁ ବିକ୍ଷୋଭ ପାଇଁ ଆଉ ବ୍ୟବହାର କରାଯାଇପାରିବ ନାହିଁ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ କମିଟିର ସୁପାରିଶ ଆଧାରରେ ଜାତୀୟ ରାଜଧାନୀରେ ପ୍ରତିବାଦ ଏବଂ ଧାରଣା ପାଇଁ ତିନୋଟି ନୂତନ ସ୍ଥାନ ନିର୍ଦ୍ଧାରିତ କରାଯାଇଛି।

ସେହି ନୂତନ ସ୍ଥାନଗୁଡ଼ିକ ହେଲା ରାମଲୀଳା ମଇଦାନ, ବୁରାଡି ମଇଦାନ ଏବଂ ପୂର୍ବ ଦିଲ୍ଲୀସ୍ଥିତ ସିବିଡି ମଇଦାନ।

ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସମୁଦ୍ର ପଥଗୁଡ଼ିକୁ ଖୋଲା ରଖିବା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।