26 OCTOBER 2026

Welcome!

Unlock your personalized experience.
Sign Up

Maa Padmalaya: ଧରାବତରଣ କଲେ ମା’ ପଦ୍ମାଳୟା: ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ସହର, ୧୦ ଦିନ ଧରି ଚାଲିବ ପୂଜା

Oct 26, 2026 - 06:51
Maa Padmalaya: ଧରାବତରଣ କଲେ ମା’ ପଦ୍ମାଳୟା: ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ସହର, ୧୦ ଦିନ ଧରି ଚାଲିବ ପୂଜା

ଢେଙ୍କାନାଳ: ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଅନ୍ନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କର ଗଣପର୍ବ ରବିବାର ସନ୍ଧ୍ୟାରୁ ଢେଙ୍କାନାଳରେ ଆରମ୍ଭ ହୋଇଛି। ମା’ ଙ୍କ ଆବାହନୀ ପୂଜା, ଯଜ୍ଞ ଓ ମନ୍ତ୍ରଧ୍ୱନି ସହ ପାରମ୍ପରିକ ବାଦ୍ୟ ମୃଦଙ୍ଗ, ଘଣ୍ଟ, ଖୋଳ, ଝାଞ୍ଜ, ଯୋଡ଼ି ନାଗରା, ଶଙ୍ଖ ଓ ହରିବୋଲ, ହୁଳହୁଳି ଧ୍ୱନିରେ ସାରାସହର ପ୍ରକମ୍ପିତ ହୋଇଛି। ଚଳିତ ବର୍ଷ ସନ୍ଧ୍ୟା ୮ଟା ପରେ ମାହେନ୍ଦ୍ର ବେଳାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା କରାଯାଇ ମା’ଙ୍କୁ ଆବାହନ କରାଯାଇଥିବାବେଳେ ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛିି। ସ୍ୱର୍ଣ୍ଣ ମୁକୁଟ ଓ ରୌପ୍ୟ ମେଢ଼, ରତ୍ନ ଅଳଙ୍କାର ସହିତ ବିଭିନ୍ନ ପୁଷ୍ପରେ ସଜ୍ଜିତ ମା’ ପଦ୍ମାଳୟାଙ୍କ ଜୀବନ୍ତପ୍ରାୟ ମୃଣ୍ମୟ ମୂର୍ତ୍ତି ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣ ପାଲଟିଛି। ଝୁଣା, ଧୂପ, ଦୀପ ଓ ଯଜ୍ଞ ଘୃତରେ ସହର ମହକି ଉଠୁଛି।  

Umar Khalid: ଜେଏନ୍‌ୟୁ କାନ୍ଥରେ ଉମର ଖାଲିଦଙ୍କ ସମର୍ଥନରେ ନାରା

ରବିବାରଠାରୁ ଆରମ୍ଭ ହୋଇଥିବା ଧନଦାତ୍ରୀ ମା’ଙ୍କର ଏହି ଗଣପର୍ବ ଆସନ୍ତା ୧୦ ଦିନ ଧରି ଅନୁଷ୍ଠିତ ହେବ। ଚଳିତ ବର୍ଷ ଏହି ପୂଜାର ପ୍ରଥମ ଦିନରୁ କୋଳାହଳରେ ସହର ପୂର୍ଣ୍ଣ ହୋଇଛି। ଜାତି, ଧର୍ମ, ବର୍ଣ୍ଣର ଊର୍ଦ୍ଧ୍ବରେ ରହି ଭାଇଚାରା ମଧ୍ୟରେ ଏହି ପର୍ବ ପାଳନ କରାଯାଉଛି। ଆକର୍ଷଣୀୟ ତୋରଣ, ରଙ୍ଗିନ ଆଲୋକମାଳା ଓ ମଣ୍ଡପର ସାଜସଜ୍ଜା‌ରେ ସହର ଝଲସୁଛି। ଐତିହ୍ୟ, ସଂସ୍କୃତି, ପୌରାଣିକ ପ୍ରଚ୍ଛଦପଟ ଏବଂ ସାଂପ୍ରତିକ ବିଷୟବସ୍ତୁକୁ ଆଧାର କରି ଅଧିକାଂଶ ପୂଜା ମଣ୍ଡପରେ ସାଜସଜ୍ଜା ହୋଇଥିଲା ବେଳେ ପ୍ରଥମ ଦିନରୁ ଭିଡ଼ ଆରମ୍ଭ ହୋଇଛି।

S Jaishankar: ଆତଙ୍କବାଦକୁ ରାଷ୍ଟ୍ରନୀତିର ଅସ୍ତ୍ର କରିବା ଗ୍ରହଣୀୟ ନୁହେଁ: ଜୟଶଙ୍କର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।