National Urban Conference Concludes: ଜାତୀୟ ସହରାଞ୍ଚଳ ସମ୍ମିଳନୀ ଉଦ୍‌ଯାପିତ: ସହରାଞ୍ଚଳ ବିକାଶ ପାଇଁ ନକ୍ସା ପ୍ରସ୍ତୁତ

Oct 26, 2026 - 05:32
National Urban Conference Concludes: ଜାତୀୟ ସହରାଞ୍ଚଳ ସମ୍ମିଳନୀ ଉଦ୍‌ଯାପିତ: ସହରାଞ୍ଚଳ ବିକାଶ ପାଇଁ ନକ୍ସା ପ୍ରସ୍ତୁତ

ଭୁବନେଶ୍ବର: ଭାରତର ସହରାଞ୍ଚଳ ଭିତ୍ତିଭୂମି ଓ ସେବାର ଉନ୍ନତି ପାଇଁ କେନ୍ଦ୍ର ସରକାର ଙ୍କ ଅମୃତ ଯୋଜନା, ସ୍ୱଚ୍ଛ ଭାରତ ମିସନ୍-ସହରାଞ୍ଚଳ ଓ ପିଏମ୍ ସ୍ୱନିଧି ଭଳି ବହୁ ଜାତୀୟ ଅଭିଯାନ ଜାରି ରହିଛି।

ପାନୀୟ ଜଳ, ପରିମଳ ସେବାର ସମ୍ପ୍ରସାରଣ, ଆବର୍ଜନା ପରିଚାଳନାରେ ଉନ୍ନତି, ସହରାଞ୍ଚଳ ଯାତାୟାତ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ ଅଗ୍ରଗତି କରୁଛି।

ନିଯୁକ୍ତି କେନ୍ଦ୍ର ଓ ସାର୍ବଜନୀନ ପରିବହନ ବ୍ୟବସ୍ଥା ନିକଟରେ ସୁଲଭ ମୂଲ୍ୟରେ ଗୃହ ଉପଲବ୍ଧ କରାଇବା, ନିର୍ମାଣ କ୍ଷେତ୍ରରେ ପୁନଃଚକ୍ରଣ ବ୍ୟବସ୍ଥାର ପ୍ରୋତ୍ସାହନ ଓ ପୁରୁଣା ଆବର୍ଜନାକୁ ବୈଜ୍ଞାନିକ ପଦ୍ଧତିରେ ନିଷ୍କାସନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।

ଦେଶର ଅଧାରୁ ଅଧିକ ପୁରୁଣା ଆବର୍ଜନାର ବୈଜ୍ଞାନିକ ନିଷ୍କାସନ ହୋଇଛି।

ଏହି ପ୍ରୟାସକୁ ଜାରି ରଖିବା ଏବଂ ନୂଆ ଆବର୍ଜନା ଜମା ହେବାକୁ ରୋକିବା ଆବଶ୍ୟକ ବୋଲି ଜାତୀୟ ସହରାଞ୍ଚଳ ସମ୍ମିଳନୀ-୨୦୨୬ର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ୍‌ କହିଛନ୍ତି।

Advertisment Hope and the Sky: ଆଶା ଓ ଆକାଶ: ସ୍ଥାପତ୍ୟର ରାଜ୍ୟରେ ବଙ୍ଗୀୟ କାରିଗରଙ୍କ ଆଧିପତ୍ୟ ଉଦ୍‌ଯାପନୀ ଅଧିବେଶନରେ ସ୍ୱାଗତ ଭାଷଣ ଦେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସହରାଞ୍ଚଳ ବିକାଶ ସଚିବ ସତେନ୍ଦ୍ର ସିଂହ ସାତଟି ବୈଷୟିକ ଅଧିବେଶନର ମୁଖ୍ୟ ନିଷ୍କର୍ଷ ଉପରେ ଆଲୋକପାତ କରିଥିଲେ।

ନୀତି ଆୟୋଗର ସଦସ୍ୟ ରାଜୀବ ଗୌବା ଦେଶରେ ଦ୍ରୁତ ସହରୀକରଣକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ସହରାଞ୍ଚଳ ଶାସନ, ନଗର ଯୋଜନା ଓ ପୌର ଆର୍ଥିକ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆବଶ୍ୟକ ବୋଲି କହିଥିଲେ।

ଛୋଟ ସହରଗୁଡ଼ିକୁ ଅଧିକ କ୍ଷମତା ଦେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର.

ବିଭାଗୀୟ ସଚିବ ଉଷା ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ।

ପୁରୁଣା ଆବର୍ଜନାର ବୈଜ୍ଞାନିକ ନିଷ୍କାସନ ହୋଇଛି: କେନ୍ଦ୍ରମନ୍ତ୍ରୀ ଛୋଟ ସହରଗୁଡ଼ିକୁ ଅଧିକ କ୍ଷମତା ଆବଶ୍ୟକ: ନୀତି ଆୟୋଗ ସଦସ୍ୟ Health: ରାମ୍‌କି ପାଇଁ ଦଲକିରେ କିଡ୍‌ନି ରୋଗର କାୟା; ୨ ବର୍ଷରେ ୨୭ ମୃତ୍ୟୁ, ପରିବାର ନିଶ୍ଚିହ୍ନ ବିଭିନ୍ନ ଅଧିବେଶନରେ ସହରାଞ୍ଚଳ ବିକାଶ ପାଇଁ ନକ୍ସା ପ୍ରସ୍ତୁତ ହୋଇଛି।

ଚାଲିବା ଅଧିକାରରେ ପଦଚାରୀଙ୍କ ପାଇଁ ଉପଯୁକ୍ତ ରାସ୍ତା, ଯୋଜନାରେ ସମନ୍ୱୟ, ସ୍ପଷ୍ଟ ଦାୟିତ୍ୱ ଓ ପାଣ୍ଠିର ଅଭାବ ଭଳି ସମସ୍ୟାର ସମାଧାନ ଉପରେ ଆଲୋଚନା ହୋଇଥିଲା।

ଜଳ, ଆବର୍ଜନା ଓ ସମ୍ବଳର ଦକ୍ଷ ଉପଯୋଗରେ ଜଳ ଯୋଗାଣ, ବର୍ଜ୍ୟଜଳ ଓ କଠିନ ଆବର୍ଜନା ପରିଚାଳନା ପାଇଁ ସମନ୍ୱିତ ଯୋଜନା, ନିୟମିତ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ଏବଂ ଭିତ୍ତିଭୂମିର ଦୀର୍ଘକାଳୀନ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଯିବା ସହ ବ୍ୟବହୃତ ଜଳର ପୁନଃବ୍ୟବହାର, ଆବର୍ଜନାରୁ ଉପଯୋଗୀ ସମ୍ବଳ ପୁନରୁଦ୍ଧାର ଓ ଏଥିରୁ ମିଳୁଥିବା ସାମଗ୍ରୀ ପାଇଁ ବଜାର ସୃଷ୍ଟି କରିବାକୁ ସୁପାରିସ କରାଯାଇଥିଲା।

ସୁଲଭ ଗୃହ ଚାହିଦା ଓ ଯୋଗାଣର ଗତିଶୀଳତା ପାଇଁ ସିଙ୍ଗଲ ୱିଣ୍ଡୋ ଅନୁମୋଦନ, ଏଫ୍ଏଆର୍ ଓ ଟିଡିଆର୍ ଭଳି ପ୍ରୋତ୍ସାହନ, ସରକାରୀ-ଘରୋଇ ସହଭାଗିତା ଏବଂ ଉନ୍ନତ ନିର୍ମାଣ ମାଧ୍ୟମରେ ଦୀର୍ଘକାଳୀନ ସୁଲଭତା ସୁନିଶ୍ଚିତ କରିବାକୁ ସୁପାରିସ କରାଯାଇଛି।

ସମନ୍ୱିତ ସହର ବିକାଶ ଓ ଭିତ୍ତିଭୂମି ଯୋଗାଣ ପାଇଁ ନାଗରିକଙ୍କ ମତାମତ ଆଧାରରେ ସହରାଞ୍ଚଳ ପଦକ୍ଷେପ, ଜମିଭିତ୍ତିକ ଅର୍ଥ ଯୋଗାଣ ଏବଂ ପୌରସଂସ୍ଥାଗୁଡ଼ିକର ଋଣ ପରିଶୋଧ କ୍ଷମତା ଓ ଆର୍ଥିକ ବିଶ୍ୱସନୀୟତା ବୃଦ୍ଧି କରିବାକୁ ପ୍ରସ୍ତା ଦିଆଯାଇଛି।

ଭିତ୍ତିଭୂମି ନିର୍ମାଣ ପରିବର୍ତ୍ତେ ଫଳାଫଳଭିତ୍ତିକ ସେବା ପ୍ରଦାନ, ପୌରସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ଏବଂ ଡିଜିଟାଲ୍ ମାଧ୍ୟମରେ ସେବାର ତଦାରଖକୁ ସୁଦୃଢ଼ କରିବା ଉପରେ ଜୋର୍ ଦିଆଯାଇଥିଲା।

ନିର୍ମାଣ ନିୟମ ଓ ଅନୁମୋଦନ ପ୍ରକ୍ରିୟାକୁ ସରଳ କରିବା ପାଇଁ ସମନ୍ୱିତ ଡିଜିଟାଲ୍ ମଞ୍ଚ, ବିପଦଭିତ୍ତିକ ଯାଞ୍ଚ ଓ ସ୍ୱଘୋଷଣା ବ୍ୟବସ୍ଥା ପ୍ରଚଳନ କରିବାକୁ ପରାମର୍ଶ ଦିଆଯାଇଥିଲା।

ଏଫ୍ଏଆର୍, ଜନଘନତା ଓ ପାର୍କିଂ ନିୟମର ପୁନର୍ବିନ୍ୟାସ, ମିଶ୍ରିତ ଜମି ବ୍ୟବହାର, ଜଳବାୟୁ ସହନଶୀଳତା, ବିପର୍ଯ୍ୟୟ ସୁରକ୍ଷା ଏବଂ ପରିବେଶ ଅନୁକୂଳ ନିର୍ମାଣକୁ ପ୍ରୋତ୍ସାହନ ଦେବାକୁ ସୁପାରିସ କରାଯାଇଥିଲା।

ମେୟରମାନଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷ ରଖିବା, ସେମାନଙ୍କୁ ସ୍ପଷ୍ଟ କାର୍ଯ୍ୟନିର୍ବାହୀ କ୍ଷମତା ପ୍ରଦାନ ଏବଂ ପୌରସଂସ୍ଥାଗୁଡ଼ିକୁ ଅଧିକ ଦାୟିତ୍ୱ ଓ କ୍ଷମତା ହସ୍ତାନ୍ତର କରିବାକୁ ପରାମର୍ଶ ଦିଆଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।